ବିଜୟଲକ୍ଷ୍ମୀ କନକରେ ଯୋଗଦେଲେ

ଭୁବନେଶ୍ୱର,(ଓଟି): ଟେଲିଭିଜନ‍୍‌ ନ୍ୟୁଜ୍‌ ଆଙ୍କର ବିଜୟଲକ୍ଷ୍ମୀ ରଥ କନକ ନ୍ୟୁଜ୍‌ରେ ସିନିୟର ଆଙ୍କର ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଜୀ କଳିଙ୍ଗରେ କାମ କରୁଥିଲେ। କିନ୍ତୁ ଜୀ-କଳିଙ୍ଗର ଅଧିକାଂଶ ବ୍ୟବସ୍ଥା ଦିଲ୍ଲୀ ଉଠିଯିବା ଫଳରେ ଯେଉଁ ୫୦ରୁ ଅଧିକ କର୍ମଚାରୀ ପ୍ରଭାବିତ ହୋଇଥିଲେ ସେଥିରେ ତାଙ୍କ ନାଁ ମଧ୍ୟ ଥିଲା।

ଇଷ୍ଟର୍ଣ୍ଣ ମିଡିଆ ଦ୍ୱାରା ପରିଚାଳିତ କନକ ନ୍ୟୁଜ୍‌ ଗଲା ଦୁଇବର୍ଷ ହେବ ନିଜ ଭିତରେ ସଂସ୍କାର ଜାରି ରଖିଥିଲେ ମଧ୍ୟ ଲୋକପ୍ରିୟତା ପାଇପାରୁ ନାହିଁ। ଗତ ସପ୍ତାହରେ ଏହାର ବାର୍କ ରେଟିଂ ପଏଣ୍ଟ ୩୫ରୁ ୨୫କୁ ଖସି ଆସିଥିଲା। ଏକା ଥରକେ ୧୦ ପଏଣ୍ଟ ଖସିବା ଚ୍ୟାନେଲ‍୍‌ ଉପରେ ଲୋକଙ୍କ ଆସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାସହ ଈଟିଭି ନ୍ୟୁଜ୍‌ ଓଡ଼ିଆ ମଧ୍ୟ ଗତ ସପ୍ତାହରେ ୬ ପଏଣ୍ଟ ହ୍ରାସ କରି ୧୦ରେ ପହଞ୍ଚିଛି। ଏହା ସର୍ବନିମ୍ନ ବାର୍କ ରେଟିଂ ହାସଲ‍୍‌ କରିଥିବା କଳିଙ୍ଗଟିଭିଠାରୁ ୧ ପଏଣ୍ଟ ଆଗରେ ରହିଛି।

ଏହି ସପ୍ତାହରେ ଓଟିଭି ୧୦୫ ଓ ନ୍ୟୁଜ୍‌ ସେଭେନ‍୍‌୫୪ ବାର୍କ ପଏଣ୍ଟ ହାସ କରିଥିବା ବେଳେ ଜୀ କଳିଙ୍ଗ ୧୬, ଏମ‍୍‌ବିସି ଟିଭି ୧୮ ଏବଂ ନ୍ୟୁଜ୍‌ ୱଲଡ ଓଡ଼ିଶା ୧୩ ବାର୍କ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ଚଳିତ ସପ୍ତାହରେ ଓଡ଼ିଆ ଟିଭି ନ୍ୟୁଜ୍‌ ଚ୍ୟାନେଲ‍୍‌ରେ ହୋଇଥିବା ଅଦଳବଦଳ ଭିତରେ ନ୍ୟୁଜ୍‌ ୱଲଡ ଓଡ଼ିଶାରେ ଭକ୍ତ ତ୍ରିପାଠୀ ଓ ଜୀ କଳିଙ୍ଗରେ ଶରତ ପାଇକରାୟଙ୍କ ଯୋଗଦାନ ପ୍ରମୁଖ ଥିଲା। ଏବେ ଏମାନଙ୍କ ନେତୃତ୍ୱରେ ଚ୍ୟାନେଲ‍୍‌ କେତେ ଲୋକପ୍ରିୟ ହୋଇପାରୁଛି ତାହାକୁ ଅପେକ୍ଷା।

 

About admin

Check Also

ସାମ୍ବାଦିକ ସତ୍ୟ ପ୍ରକାଶଙ୍କ ନୂଆ ଇନିଂସ, କଂଗ୍ରେସରେ ଯୋଗ ଦେବେ!

ଭୁବନେଶ୍ୱର, (ଓଟି): ଓଡ଼ିଶାରେ ଟିଭି ଡିବେଟ୍‍ ହୋଷ୍ଟ ଭାବେ ବିଶେଷ ପରିଚୟ ହାସଲ କରିଥିବା ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ …

Leave a Reply