କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
bjd

ସୁବଳଙ୍କ ପୁଅ ସୁମିତଙ୍କୁ ବିଜେଡିକୁ ଆଣିବା ଦାୟିତ୍ୱରେ ନିରଞ୍ଜନ-ପଦ୍ମନାଭ-ସୁଶାନ୍ତ 

ଭୁବନେଶ୍ୱର,(ଓଟି): ରାଜ୍ୟରେ ବର୍ତ୍ତମାନ ବିଜେଡି-ବିଜେପି ମଧ୍ୟରେ ଜୋରଦାର ରାଜନୈତିକ ଛକାପପ୍ତା ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ମୃତ୍ୟୁ ଶାସକ ବିଜେଡିକୁ ସବୁଠାରୁ ଅଧିକ ଅଡୁଆରେ ପକାଇଛି । ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ବରଗଡ ଜିଲ୍ଳାରେ ବପୁଳ ବିଜୟ ହାସଲ କରି ଶାସକ ବିଜେଡିକୁ ପଛରେ ପକାଇ ଦେଇଛି । ଫଳରେ ବିଜେପୁର ଉପ ନିର୍ବାଚନରେ ଶାସକ ବିଜେଡିକୁ ପରାଜୟ ଭୟ ସବୁଠାରୁ ଅଧିକ ଘାରିଛି ।

ବିଗତ ୧୮ ବର୍ଷ ଧରି ରାଜ୍ୟ ଅପରାଜେୟ ଥିବା ଶାସକ ବିଜେଡି ବିଜେପୁର ଉପ ନିର୍ବାଚନରେ କଳେ ବଳେ କୌଶଳେ ବିଜୟୀ ହେବାକୁ ପ୍ରୟାସ ଆରମ୍ଭ କରିଦେଇଛି । ଏହି ଆସନରେ କଂଗ୍ରେସ ବିଧାୟକ ଥିବା ସୁବଳ ସାହୁଙ୍କ ପୁଅ ସୁମିତଙ୍କ ଉପରେ ବିଜେଡି ଅନେ ଆଶା ବାନ୍ଧି ବସିଛି । ସୁବଳଙ୍କ ପରିବାରକୁ ବୁଝାଇବା ଲାଗି ବିଜେଡି ପକ୍ଷରୁ ପ୍ରୟାସ କରାଯାଇଥିଲା । କିନ୍ତୁ ଏହା ସଫଳ ହୋଇପାରିନାହିଁ । ସୁବଳଙ୍କ ପରିବାର ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାର ଯୋଜନା ହୋଇଥିଲେ ହେଁ ତାଙ୍କ ବିଧବା ପତ୍ନୀ ଓ ପୁଅ ଆସିଲେ ନାହିଁ ।

ଏଥିରେ ବିଜେଡି ନେତାମାନେ ହତୋତ୍ସାହିତ ନ ହୋଇ କିପରି ସୁମିତଙ୍କୁ ଦଳରେ ସାମିଲ କରି ଉପ ନିର୍ବାଚନ ବୈତରଣୀ ପାର କରାଯିବ ସେ ଦିଗରେ ଲାଗିପଡିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶାର ମନ୍ତ୍ରୀ ନିରଞ୍ଜନ ପୁଜାରୀ ଓ ବିଧାୟକ ପଦ୍ମନାଭ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ନେତାଙ୍କୁ ବରଗଡର ମନ୍ତ୍ରୀ ସୁଶାନ୍ତ ସିଂହ ସହଯୋଗ କରିବେ ବୋଲି ସ୍ଥିର ହୋଇଛି ।

ଦିବଗଂତ ବିଧାୟକ ସୁବଳ ସାହୁ ମୂଳତଃ ବିଜେଡିରେ ଥିଲେ । ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସକୁ ପଳାଇଥିଲେ ବୋଲି ଏହି ନେତାମାନେ ଏବେ ଯୁକ୍ତି ବାଢୁଛନ୍ତି । ତେଣୁ ତାଙ୍କ ପୁଅ ବିଜେଡିରେ ଯୋଗ ଦେବାରେ କିଛି ଅସୁବିଧା ନାହିଁ । ଦଳ ପକ୍ଷରୁ ସୁମିତଙ୍କୁ ବିଧାୟକ ପ୍ରାର୍ଥୀ କରାଯିବ ବୋଲି ଏହି ନେତାମାନେ କହିବା ଆରମ୍ଭ କରିଛନ୍ତି ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *