କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
banshadhara

ବଂଶଧାରା ଜଳ ବିବାଦ ମାମଲାରେ ଓଡ଼ିଶାକୁ ଝଟକା ! କାଟ୍ରାଗଡ଼ା  ଓ ନେରେଡ଼ି ବ୍ୟାରେଜ କାମ ଚାଲୁ ରହିବ

ଭୁବନେଶ୍ୱର,(ଓଟି):  ବଂଶଧାରା ନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲଙ୍କ ରାୟ ପ୍ରକାଶ ପାଇଛି। ନିର୍ମାଣାଧୀନ ୨ଟି ବ୍ୟାରେଜ କାମ ଚାଲୁ ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। କାଟ୍ରାଗଡ଼ା ଓ ନେରେଡ଼ି ବ୍ୟାରେଜ କାମ ଚାଲୁ ରହିବ ବୋଲି ରାୟରେ ଦର୍ଶାଯାଇଛି। ତାସହ ନେରେଡି ବ୍ୟାରେଜକୁ ଟ୍ରିବ୍ୟୁନାଲଙ୍କ ସର୍ତ୍ତମୂଳକ ପୂର୍ଣ୍ଣ ଅନୁମତି ମିଳିଛି। ସେହିପରି କୋର୍ଟ ରାୟ ଅନୁପାଳନ ଅନୁଧ୍ୟାନ ନେଇ ଏକ କମିଟି ମଧ୍ୟ ଗଠନ କରିଛନ୍ତି। କମିଟିରେ ୪ ଜଣିଆ ସଦସ୍ୟ ରହିଥିବା ସୂଚନା ମିଳିଛି। କମିଟିରେ କେନ୍ଦ୍ରୀୟ ଜଳ ଆୟୋଗର ୨ ଜଣ ସଦସ୍ୟ ରହିବେ। କମିଟିରେ ଆନ୍ଧ୍ରର ଜଣେ ଏବଂ ଓଡ଼ିଶାର ଜଣେ ସଦସ୍ୟ ରହିବେ ବୋଲି ରାୟ ଦେଇଛନ୍ତି ଟ୍ରିବ୍ୟୁନାଲ।

ବଂଶଧାରା ନଦୀଜଳ ବିବାଦକୁ ନେଇ ଦୀର୍ଘଦିନ ଧରି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ବଂଶଧାରାରେ ଆନ୍ଧ୍ର ନେରେଡ଼ି ପ୍ରକଳ୍ପ ଓ କାଟ୍ରାଗୁଡ଼ା ସାଇଡ଼ କେନାଲ ନିର୍ମାଣ କରୁଛି, ଯାହାକୁ ବିରୋଧ କରୁଛି ଓଡ଼ିଶା । ନେରେଡ଼ି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗଜପତି ଓ ରାୟଗଡ଼ା ଜିଲ୍ଲାର ଅନେକ ଅଂଚଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।

ଅନେକ ଅଂଚଳ ଜଳମଗ୍ନ ହେବା ବି ଆଶଙ୍କା ପ୍ରକାଶ ପାଇଛି । ଓଡ଼ିଶା-ଆନ୍ଧ୍ରର ଏହି ବିବାଦ ସମାଧାନ ପାଇଁ ୨୦୧୨ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ । ୨୦୧୩ ମସିହାରେ ଟ୍ରିବ୍ୟୁନାଲ ଅନ୍ତରୀଣ ରାୟ ମଧ୍ୟ ଦେଇଥିଲେ । କିନ୍ତୁ ଆଜି ଓଡ଼ିଶାକୁ ଜବରଦସ୍ତ ଝଟକା ଲାଗିଛି । କାଟ୍ରାଗୁଡ଼ା ସାଇଡ଼ କେନାଲ ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟ ବି ଯାଇଛି ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *