ଆସନ୍ତାକାଲି ସଂଘ ସହାୟତାରେ ଅଯୋଧ୍ୟାରେ ନମାଜ ପାଠ

ଭୁବନେଶ୍ୱର,(ଓଟି): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ସହଯୋଗୀ ସଂଗଠନ ରାଷ୍ଟ୍ରୀୟ ମୁସଲିମ ମଞ୍ଚ ଦ୍ୱାରା ଆସନ୍ତାକାଲି ଅଯୋଧ୍ୟାର ସରଜୁ ନଦୀ କୂଳରେ ସାମୁହିକ ନମାଜ ପାଠ କରିବା ପାଇଁ ଆୟୋଜନ କରାଯାଇଛି। ନମାଜ ସହିତ ମୁସଲିମ ଧର୍ମଗ୍ରନ୍ଥ କୋରାନ ମଧ୍ୟ ପାଠ କରାଯିବ।

ଏହି ନମାଜ ପାଠ କାର୍ଯ୍ୟକ୍ରମ ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ସମର୍ଥନ ମିଳିସାରିଛି। ଏହି ନମାଜ ପାଠ କାର୍ଯ୍ୟକ୍ରମରେ ୧୫୦୦ ମୁସଲିମ ଧର୍ମଗୁରୁଙ୍କ ସହିତ ଅନେକ ହିନ୍ଦୁ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ,ହି ମୁସଲିମ ଧର୍ମଗୁରୁମାନେ ଅଯୋଧ୍ୟାରେ ଥିବା ୨୦୦ ସୁଫି ସନ୍ଥମାନଙ୍କ ସମାଧିସ୍ଥଳୀ ମଧ୍ୟ ଭ୍ରମଣ କରିବେ।

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଇସଲାମିକ ଷ୍ଟଡିଜର ପ୍ରଫେସର ଓ ମୁସଲିମ ରାଷ୍ଟ୍ରୀୟ ମଞ୍ଚର ବରିଷ୍ଠ ନେତା ଶବାନା ଆଜମୀଙ୍କ ମତରେ ଅଯୋଧ୍ୟାରେ ମୁସଲମାନମାନଙ୍କୁ ସେମାନଙ୍କ ଧାର୍ମିକ ରୀତିନୀତି ପାଳନରେ ଅନୁମତି ଦିଆଯାଉନାହିଁ ବୋଲି କହି ଅଯୋଧ୍ୟାକୁ ବଦନାମ କରାଯାଉଛି। ଏପରିକି ଆରଏସଏସ ମୁସଲମାନମାନଙ୍କ ବିରୋଧି ବୋଲି ଅପପ୍ରଚାର କରାଯାଉଛି। ଏହି ନମାଜ ପାଠ ଆୟୋଜନ ଦ୍ୱାରା ଅଯୋଧ୍ୟା ହିନ୍ଦ-ମୁସଲମାନମାନଙ୍କର ବୋଲି ପ୍ରମାଣିତ କରାଯିବା ସହିତ ଆରଏସଏସ ମୁସଲମାନମାନଙ୍କ ପ୍ରକୃତ ବନ୍ଧୁ ବୋଲି ବାର୍ତ୍ତା ଦିଆଯିବ।

ମୁସଲିମ ମଞ୍ଚର ସଂଯୋଜକ ମହିରଧ୍ୱଜଙ୍କ କହିବା ଅନୁସାରେ ଅଯୋଧ୍ୟାରେ ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦ ଚାଲୁଥିଲେ ହେଁ ଏଠାରେ ହନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ ତଥା ଶାନ୍ତି ପାଇଁ ପ୍ରାର୍ଥନା କରାଯିବ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply