BIGtheme.net http://bigtheme.net/ecommerce/opencart OpenCart Templates

admin

ନମ୍ବର ନୁହେଁ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ହେବେ ଶିକ୍ଷକ

ଭୁୁବନେଶ୍ୱର,(ଓଟି): ପୂର୍ବରୁ ମେରିଟ୍ ଲିଷ୍ଟ ତଥା ନମ୍ବର ଅନୁସାରେ ହେଉଥିଲା ଶିକ୍ଷକ ନିଯୁକ୍ତି । ଯଦ୍ୱାରା କିଛି ଯୋଗ୍ୟ ପ୍ରାର୍ଥୀ ମଧ୍ୟ ଏପରି ସୁବିଧାରୁ ବଞ୍ଚିତ ହେଉଥିଲେ । ନମ୍ବର ଅନୁସାରେ ନିଯୁକ୍ତି ହେଉଥିବା ଯୋଗୁଁ ଅନେକ ପିଲା ଶିକ୍ଷକ ଚାକିରି ପାଇଁ ଆବେଦନ ମଧ୍ୟ କରିପାରୁନଥିଲେ । ତେବେ ଆଗକୁ ଆଉ ଏପରି ଅସୁବିଧା ହେବ ନାହିଁ । ଏଣିକି ମାର୍କ ନୁହେଁ ବରଂ ସାକ୍ଷାତକାର ଜରିଆରେ ଶିକ୍ଷକ ...

Read More »

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍ ଖାନ୍ ଦୋଷୀ ସାବ୍ୟସ୍ତ :ସଲମାନଙ୍କୁ ୫ ବର୍ଷ ଜେଲଦଣ୍ଡ

ଯୋଧପୁର:କୃଷ୍ଣସାର ମୃଗ ମାମଲାରେ ସଲମାନ ଖାନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  । ୧୯୯୮ରେ ଏହି ଘଟଣା ଘଟିଥିଲା  । ଏହାର ୨୦ ବର୍ଷ ପରେ ଯୋଧପୁର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  । ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଯୋଧପୁର କୋର୍ଟ । ଏହାସହ ତାଙ୍କୁ ୧୦ ହଜାର ଟଙ୍କ ଜୋରିମାନା ଦେବାକୁ ପଡ଼ିବ । ଆଜି ସଲମାନ୍ ଖାନଙ୍କୁ ଜେଲ ଯିବାକୁ ପଡ଼ିବ । ...

Read More »

ପୁରୁଷ ବିଭାଗ ୫୬ କେ. ଜି. ଭାରତ୍ତୋଳନରେ ଗୁରୁରାଜଙ୍କୁ ରୌପ୍ୟ ପଦକ

ଭୁୁବନେଶ୍ୱର,(ଓଟି): ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର ଗୁରୁରାଜ ପୁରୁଷ ବିଭାଗ ୫୬ କେ. ଜି. ଭାରତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରୀଡ଼ାର ଉଦ୍‌ଘାଟନୀ ଦିବସରେ ଏହା ହେଉଛି ଭାରତ ପାଇଁ ପ୍ରଥମ ପଦକ। ପ୍ରଥମ ପର୍ଯ୍ୟାୟରେ ୧୧୧ କେ. ଜି. ଭାର ଉତ୍ତୋଳନ କରି ୨୮ ବର୍ଷିୟ ଗୁରୁରାଜ ନିଜର ତୃତୀୟ ପ୍ରଚେଷ୍ଟାରେ ସମୁଦାୟ ୨୪୯ କେ. ଜି. ...

Read More »

ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ମୀରାବାଇ

ଭୁୁବନେଶ୍ୱର,(ଓଟି): ଗୋଲଡ଼ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ସଫଳତା ମିଳିଛି  । ପ୍ରଥମେ ଭାର ଉତୋଳନରେ ଗୁରୁରାଜା ରୌପ୍ୟ ପଦକ ହାସଲ କରିଥିବାବେଳେ ପରେପରେ ମୀରାବାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଆଣି ଦେଇଛନ୍ତି  । ୪୮ କେଜି ବର୍ଗରେ ମୀରା ଏହି ସଫଳତା ପାଇଛନ୍ତି  । ସ୍ୱର୍ଣ୍ଣ ପଦକ ପାଇବା ସହ ମୀରାବାଇ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି  । ପୂର୍ବରୁ ଏହି ବର୍ଗରେ ୨୦୧୦ରେ ନାଇଜେରିଆର ...

Read More »

ହିନ୍ଦୋଳ-ଅତାବିରାରେ ବିଜେପି ପ୍ରତ୍ୟାଖାତ

ଭୁୁବନେଶ୍ୱର,(ଓଟି): ଆଗାମୀ ନିର୍ବାଚନରେ ୧୨୦ ଆସନ ଜିତି ଶାସନ ଡୋରୀ ହାତକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମକୁ ରାଜ୍ୟର ହିନ୍ଦୋଳ ଓ ଅତାବିରା ପୌରାଞ୍ଚଳାର ମତାଦାତାମାନେ ପ୍ରତ୍ୟାଖାନ କରିଦେଇଛନ୍ତି। ଅତାବିରାରେ ବିଜେପି ଖାତା ଖୋଲିପାରିନଥିବାବେଳେ କେବଳ ହିନ୍ଦୋଲରେ ଗୋଟିଏ କାଉନସିଲର ପଦବୀ ଜିତିବାରେ ସକ୍ଷମ ହୋଇଛନ୍ତି।  ଅତାବିରା ଏନଏସି ନିର୍ବାଚନ ଫଳାଫଳ  ଅତାବିରା ଏନଏସିରେ ସମସ୍ତ୧୨ଟି ୱାର୍ଡରେ ବିଜୁ ଜନତା ଦଳ ୬ ଆସନରେ ବିଜୟ ହାସଲ ...

Read More »

ମତ୍ସ୍ୟଜୀବୀଙ୍କୁ ୬୧ ଦିନ ସମୁଦ୍ର ମନା

ତିହିଡ଼ି,(ଓଟି): ସାରା ଦେଶରେ ସାମୁଦ୍ରିକ ମତ୍ସ୍ୟ ସମ୍ପଦ କମି ଯାଉଥିବାରୁ ଗତ ୬ବର୍ଷ ତଳୁ ଆରମ୍ଭ ହୋଇଥିବା ମାଛଧରା ମନା ସମୟ ପୂର୍ବପରି ଏପ୍ରିଲ  ୧୫ରୁ ଆରମ୍ଭ ହେଉଛି । ଏହା ସହିତ ଏବେ ଯୋଡ଼ି ହୋଇଯାଇଛି ଅଲିଭ୍ ରିଡଲେଙ୍କ ସୁରକ୍ଷା ପର୍ବ । ବୈଜ୍ଞାନିକଙ୍କ ମତକୁ ନେଇ ସରକାର ଏପ୍ରିଲ  ୧୫ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ମାଛମାନଙ୍କ ଗର୍ଭଧାରଣ ଓ ଅଣ୍ଡାଦାନ ସମୟ ରୂପେ ନିର୍ଘଣ୍ଟ କରିଛନ୍ତି । ...

Read More »

୧୨୦+ ସ୍ଳୋଗାନ ଶାହା ଭୂଲିଗଲେ ନା ଡରିଲେ ?

ଭୁୁବନେଶ୍ୱର,(ଓଟି): ଆଜିଠାରୁ ଓଡିଶାର ପଶ୍ଚିମାଞ୍ଚଳକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ଆଜି ପ୍ରଥମେ ଭବାନୀପାଟଣାଠାରେ କର୍ମୀ ଓ ମତାଦାମାନଙ୍କୁ ସାଧାରଣ ସଭାରେ ସମ୍ୱୋଧନ କରି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। କିନ୍ତୁ ଚଳିତ ଥର ଶ୍ରୀ ଶାହା ତାଙ୍କର ପୁରୁଣା କଥାକୁ ଦୋହରାଇ ନାହାନ୍ତି। ପୂର୍ବରୁ ଶ୍ରୀ ଶାହା ଓଡିଶା ଗସ୍ତରେ ଆସିଥିଲାବେଳେ ବିଜେପି ଆଗାମୀ ନିର୍ବାଚନରେ ୧୨୦+ ଆସନରେ ଜିତି ସରକାର ...

Read More »

ବଜ୍ରପାତ ସମ୍ଭାବନା: ରାତି୧୦ଟା ୪୫ ପର୍ଯ୍ୟନ୍ତ ସତର୍କ କଲା ପାଣିପାଗ ବିଭାଗ

ଭୁୁବନେଶ୍ୱର,(ଓଟି): ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା, ବଜ୍ରପାତ ଓ ଝଡ ତୋଫାନ୍ ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, କଟକ, ନବରଙ୍ଗପୁର, ପୁରୀ, ନୟାଗଡ, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳ । ରାତି ୧୦ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ସମ୍ପୃକ୍ତ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ସମୟ ...

Read More »

ବିଜେପି ନୂଆ ରାଜ୍ୟ ସଭାପତି : ପ୍ରତାପଙ୍କୁ ସଂଘର ସହମତି!

ଭୁୁବନେଶ୍ୱର,(ଓଟି): ଆଗାମୀ ୨୦୧୯ ନିର୍ବାଚନ ପାଇଁ ଓଡିଶା ବିଜେପିର ଦୁର୍ବଳ ସଂଗଠନ ଓ କର୍ମୀମାନଙ୍କ ଦ୍ୱାରା ଆଦୌ ଗ୍ରହଣୀୟ ହେଉନଥିବା ନେତାମାନଙ୍କୁ ନେଇ ଦଳର କେନ୍ଦ୍ରୀୟ ନେତାଙ୍କ ସମେତ ଆରଏସଏସର ଅଧିକାରୀମାନଙ୍କ ଚିନ୍ତା ବଢି ଚାଲିଛି। ଏଥିପାଇଁ ଗତକାଲିଠାରୁ ମଞ୍ଚେଶ୍ୱରରେ ଥିବା ଉତ୍କଳ ବିପନ୍ନ ସହାୟତି ସମିତି ପରିସରରେ ଆରଏସଏସ ସଂଗଠକ ଡ଼. କ୍ରିଷ୍ଣଗୋପାଳଙ୍କ ସହିତ ଅନ୍ୟ ପଦାଧିକାରୀମାନେ ସହିତ ବିଚାର ବିମର୍ଷ କରିଛନ୍ତି। ଆରଏସଏସର ଏହି ପଦାଧିକାରୀମାନେ ରାଜ୍ୟ ...

Read More »

ଜଣେ ପ୍ରାର୍ଥୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସପକ୍ଷରେ ନିର୍ବାଚନ କମିଶନ

ଭୁବନେଶ୍ୱର,(ଓଟି):  ନିର୍ବାଚନରେ ଜଣେ ପ୍ରାର୍ଥୀ କେବଳ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସପକ୍ଷରେ ନିର୍ବାଚନ କମିଶନ ବୁଧବାର ଦିନ ସୁପ୍ରିମକୋର୍ଟରେ ମତ ରଖିଛନ୍ତି। ଏବେ ପ୍ରଚଳିତ ଥିବା ବ୍ୟବସ୍ଥାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ ଦୁଇଟି ଆସନରୁ ଏକସଙ୍ଗେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଆଗତ ହୋଇଥିଲା। ସୁପ୍ରିମକୋର୍ଟ ଏକ ...

Read More »

ଏବର୍ଷର ମୌସୁମୀ ବର୍ଷା କୃଷିକୁ ସୁହାଇବ : ସ୍କାଏମେଟ୍‌

ଭୁବନେଶ୍ୱର,(ଓଟି): ଚଳିତବର୍ଷ ଦେଶରେ ସାଧାରଣ ଧରଣର ମୌସୁମୀ ବର୍ଷା ହେବ। ଏକଥା ବୁଧବାର ବେସରକାରୀ ପାଣିପାଗ ବିଭାଗ ସ୍କାଏମେଟ୍‌ ପକ୍ଷରୁ ପୂର୍ବାନୁମାନ ହୋଇଛି। ଏହା ଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ଘଟିବ। ଦେଶର ଅର୍ଥନୈତିକ ସ୍ଥିତିକୁ ଅଗ୍ରଗତି କରାଇବାରେ ଏବର୍ଷର ପାଣିପାଗ ବିଶେଷ ସୁହାଇବ ବୋଲି ସୂଚନା ରହିଛି। ସ୍କାଲମେଟ୍‌ ଏବର୍ଷର ପାଣିପାଗ ସଂପର୍କରେ ପୂର୍ବାନୁମାନ କରି ଟୁଇଟର୍‌ ଜରିଆରେ ସୂଚନା ପ୍ରଦାନ କରିଛି। ୨୦୧୮ ମସିହାରେ ସାଧାରଣ ବର୍ଷା ହେବାର ...

Read More »

ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର,(ଓଟି):  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଗାମୀ ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ। ଏଥି ପାଇଁ ବୋର୍ଡ ପକ୍ଷରୁ ସୂଚନା ମିଳିଛି। ବୋର୍ଡ ସଭାପତି ଜାହାନାରା ବେଗମ୍‌ ବୁଧବାର କହିଛନ୍ତି, ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଯାଞ୍ଚ ସରିଛି। ଶିକ୍ଷକଙ୍କ ଅସହଯୋଗ ସତ୍ତ୍ୱେ କୌଣସି ତ୍ରୁଟି ହୋଇନି। ଚଳିତ ବର୍ଷ ନିର୍ଭୁଲ ଫଳ ପ୍ରକାଶ ପାଇଁ ବୋର୍ଡ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ...

Read More »

ବାହାରୁ ହେଲା ଭିତର ଭଣ୍ଡାର ଯାଞ୍ଚ

ଭୁବନେଶ୍ୱର, (ଓଟି): ଶ୍ରୀମନ୍ଦିର ଭଣ୍ଡାଘର ଯାଞ୍ଚ ଶେଷ ହୋଇଛି । ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ବାହାର ଭଣ୍ଡାରଘରୁ ଭିତର ଭଣ୍ଡାରଘରର ଅବସ୍ଥା ଯାଞ୍ଚ କରାଯାଇଛି । ଯେହେତୁ ବାହାର ଭଣ୍ଡାରଘର ପଟୁ ଭିତର ଭଣ୍ଡାରଘରକୁ ଥିବା ଜାଲିପଟେ ଭିତର ଭଣ୍ଡାର ଘରରର ଛାତ ଓ କାନ୍ଥ ସ୍ପଷ୍ଟ ଭାବେ ଦିଶୁଥିଲା, ତେଣୁ ଆଉ ଭିତର ଭଣ୍ଡାରଘର ଖୋଲିବାର ଅବାଶ୍ୟକତା ପଡିଲା ନାହିଁ । ବିଧି ଅନୁସାରେ ...

Read More »

ବିଜେଡ଼ିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ

ବିଜେଡ଼ିରେ ସ୍ଥାନ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ବ୍ରହ୍ମପୁର,(ଓଟି): କଂଗ୍ରେସ ସହିତ ୪୦ ବର୍ଷର ସମ୍ପର୍କ ଶେଷ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ର ରାଷ୍ଟମନ୍ତ୍ରୀ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ନବୀନଙ୍କ ବିକାଶ ଧାରା ମୋତେ  ବିଜେଡ଼ିରେ ସାମିଲ ହେବାକୁ ପ୍ରେରଣା ଯୋଗାଇଛି। ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ପାରଇଛନ୍ତି। ତାଙ୍କ ନେତୃତ୍ୱରେ ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି। ଚନ୍ଦ୍ରଶେଖର ପୂର୍ବତନ ...

Read More »

ସରିଲା ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା

ପୁରୀ,(ଓଟି): ଏବେ ଏବେ ସରିଲା ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା । ଏହି ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ଓ ନୀତି ନୟମ ମଧ୍ୟରେ ସରିଛି । ଏହି ଦଳରେ ସାମିଲ ଥିବା ଏଏସଆଇ ସଦସ୍ୟ ପ୍ରଫେସର ଜିସି ମିତ୍ର ସାମାନ୍ୟ ଆହତ ହୋଇଛନ୍ତି ।  ରତ୍ନଭଣ୍ଡାରରେ ଥିବା ସିନ୍ଦୁକରେ ଗୋଡ଼ ବାଜିବାରୁ ସେ ଝୁଂଟିପଡ଼ିଥିଲେ । ରତ୍ନ ଭଣ୍ଡାର ଭିତରେ ତାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ବେହୋସ ହୋଇପଡ଼ିଥିଲେ। ତାଙ୍କ ଗୋଡ଼ରେ ...

Read More »

ଓଡ଼ିଶାରେ ଭଲ ଶାସନ ନଥିବାରୁ ରାଜ୍ୟର ବିକାଶ ହେଉନାହିଁ : ଅମିତ୍ ଶାହା

ଭବାନୀପାଟଣା,(ଓଟି): ପ୍ରଧାନମନ୍ତ୍ରୀଙ୍କ ବିଜୟ ଓ ବିକାଶ ଯାତ୍ରାରେ ସାମିଲ ହେବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆହ୍ୱାନ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଆୟୋଜିତ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଚତୁର୍ଦ୍ଦଶ ଅର୍ଥ କମିଶନ ଜରିଆରେ କେନ୍ଦ୍ର ସରକାର ୫ ବର୍ଷରେ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ଦିଆଯିବ। ଏହାଛଡା ବିଭିନ୍ନ ବିକାଶ ଯୋଜନାରେ ୪୫ହଜାର କୋଟି ଟଙ୍କା ...

Read More »

କଂଗ୍ରେସ ଦେଖାଇଲା ଅମିତ ଶାହାଙ୍କୁ କଳାପତକା

ଭବାନୀପାଟଣା,(ଓଟି): ପହଁଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଭବାନୀପାଟଣାରେ ପହଁଚିଛନ୍ତି । ଲାଲ ବାହାଦୂର ଷ୍ଟାଡ଼ିୟମରେ ଆୟୋଜିତ ସମାବେଶ ସ୍ଥଳୀରେ ସେ ପହଁଚି ସାରିଛନ୍ତି  । ତେବେ ପୂର୍ବ ପରିକଳ୍ପିତ ଯୋଜନା ଅନୁଯାୟୀ ଅମିତ୍ ଶାହାଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇଛନ୍ତି  । ତେବେ କଳା ପତାକା ଦେଖାଇଥିବା କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଗିରଫ କରିଛି  । ଅମିତ୍ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି  । ଭବାନୀପାଟଣାରେ ସେ ...

Read More »