କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

୨ବର୍ଷରେ ୧୪୨ ସମ୍ୱାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ: ୭୦ମୃତ

ନୂଆଦିଲ୍ଲୀ : ବେଙ୍ଗାଲୁରର ସମ୍ୱାଦିକା ତଥା ଗୌରୀ ଲଗ୍ଧେଶ ପତ୍ରିକାର ସମ୍ପଦିକା ଗୌରୀ ଲଗ୍ଧେଶଙ୍କୁ ଗତକାଲି ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି । ଭାରତରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଉପରେ ଆକ୍ରମଣ ନୂଆ କଥା ନୁହେଁ । ବିଗତ ୨ବର୍ଷ ମଧ୍ୟରେ ଦେଶର ୧୪୨ଜଣ ସାମ୍ୱାଦିକମାନଙ୍କ ଉପରେ ମରଣାତକ ଆକ୍ରମଣ ହୋଇଛି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ବିଗତ ୧୯୯୨ରୁ ୨୦୧୬ ସୁଦ୍ଧା ବିଗତ ୨୪ ବର୍ଷ ମଧ୍ୟରେ ୭୦ଜଣ ସାମ୍ୱାଦିକଙ୍କୁ ଆତତାୟୀମାନେ ହତ୍ୟା କରିଛନ୍ତି । ବିଗତ୨ବର୍ଷ ମଧ୍ୟରେ ୧୪୨ ୧୪୨ ସମ୍ୱାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣରେ ୭୩ଜଣଙ୍କୁ ଗିରଫ କରାଯାଇଛି। ଏହି ୧୪୨ଟି ମାମଲା ମଧ୍ୟରୁ ୧୧୪ଟି ୨୦୧୪ରେ ହୋଇଥିବାବେଳେ ୨୮ଟି ୨୦୧୫ରେ ହୋଇଥିଲା ।

ଉତ୍ତରପ୍ରଶେରେ ସର୍ବାଧିକ ୬୪ଟି ସମ୍ୱାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ମାମଲା ପଞ୍ଜିକୃତ ହୋଇଥିଲାବେଳେ ମଧ୍ୟପ୍ରଦେଶରେ ୨୬ଟି ଓ ବିହାରରେ ୨୨ଟି ମାମଲା ପଞ୍ଜିକୃତ ହୋଇଛି । ଏହି ୩ଟି ରାଜ୍ୟରେ ସର୍ବାଧିକ ୭୯ପ୍ରତିଶତ ସାମ୍ୱାଦିକ ଆକ୍ରମଣ ମାମଲା ହୋଇଥିଲାବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ୪୨ଜଣ ଅପରାଧି ଗିରଫ ହୋଇଛନ୍ତି । ୨୦୧୪ରେ ମଧ୍ୟପ୍ରଦଶରେ ୧୦ଜଣ ଗିରଫ ହୋଇଥିବାବେଳେ ୨୦୧୫ରେ ୩୨ଜଣ ଅପରାଧି ଗିରଫ ହୋଇଛନ୍ତି । ୨୦୧୪ରେ ଓଡିଶାରେ ଜଣେ ସାମ୍ୱାଦିକଙ୍କ ଉପରେ ମରଣାତକ ଆକ୍ରମଣ ହୋଇଥିବା ପଞ୍ଜିକୃତ ହୋଇଛି।

ବର୍ତ୍ତମାନ ସୁଦ୍ଧା ୪୦ଜଣ ସାମ୍ୱାଦିକଙ୍କ ମୃତ୍ୟୁର କାରଣ ଜଣାପଡଛି । ଏହା ମଧ୍ୟରୁ ୨୭ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୨୩ଜଣ ବିପଦପୂର୍ଣ୍ଣ ରିପୋର୍ଟିଂ କରିବାକୁ ଯାଇ ମୃତ୍ୟୁବରଣ କରିଛନ୍ତି ।

ଗୌରୀ ଲଗ୍ଧେଶ ଭଳି ୨୦୧୧ ଜୁନ ମାସରେ ମୁମ୍ୱାଇର ସାମ୍ୱାଦିକ ଜ୍ୟୋର୍ତିମୟ ଦେଙ୍କୁ ଆତତାୟୀମାନେ ମୋଟର ସାଇକେଲରେ ଆସି ଗୁଳି କରି ହତ୍ୟା କରିଥିଲେ । ଶ୍ରୀ ଦେ ଅଣ୍ଡରୱାର୍ଲଡ ଅପରାଧ ସମ୍ପର୍କରେ ରିପାର୍ଟିଂ କରୁଥିଲେ । ଏବେ ଏହି ମାମଲାର ବିଚାର ପ୍ରକ୍ରିୟା ଜାରୀ ରହିଛି ।

About admin

Check Also

ଚାଷୀ ଆତ୍ମହତ୍ୟା ସମାଲୋଚନାରୁ ବଞ୍ଚିବା ପାଇଁ ବିଜେଡିର ଆଗୁଆ ଯୋଜନା!

ଭୁବନେଶ୍ୱର,(ଓଟି): ବରଗଡ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାରେ ଶାସକ ବିଜେଡିକୁ ବିଧାନସଭାରେ ଘେରିବା ଲାଗି ...

Leave a Reply

Your email address will not be published. Required fields are marked *

   Update :