କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ତୃତୀୟ ମହଲାରୁ ଆରମ୍ଭ ହେଉଛି ଦୁର୍ନୀତି

ଦରକାର ହେଲେ ତୃତୀୟ ମହଲା ଅଫିସରଙ୍କୁ ବାଡେଇବି : ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର,(ଓଟି): କୋରାପୁଟ ଜିଲ୍ଲାରେ ବିଭିନ୍ନ ପଦବୀରେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ତୃତୀୟ ମହଲାରୁ ନିଯୁକ୍ତି ଦିଆଯାଉଛି। ତୃତୀୟ ମହଲାରୁ ହିଁ ଦୁର୍ନୀତି ଆରମ୍ଭ କରା ଯାଉଛି ବୋଲି କହିଛନ୍ତି କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଦୁର୍ନୀତି ରୋକିବା ପାଇଁ ଦରକାର ପଡିଲେ ତୃତୀୟ ମହଲାର ଅଫିସର ମାନଙ୍କୁ ବାଡେଇବି। ଗିରଫ କରିବାର ଅଛି ଯଦି କର ବୋଲି ସେ କହିଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ବାହିନୀପତି କହିଛନ୍ତି ଯେ ଜୟପୁରର ବିଡିଓ ଭାବେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆ ଯାଇଛି। ସେହିପରି ତହସିଲଦାର ଓ ଆରଟିଓ ଭାବେ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆ ଯାଇଛି। ତୃତୀୟ ମହଲା ଦ୍ୱାରା ଏଭଳି ଲୋକଙ୍କୁ ପୋଷ୍ଟିଂ ଦିଆ ଯାଉଛି। ତୃତୀୟ ମହଲାରୁ ହିଁ ଦୁର୍ନୀତି ଆରମ୍ଭ ହେଉଛି ବୋଲି କହିବା ସହ ଏହା ବନ୍ଦ ହେବା ଦରକାର ବୋଲି ଶ୍ରୀ ବାହିନୀପତି ଦାବି କରିଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :