ଚାହିଦା ମେଣ୍ଟାଇବାକୁ ଓଡ଼ିଶା ଆମଦାନୀ କରୁଛି ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର,(ଓଟି): ରାଜ୍ୟରେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶାର ବ୍ୟବସାୟୀମାନେ ଚାଉଳ ବ୍ୟତୀତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଡାଲି, ଲୁଣ, ତେଲ, ଆଳୁ, ପିଆଜ ଓ ଗହମ ଆଦି ବାହାର ରାଜ୍ୟରୁ ଆମଦାନୀ କରିଥାନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।

ଜାତୀୟ ସର୍ଭେକ୍ଷଣ ସଂସ୍ଥାର ଆକଳନ ଓ ପରିଯୋଜନା ଜନସଂଖ୍ୟା ଆଧାରରେ ଉପରୋକ୍ତ ଖାଦ୍ୟ ସାମଗ୍ରୀର ବାର୍ଷିକ ଚାହିଦା, ଉ୍ୱାଦନ ତଥା ଆମଦାନୀ ଆକଳନ କରି ସେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ସରକାରଙ୍କ ସୂଚନାନୁଯାୟୀ ୨୦୧୬-୧୭ ବର୍ଷରେ ରାଜ୍ୟର ବାର୍ଷିକ ଡାଲି ଚାହିଦା ୨.୭୯ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ଥିଲା ବେଳେ ଖାଇବା ତେଲ ଚାହିଦା ୨.୪୫ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ଓ ଲୁଣର ଆବଶ୍ୟକତା ଥିଲା ୧.୮୪ ଲକ୍ଷ ମେଟ୍ରିକ‌୍‍ ଟନ‌୍‍। ଏହି ଚାହିଦା ମେଣ୍ଟାଇବା ପାଇଁ ଉକ୍ତ ବର୍ଷରେ ୨.୭୯ ଲକ୍ଷ ମେଟିକ୍ର ଟନ‌୍‍ ଡାଲି, ୨.୪୫ ଲକ୍ଷ ମେଟ୍ରିକ‌୍‍ ଟନ‌୍‍ ଖାଇବା ତେଲ ଓ ୧.୮୪ ଲକ୍ଷ ମେଟ୍ରିକ‌୍‍ ଲୁଣ ରାଜ୍ୟ ବାହାରୁ ଆମଦାନୀ କରାଯାଇଥିଲା।
ଏହି ବର୍ଷରେ ବାର୍ଷିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଓଡ଼ିଶା ବାହାର ରାଜ୍ୟରୁ ୧୨ ଲକ୍ଷ ୫୩ ହଜାର ମେଟ୍ରିକ‌୍‍ ଟନ‌୍‍ ଆଳୁ, ୫ ଲକ୍ଷ ୧୪ ହଜାର ମେଟ୍ରିକ‌୍‍ ଟନ‌୍‍ ଗହମ ଓ ୩ ଲକ୍ଷ ୩୬ ହଜାର ମେଟ୍ରିକ‌୍‍ ଟନ‌୍‍ ପିଆଜ ଆମଦାନୀ କରିଥିଲା। ଉକ୍ତ ବର୍ଷରେ ରାଜ୍ୟରେ ମାତ୍ର ୫ହଜାର ମେଟ୍ରିକ‌୍‍ ଟନ‌୍‍ ଗହମ ଉତ୍ପାଦନ ହୋଇଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।

About admin

Check Also

ସାଓନିର ନୁଆ ଲାପଟପ୍

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ସାଓନି କେବଳ ଏମ୍ଆଇର ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ଜଣାଶୁଣା କମ୍ପାନୀ ହୋଇନାହିଁ । …

Leave a Reply