କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ବ୍ରାହ୍ମଣୀ ସେତୁ ପାଇଁ ଜଂଗଲ ମଂଜୁରୀ ଆବଶ୍ୟକ ନାହିଁ : ଆରୁଖ

ଭୁବନେଶ୍ୱର,(ଓଟି): ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଦ୍ବିତୀୟ ସେତୁ ପାଇଁ ଜଂଗଲ ମଂଜୁରୀର ଆବଶ୍ୟକତା ନାହିଁ। ବିଜେପି ବିଧାୟକମାନେ ସେତୁ ନିର୍ମାଣକୁ ନେଇ ରାଜନୀତି ନକରନ୍ତୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ବିଧାନସଭାରେ କହିଛନ୍ତି।

ଶୂନ୍ୟକାଳରେ ମନ୍ତ୍ରୀ ଶ୍ରୀ ଆରୁଖ କହିଲେଯେ, ବ୍ରାହ୍ମଣୀ ନଦୀ ଉପରେ ଥିବା ପ୍ରଥମ ସେତୁଟି ବିପର୍ଯ୍ୟସ୍ତ ହୋଇପଡିଛି। ତୁରନ୍ତ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଛନ୍ତି । ବିଜେପି ଗତକାଲି ଏହି ପ୍ରସଂଗରେ ଗୃହରେ ହଟ୍ଟଗୋଳ କରିବା ସହ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଏନେଇ ବିଜେପି ରାଜନୀତି ବନ୍ଦ କରୁ। ଜଂଗଲ ମଂଜୁରୀର ଆବଶ୍ୟକତା ନଥିବାବେଳେ କାମ ଆରମ୍ଭ କରିବାରେ ଅସୁବିଧା ନାହିଁ ।କେନ୍ଦ୍ରମନ୍ତ୍ରୀ ଗଡକରୀ ଗତ ଜୁଲାଇରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବାକୁ ଘୋଷଣା କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ୍ କହିଥିଲେ।

ଏହି ପ୍ରସଂଗରେ ବିଜେପି ବିଧାୟକ ଦଳ ନେତା କନକବର୍ଧନ ସିଂହଦେଓ କେନ୍ଦ୍ରମନ୍ତ୍ରୀ ଗଡକରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରର ଅବତାରଣା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ସେହିପରି ବିଜେଡି ବିଧାୟକ ସଂଜୟ କୁମାର ଦାଶବର୍ମା କହିଲେଯେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୩ଟି କଂପୋଜିଟ ଟେଣ୍ଡର କରିଛନ୍ତି। ୪୭୩ ମିଟରର ଏହି ସେତୁ ନିର୍ମାଣ ପାଇଁ କୌଣସି ଜଂଗଲ ମଂଜୁରୀର ଆବଶ୍ୟକତା ନାହିଁ। ଗଡକରୀ ଯେତେବେଳେ ସେତୁ ପାଇଁ ଶିଳାନ୍ୟାସ କରି କାମ ଆରମ୍ଭ କରିବାକୁ ଘୋଷଣା କରିଥିଲେ ସେତେବେଳେ କେଉଁ ଆଧାରରେ କହିଥିଲେ ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିଥିଲେ। ଖାଲି ସେତୁ ନୁହେଁ ସେହି ଅଂଚଳର ୧୬ କିମି ଅଂଚଳରେ ମଧ୍ୟ ଏନଏଚଆଇ ନିର୍ମାଣ କାର୍ଯ୍ୟ କରିପାରିବ। ସେହିପରି ନବକଳେବର ବେଳେ କେନ୍ଦ୍ରମନ୍ତ୍ରୀ ଅଧା ପନ୍ତରିଆ ଜାତୀୟ ରାଜପଥ ପୁରୀ-ଭୁବନେଶ୍ବରକୁ ଉଦଘାଟନ କରିଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇ ନାହିଁ ବୋଲି ସେ କହିଥିଲେ।

ଏହି ପ୍ରସଂଗରେ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଥିଲେଯେ, ଉଭୟ ବିଜେପି ଓ ବିଜେଡି ବିଧାୟକମାନେ ବ୍ରାହ୍ମଣୀ ସେତୁ ପ୍ରସଂଗରେ ପରସ୍ପର ବିରୋଧୀ ତଥ୍ୟ ଉପସ୍ଥାପନ କରିଛନ୍ତି। ଅତଏବ ଦୁଇ ଦଳଙ୍କ କଥା ସତ ନୁହେଁ। ଫଳରେ ଗୃହର ସ୍ବାଧୀକାର ଭଙ୍ଗ ହୋଇଛି।  ଏନେଇ ସ୍ବତନ୍ତ୍ର ସ୍ବାଧିକାର କମିଟି ଗଠନ କରାଯାଉ ବୋଲି ସେ ଦାବି କରିଥିଲେ। ସ୍ବତନ୍ତ୍ର ସ୍ବାଧିକାର କମିଟି ଦାବିରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ ।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :