BIGtheme.net http://bigtheme.net/ecommerce/opencart OpenCart Templates

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ଗୃହରେ ମିଥ୍ୟା ତଥ୍ୟ ଦେବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର,(ଓଟି): ଓଡିଶାରେ ଏକ ଅଦଭୁତ ସରକାର ଶାସନରେ ଅଛି। ଗୋଟିଏ ବିଭାଗର ଜଣେ ମନ୍ତ୍ରୀ ଗୋଟିଏ ତଥ୍ୟ ବିଧାନସଭାରେ ଦେଇଥିବା ବେଳେ ପରବର୍ତୀ ମନ୍ତ୍ରୀ ଅଲଗା ଉତର ରଖୁଛନ୍ତି। ଗୃହକୁ ମିଥ୍ୟା ତଥ୍ୟ ପ୍ରଦାନ କରାଯାଉଛି। ଗୃହକୁ ଖାମଖିଆଲି ଭାବେ ନିଆ ଯାଉଛି ବୋଲି ବିରୋଧୀ ଦଳର ନେତା ନରସିଂହ ମିଶ୍ର ପ୍ରଶ୍ନକାଳ ସମୟରେ ପ୍ରକାଶ କରିଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି ଯେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ୨୦୧୫-୧୬ରେ ଗୃହ ନିର୍ମାଣ ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଯେଉଁ ଉତ୍ତର ରଖିଛନ୍ତି ତାହା ୬.୧୨.୨୦୧୬ରେ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ସହ ମେଳ ଖାଉ ନାହିଁ। ଏଠାରେ ସ୍ପଷ୍ଟ ଯେ ବର୍ତ୍ତମାନର ମନ୍ତ୍ରୀ ବା ତତ୍କାଳୀନ ମନ୍ତ୍ରୀ ଗୃହକୁ ଭୁଲ ତଥ୍ୟ ଦେଇଛନ୍ତି। ଭୁଲ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରାଯାଉଛି। ସଠିକ ତଥ୍ୟ କଣ ତାହା ଜାଣିବାର ଅଧିକାର ଲୋକ ମାନଙ୍କର ରହିଛି।
ଶ୍ରୀ ମିଶ୍ର କହିଛନ୍ତି ଯେ ମନ୍ତ୍ରୀ ସ୍ୱୀକାର କରନ୍ତୁ ଯେ ଗୃହରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି। କାହିଁକି ଭୁଲ ତଥ୍ୟ ପ୍ରଦାନ କରାଯାଇ ଗୃହକୁ ବିଭ୍ରାନ୍ତ କରାଯାଉଛି ତାହାର କାରଣ ମଧ୍ୟ ସ୍ପଷ୍ଟ କରନ୍ତୁ। ଏହି ମାମଲାରେ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବାରୁ ସ୍ୱାଧୀକାର ଭଙ୍ଗ ନୋଟିସ ଅଣା ଯାଇପାରେ।
ଶ୍ରୀ ମିଶ୍ର କହିଛନ୍ତି ଯେ ବାଚସ୍ପତି ମଧ୍ୟ ଏହି ମାମଲାରେ ଆଖି ବୁଜି ପାରିବେ ନାହିଁ। ଗତ ୧୭ ବର୍ଷ ଧରି ଏହି ସରକାର ରାଜ୍ୟବାସୀଙ୍କୁ ଭୁଲ ତଥ୍ୟ ଦେଇ ଆସିଛି। ଏବେ ସେମାନେ ଧରା ପଡିଛନ୍ତି।
ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ ଭୁଜବଳ ମାଝୀ ଯେଉଁ ପ୍ରଶ୍ନ କରିଥିଲେ ତାହା ଆଜିର ପ୍ରଶ୍ନ ଠାରୁ ଭିନ୍ନ ଥିଲା। ତେଣୁ ସେ କିଛି ଭୁଲ ତଥ୍ୟ ଦେଇ ନାହାନ୍ତି ବୋଲି କହିଥିଲେ।
ଏହା ଶୁଣି ବିରୋଧୀ ଦଳର ବିଧାୟକମାନେ ନିଜ ନିଜର ସିଟରେ ବସି ନାରାବାଜୀ କରିଥିଲେ। ଏହା ପରେ ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ବିଭାଗୀୟ ମନ୍ତ୍ରୀଙ୍କୁ ଏହି ତଥ୍ୟକୁ ପୁଣି ଥରେ ପରୀକ୍ଷା କରିବାକୁ କହିଥିଲେ।

About admin

Check Also

ଦାମଙ୍କ ନୀରବତା: ସମସ୍ତେ ଚିନ୍ତାରେ

ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ଼ା. ଦାମୋଦର ରାଉତ ମନ୍ତ୍ରୀ ପଦ ସମେତ ଦଳୀୟ ପଦ ପଦବୀରୁ ...

Leave a Reply