କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

୯୨ ମିଲର‌୍‍ ୮୮,୦୫୩ ମେଟ୍ରିକ‌୍‍ ଟନ‌୍‍ ଚାଉଳ ଫେରାଇନାହାନ୍ତି

ଭୁବନେଶ୍ୱର,(ଓଟି): ମିଲ‌୍‍ ମାଲିକମାନେ ରାଜ୍ୟ ସରକାରଙ୍କୁ ପ୍ରାୟ ୧୭୫ କୋଟି ଟଙ୍କାର ଚାଉଳ ଫେରାଇ ନାହାନ୍ତି। ସେମାନଙ୍କଠାରୁ ଏହା ଆଦାୟ କରିବା ଲାଗି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଏହା ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ସରକାରଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ୨୦୦୩-୦୪ରୁ ୨୦୧୫-୧୬ ଧାନ ସଂଗ୍ରହ ବର୍ଷ ମଧ୍ୟରେ ଯେତେ ମିଲର‌୍‍ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ କରୁଥିଲେ ସେମାନଙ୍କ ଭିତରୁ ୯୨ ଜଣ ମିଲର‌୍‍ ସଂଗ୍ରହ କରିଥିବା ଧାନ ବାବଦରେ ଓଡ଼ିଶା ଯୋଗାଣ ନିଗମକୁ ୮୮,୦୫୩ ମେଟ୍ରିକ‌୍‍ ଟନ‌୍‍ ଚାଉଳ ଫେରାଇ ନାହାନ୍ତି। ଏହାର ମୂଲ୍ୟ ୧୭୪ କୋଟି ୮୬ ଲକ୍ଷ ଟଙ୍କା।

ଖିଲାପୀ ମିଲର‌୍‍ମାନଙ୍କର ସରକାରଙ୍କ ନିକଟରେ ଥିବା ଅମାନତ ରାଶିକୁ ମିଶାଇ ଓଡ଼ିଶା ଯୋଗାଣ ନିଗମ ମାତ୍ର ୪୦ କୋଟି ୨୮ ଲକ୍ଷ ଟଙ୍କା ଆଦାୟ କରିଛି। ଏହି ମିଲର‌୍‍ମାନଙ୍କ ଠାରୁ ଆଉ ୧୩୪ କୋଟି ୫୮ ଲକ୍ଷ ଟଙ୍କା ପାଇବାକୁ ବାକି ଅଛି। ଏହି ଖିଲାପୀ ମିଲରମାନଙ୍କ ଠାରୁ ବକେୟା ଚାଉଳ ବାବଦ ଅର୍ଥ ଫେରି ପାଇବା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତରେ କେତେକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବେଳେ ସାର୍ଟିଫିକେଟ‌୍‍ କେସ‌୍‍ ରୁଜୁ କରି ଅର୍ଥ ଆଦାୟ ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ସଂକ୍ରାନ୍ତରେ ମନ୍ତ୍ରୀ ସୂଚାଇଛନ୍ତି।

 

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :