ପୁଣି ବିଚାର ହେବ ଆରୁଷୀ ହତ୍ୟା ମାମଲା

ନୂଆଦିଲ୍ଲୀ: ଆରୁଷୀ ତଲୱାର‌୍‍ ହତ୍ୟା ମାମଲାର ପୁଣିଥରେ ବିଚାର ହେବ। ସୁପ୍ରିମ‌୍‍କୋର୍ଟ ଏନେଇ ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ଆବଦନକୁ ଗ୍ରହଣ କରିଛନ୍ତି। ଫଳରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାର ଅକ୍ଟୋବର ମାସରେ ଦୋଷ ମୁକ୍ତ ହୋଇଥିବା ଆରୁଷୀଙ୍କ ପିତା ମାତା ରାଜେଶ ଏବଂ ନୁପୂର ତଲୱାର ପୁଣିଥରେ କାଠଗଡ଼ା ମଧ୍ୟକୁୁ ଟଣାଯିବେ। ୨୦୦୮ ମସିହାରେ କିଶୋରୀ ଆରୁଷୀ ଏବଂ ତାଙ୍କ ଘରୋଇ ସହାୟକ ହେମରାଜଙ୍କୁ ହତ୍ୟା କରାଯାଇଥିଲା। ଏଇବର୍ଷ ମାର୍ଚ୍ଚ ମାସରେ ସିବିଆଇ ପକ୍ଷରୁ ଆଲ୍ଲାହବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ ଦାଖଲ କରାଯାଇଥିଲା।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply