ଅନନ୍ତ ବାସୁଦେବ ମନ୍ଦିରରେ ଅଗ୍ନିକାଣ୍ଡ

0
6

ଭୁବନେଶ୍ୱର(ଓଟି): ପୁରୁଣା ଭୁବନେଶ୍ୱରସ୍ଥ ଅନନ୍ତ ବାସୁଦେବ ମନ୍ଦିରେ ଅଗ୍ନିକାଣ୍ଡ ହେତୁ ରୋଷଘରର ୨୨ଟି କୋଠରି ପ୍ରଭାବିତ ହୋଇଛି। ଯେହେତୁ ରୋଷଘର ଛଣ ଛପର ହୋଇଛି ସେଠାରୁ ନିଆ ଅବିଳମ୍ୱେ ବ୍ୟାପିଥିବା ଜଣାପଡ଼ିଛି। ପାହାନ୍ତା ୪ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଏବଂ ସଙ୍ଗେ ସଙ୍ଗେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ବିଶେଷ କ୍ଷୟକ୍ଷତି ହୋଇ ନାହିଁ। କର୍ତ୍ତୃପକ୍ଷ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରୁଛନ୍ତି।

Loading...