ଆମ୍ୱେଦକରଙ୍କ ଶରଣରେ ମୋଦି!

0
7

ଭୁବନେଶ୍ୱର,(ଓଟି): ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ଟାଇମ ଲାଇନରେ ଜନସଂଘ ପ୍ରତିଷ୍ଠାତା ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦଳିତଙ୍କ ମସିହା ଡ. ଭୀମରାଓ ଆମ୍ୱେଦକରଙ୍କ ଫଟୋ ଲଗାଇଛନ୍ତି। ଏହି ଦୁଇ ଜଣ ନେହେରୁଙ୍କ କ୍ୟାବିନେଟରେ ସହକର୍ମୀ ଥିଲେ ହେଁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ତେଣୁ ୧୯୫୧ରେ ଏହି ଦୁଇ ନେତା ନିଜ ନିଜ ରାସ୍ତା ବାଛି ନେଇଥିଲେ।

ସାମ୍ପ୍ରତିକ ରାଜନୀତିରେ ଦଳିତ-ମୁସଲିମ ମେଣ୍ଟ ଗୋଟିଏ ପଟରେ ଓ ଅନ୍ୟ ପଟରେ ଓବିସି-ଦଳିତ ମେଣ୍ଟ ୨୦୧୯ ନିର୍ବାଚନରେ ବିଜେପି ସରକାରର ପତନ କରିପାରିବେ ବୋଲି ନରେନ୍ଦ୍ର ମୋଦି ଓ ଅମିତ୍ ଶାହା ଅନୁଭବ କରିସାରିଲେଣି। ତେଣୁ ମୋଦି ଦଳିତ ମତଦାତାମାନଙ୍କୁ ଆମ୍ୱେଦକରଙ୍କ ମାଧ୍ୟମରେ ପ୍ରଲୋଭିତ ଆରମ୍ଭ କରିଛନ୍ତି। ଦଳିତମାନଙ୍କ ସହଯୋଗରେ ୨୦୧୪ ଲୋକସଭା ଓ ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତରେ ବିଜୟୀ ହୋଇଥିଲା। ଆଗାମୀ ୨୦୧୯ ପାଇଁ ବିଜେପି ଏହି ଦଳିତ ଭୋଟ ନିଜ ପାଖରେ ରଖିପାରିବ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କଲାଣି।

ଦଳିତ ମତଦାତାମାନେ ଉଚ୍ଚ ବର୍ଗ ହିନ୍ଦୁମାନଙ୍କୁ ପସନ୍ଦ କରିନଥାନ୍ତି। ଗତ ସପ୍ତାହରେ ସ୍ୱରାଜ୍ୟ ପତ୍ରିକାକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ତାଙ୍କ ସରକାର ଏସସି/ଏସଟି ଯୋଜନାରେ ପୁର୍ବ ବଜେଟ ତୁଳନାରେ ୪୧ ପ୍ରତିଶତ ବୃଦ୍ଧି କରିଛି। କେବଳ ସେତିକି ନୁହେଁ ଆମ୍ୱେଦକର ବାସକରିଥିବା ୫ଟି ସ୍ଥାନକୁ ପଞ୍ଚପୀଠ ଭାବେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏଭଳି କହି ଦଳିତମାନଙ୍କୁ ବିରୋଧିଦଳଠାରୁ ଛଡାଇ ନେବାକୁ ଉଦ୍ୟମ କରିଛନ୍ତି।

କାଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦କୁ ଆମ୍ୱେଦକର ବିରୋଧ କରୁଥିଲେ ବୋଲି ବିଜେପି ପକ୍ଷରୁ କୁହାଯାଉଛି। ଜାମ୍ମୁ-କାଶ୍ମୀରରେ ସମାନ ନାଗରିକ ସଂହିତା ସପକ୍ଷରେ ଥିଲେ ବୋଲି ଶାସକ ଦଳ ପକ୍ଷରୁ ପ୍ରଚାର କରାଯାଉଛି। ଭବିଷ୍ୟତ ଭାରତ ସମ୍ପର୍କରେ ଦିନ ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ମସିହା ଡ. ଭୀମରାଓ ଆମ୍ୱେଦକରଙ୍କ ଚିନ୍ତାଧାରା ସମାନ ଥିଲା ବୋଲି ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର ଦିନ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

ଦଳିତଙ୍କ ସହଂିତ ଗ୍ରାମାଞ୍ଚଳର ମତଦାତାଙ୍କୁ ଆକର୍ଷିତ କରିବା ପାଇଁ କୋଟିଏ ବାସଗୃହ, ଦିବ୍ୟାଙ୍ଗ କୋଟା ୩ରୁ ୪ପ୍ରତିଶତକୁ ବୃଦ୍ଧି କରିବା ସହିତ ଏସସି/ଏସଟି ମନ୍ତ୍ରାଳୟର ବଜେଟକୁ ୯୫,୦୦୦କୋଟିକୁ ବୃଦ୍ଧି କରିଛନ୍ତି ବୋଲି ମୋଦି କହିଛନ୍ତି। ଏସବୁ ଯୋଜନା କରି ମୋଦି କଂଗ୍ରେସର ନିର୍ବାଚନ ଜିତିବା ଦାବିକୁ ଦୁର୍ବଳ କରିବା ଯୋଜନା କରିସାରିଛନ୍ତି। ୧୯୪୭ ପରଠାରୁ ଏହି ମତଦାତାମାନଙ୍କ ଭରସାରେ କଂଗ୍ରେସ କ୍ଷମତା ହାସଲ କରିଥିଲା। ଯାହା ଏବେ ବିଜେପି କରିବାକୁ ପ୍ରୟାସ ଆରମ୍ଭ କରିଛି।

Loading...