ଆମ ଗାଁ ଆମ ବିକାଶ: ୨୩ ପଞ୍ଚାୟତ ସାମିଲ‌୍‍ ହେଲା

0
10

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସାମିଲ‌୍‍ରେ ଆରମ୍ଭ କରାଯାଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆହୁରି ୨୩ ପଞ୍ଚାୟତ ସାମିଲ‌୍‍ ହୋଇଛି। ଏହି ଅଞ୍ଚଳର ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ୪୪ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଫଳରେ ସମ୍ପୃକ୍ତ ଯୋଜନାର କଳେବର ୭୨୯କୋଟି ୧୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏଥିରେ ୧୩୯ ବ୍ଲକ‌୍‍ର ୨୯ ହଜାର ୮୧୬ପ୍ରକଳ୍ପ ସାମିଲ‌୍‍ ହୋଇଥିବା ମୁଖ୍ୟମନ୍ତ୍ରୀଙକ‌୍‍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଆଜି ସଚିବାଳୟରେ ଭିଡିଓ କନ‌୍‍ଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ୧୦ ବ୍ଲକ‌୍‍ର ଲୋକଙ୍କ ସହ କଥା ହୋଇ ସେମାନଙ୍କ ଅବାଶ୍ୟକ ପଚାରି ବୁଝିଥିଲେ। ସଙ୍ଗେସଙ୍ଗେ ଏହି ଜରୁରୀକୁ ପୂରଣ କରିବାକୁ ଯାଇ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ଯେଉଁ ବ୍ଲକ‌୍‍ଗୁଡ଼ିକ ଏହି ଯୋଜନାରେ ଆଜି ସାମିଲ‌୍‍ ହୋଇଛନ୍ତି ସେଗୁଡ଼ିକ ହେଲା, ବୌଦ ଜିଲ୍ଲାର ହରଭଙ୍ଗା, କଟକର ତିଗିରିଆ, ଗଜପତିର ମୋହନା, କେନ୍ଦ୍ରାପଡ଼ାର ମାର୍ଶାାଘାଇ, ଖୋର୍ଦ୍ଧାର ବୋଲଗଡ଼, ନୂଆପଡ଼ା ଜିଲ୍ଲରର ବୋଡେ଼ନ‌୍‍, ପୁରୀ ଜିଲ୍ଲାର ପୁରୀ ସଦର, ସମ୍ୱଲପୁରର କୁଚିଣ୍ଡା, ସୋନପୁରର ବିନ‌୍‍କା, ଏବଂ ସୁନ୍ଦରଗଡ଼ର ହେମଗିର ବ୍ଲକ‌୍‍। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Loading...