ବୌଦ୍ଧିକ ବିକାଶରେ ବାଧକ ବାୟୁ ପ୍ରଦୂଷଣ

ଦିପ୍ତିମୟୀ ମହାପାତ୍ର

ରାଜଧାନୀ ଦିଲ୍ଲୀ ଏବେ ବାୟୁ ପ୍ରଦୂଷଣରେ କବଳିତ। ସେଠାରେ ଧୀରେ ଧୀରେ ଏହି ସମସ୍ୟା ଉଗ୍ରରୂପ ଧାରଣ କରି ଜୀବନଧାରଣର ମାନରେ ଅବନତି ହେବାରେ ଲାଗିଛି। ଡିସେମ୍ୱର ୫ରେ ଆୟୋଜିତ ପ୍ରଥମ ଇଣ୍ଟରନ୍ୟାଶ‌୍‍ନାଲ‌୍‍ ସ୍ମଗ‌୍‍ ଡେ’ ଅବସରରେ ୟୁନିସେଫ‌୍‍ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଡେଞ୍ଜୟର୍ସ‌୍‍ ଇନ‌୍‍ ଦି ଏୟାର‌୍‍’ ରେ ଦର୍ଶାଯାଇଛି ଯେ ବିଶ୍ୱର ୭୦ପ୍ରତିଶତ ଶିଶୁ ବାୟୁ ପ୍ରଦୂଷଣର ଶିକାର ହୋଇଥିବାବେଳେ ୧ ବର୍ଷର କମ‌୍‍ ଶିଶୁଙ୍କ ମାନସିକ ବିକାଶ ସଠିକ‌୍‍ ଭାବେ ହୋଇପାରୁନାହିଁ। ଏଭଳି ଶିଶୁଙ୍କ ସଂଖ୍ୟା ୧୭ ମିଲିୟନ‌୍‍ ହୋଇଥିବାବେଳେ ସେଥିରୁ ୧୨.୨ ମିଲିୟନ ଶିଶୁ କେବଳ ଦକ୍ଷିଣ ଏସିଆର ବୋଲି ଜଣାପଡ଼ିଛି। ୟୁନିସେଫ‌୍‍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍ଥୋନି ଲେକ‌୍‍ କହିଛନ୍ତି ଯେ ବାୟୁ ପ୍ରଦୂଷଣରୁ ଶିଶୁଙ୍କଠାରେ ମାନସିକ ସହିତ ଶାରିରୀକ ବିକଳାଙ୍ଗତା ମଧ୍ୟ ଦେଖାଦେଇଛି। ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଶିଶୁଟିଏ ଜନ୍ମ ନେବା ପରଠାରୁ ୧୦୦୦ଦିନ ମାନସିକ ବିକାଶ ଦିଗରେ ଖୁବ‌୍‍ ଗୁରୁତ୍ୱପୂର୍ଣ୍ଣ। ମଙ୍ଗଳବାର ଦିନ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚକାଙ୍କ ଅନୁଯାୟୀ ଦିଲ୍ଲୀରେ ବାୟୁର କ୍ଷତିକାରକ ଉପାଦାନର ଇଣ୍ଡେକ୍ସ ୩୭୮ ଦର୍ଶାଯାଇଥିଲା। ଦିଲ୍ଲୀ ସମେତ ଗାଜିଆବାଦ‌୍‍ ଓ ଆଗ୍ରାରେ ବାୟୁର ଗୁଣବତ୍ତା ‘ଗମ୍ଭୀର’ ଶ୍ରେଣୀ ଅର୍ନ୍ତଭୁକ୍ତ ହୋଇଛି। ସୂଚନାଯୋଗ୍ୟ, ୧୯୫୨ ମସିହା ଡିସେମ୍ୱର ୫ ରେ ହୋଇଥିବା ଗୁରୁତର ବାୟୁ ପ୍ରଦୂଷଣରେ ପ୍ରାୟ ୧୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ଦିନର ଭୟାବହତାକୁ ସ୍ମରଣ କରି ତାର ନିରାକରଣ ପାଇଁ ଚଳିତ ବର୍ଷଠାରୁ ଡିସେମ୍ୱର ୫ ତାରିଖକୁ ଇଣ୍ଟରନ୍ୟାଶ‌୍‍ନାଲ‌୍‍ ସ୍ମଗ‌୍‍ ଡେ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply