BIGtheme.net http://bigtheme.net/ecommerce/opencart OpenCart Templates

ଓଡ଼ିଆ ଝିଅ ମନସା ଏଆଇସିସି କମିଟିର ସର୍ବକନିଷ୍ଠ ସଭ୍ୟ

ଭୁବନେଶ୍ୱର,(ଓଟି): ଏଆଇସିସି କମିଟିରେ ଓଡ଼ିଆ ଝିଅ ମନସା ତ୍ରିପାଠୀ ସର୍ବକନିଷ୍ଠ ସଭ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି  । ମାତ୍ର ୨୦ ବର୍ଷ ବୟସରେ ମନୀଷା ଏଆଇସିସିର ସଭ୍ୟ ହୋଇ ଜାତୀୟସ୍ତରରେ ବି ଚର୍ଚ୍ଚା ସୃଷ୍ଟି କରିଛନ୍ତି  । ମନୀଷାଙ୍କ ବାପା ମୁନା ତ୍ରିପାଠୀ ଏବେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି  ।

ନବରଙ୍ଗପୁର କଲେଜରେ ରାଜନୈତିକ ବିଜ୍ଞାନ ସମ୍ମାନର ଦ୍ୱିତୀୟ ବର୍ଷର ଛାତ୍ରୀ ମନସା ପିଲାଦିନୁ ସାମାଜିକ କାର୍ଯ୍ୟ ସହ ଜଡ଼ିତ ରହି ଆସିଛନ୍ତି  । ପାଠ ପଢ଼ିବା ବେଳେ ରାଜନୀତିରେ ଅଂଶଗ୍ରହଣ କଲେ କୌଣସି ସମସ୍ୟାରେ ସମ୍ମୁଖୀନ ହେବେନାହିଁ ; ବରଂ ତାଙ୍କୁ ଏଆଇସିସି କମିଟିରେ ସାମିଲ କରି ରାହୁଲ ଗାନ୍ଧୀ ଯୁବବର୍ଗଙ୍କ ହାତରେ ନେତୃତ୍ୱ ଦେବା ପାଇଁ କେତେ ପ୍ରଯତ୍ନଶୀଳ ତାହା ପ୍ରମାଣିତ ହୋଇଛି ବୋଲି ମନସା କହିଛନ୍ତି  ।

ମନସା ରାଜନୈତିକ ପରିବାରରୁ ଆସିଛନ୍ତି  । ତାଙ୍କ ଜେଜେ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ତାଙ୍କ ବାପା ମଧ୍ୟ କଂଗ୍ରେସ ରାଜନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ  ।

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply