BIGtheme.net http://bigtheme.net/ecommerce/opencart OpenCart Templates

୫ ମାଓବାଦୀ ନିହତ

ଭୁବନେଶ୍ୱର,(ଓଟି):  ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବିପୁଳ ଗୁଳି ବିନିମୟ ଫଳରେ ୫ ମାଓବାଦୀ ନିହତ ହୋଇଛନ୍ତି  । ଆନ୍ଧ୍ର ଓଡ଼ିଶା ସୀମାନ୍ତ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ଟିକରପାଡ଼ୁ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ବିପୁଳ ଗୁଳି ବିନିମୟ ହୋଇଥିଲା  । ଘଟଣାସ୍ଥଳ ରକ୍ତାକ୍ତ ହୋଇଥିବାରୁ ଏବଂ ଘୋଷଡ଼ା ଦାଗ ଥିବାରୁ ଅତି କମରେ ୫ ମାଓବାଦୀ ନିହତ ହୋଇଥିବା ଆନ୍ଧ୍ର ପୁଲିସ ଦାବି କରିଛି  । ମାଓନେତାମାନେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଏକତ୍ର ହୋଇ ଆଲୋଚନା କରିବାର ସୂଚନା ପାଇବା ପରେ ଗ୍ରେହାଉଣ୍ଡ ଯବାନ ମାନେ ସତର୍କ ହୋଇଯାଇଥିଲା  । ପରେ ଓଡ଼ିଶା ଏସଓଜି ଯବାନମାନଙ୍କୁ ସୂଚନା ଦିଆଯାଇଥିଲା । ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାର ୫୦ରୁ ଅଧିକ ଦୁର୍ଦ୍ଧାନ୍ତ କ୍ୟାଡ଼ର କ୍ୟାମ୍ପରେ ପହଁଚିବା ପରେ ଯବାନମାନେ ନିଜର ବ୍ଲୁପ୍ରିଂଟ ଅନୁଯାୟୀ ଅତର୍କିତ ଆକ୍ରମଣ କରିଥିଲେ  ।

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply