BIGtheme.net http://bigtheme.net/ecommerce/opencart OpenCart Templates

୩’ପି’ ମାୟାଜାଲରେ ଓଡିଆ

ଭୁବନେଶ୍ୱର,(ଓଟି): ଓଡିଶାର ଅଧିବାସୀ ଓଡିଆମାନଙ୍କ ରୁଚି ସମ୍ପର୍କରେ ଯଦି କେହି ଅନୁସନ୍ଧାନ କରେ ତେବେ ପ୍ରାଚୀନକାଳରୁ ବର୍ତ୍ତମାନର ସଂସ୍କୃତି ସହିତ ପରିବ୍ୟାପ୍ତ ବୋଲି ଜାଣିବାକୁ ପାଇବ। ରାଜନୀତିରେ ୩’ଟି’ ଯେପରି ଆଲୋଚିତ ହେଉଛି; ସେହିପରି ୩ ‘ପି’ ଓଡିଆମାନଙ୍କୁ ସେମାନଙ୍କ ମାୟାଜାଲରେ ବାନ୍ଧି ରଖିଛନ୍ତି। ଯେଉଁ ୩ ‘ପି’ କଥା ଆମେ କହୁଛୁ ତାହା ହେଲା; ପଖାଳ, ପଟ୍ଟନାୟକ ଓ ପର୍ଣ୍ଣ ସିନେମା।

ରାଜ୍ୟର ବଡ ଠାକୁର ଜଗନ୍ନାଥ ସଂସ୍କୃତି ଅନୁସାରେ ଶହ ଶହ ବର୍ଷ ଧରି ଓଡିଶାରେ ପଖାଳ ଭାତ ରାଜ୍ୟବାସୀଙ୍କ ଖାଦ୍ୟ ରୁଚିରେ ପ୍ରଥମ ପସନ୍ଦ। ଏହି ଖାଦ୍ୟରେ ଅନ୍ୟ ଖାଦ୍ୟ ସାମଗ୍ରୀ ଭଳି ଅଧିକ ଖର୍ଚ୍ଚ କରିବାକୁ ପଡିନଥାଏ। କେବଳ କିଛି ଚାଉଳ ଓ ସାମନ୍ୟ କିଛି ଭଜା ସହିତ ପଖାଳ ଖାଇ ଓଡିଶାବାସୀ ସନ୍ତୁଷ୍ଟ ହୋଇଥାନ୍ତି। ଯାହାଫଳରେ ଓଡିଶାବାସୀ ଅଳ୍ପରେ ସନ୍ତୁଷ୍ଟ ବୋଲି ପ୍ରବାଦ ରହିଛି। ଏହି ପ୍ରବାଦକୁ ଟିକିଏ ନିରିଖେଇ ଦେଖିଲେ ଜଣାପଡେ ଯେ ଓଡିଶାର ଲୋକମାନେ ବଡ ସ୍ୱପ୍ନ ଦେଖିନଥାନ୍ତି। ଯାହାର ଫଳ ସ୍ୱରୁପ ଓଡିଶାର ଉନ୍ନତି ଅନ୍ୟ ରାଜ୍ୟମାନଙ୍କ ଭଳି ହୋଇପାରୁନାହିଁ। ପ୍ରତିଦିନର ଆବଶ୍ୟକତାକୁ ମେଣ୍ଟାଇବାକୁ ଓଡିଶାବାସୀ ବର୍ଷ ସାରା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାନ୍ତି।

ଦ୍ୱିତୀୟ ‘ପି’ ହେଉଛି ପଟ୍ଟନାୟକ। ସତୁରୀ ଦଶକ ପରେ ଓଡିଶା ରାଜନୀତିରେ ପଟ୍ଟନାୟକ ସାଙ୍ଗିଆଧାରୀ ନେତାମାନଙ୍କ ପ୍ରଭାବ ଆରମ୍ଭ ହୋଇଥିଲା। ଯାହାକି ଏବେ ବି ପଟ୍ଟନାୟକ ସାଙ୍ଗିଆଧାରୀ ନେତାମାନଙ୍କ ପ୍ରଭାବ ଓଡିଆ ଲୋକମାନଙ୍କ ଉପରେ ରହିଛି। ୧୯୬୧ ମସିହା ଜୁନ ୨୩ ତାରିଖରେ ଚୌଦ୍ୱାର ବିଧାୟକ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେଇ ପଟ୍ଟନାୟକ ସାଙ୍ଗିଆଧାରୀ ଶାସନର ମୂଳଦୁଆ ପକାଇଥିଲେ। ସେ ମାତ୍ର ୮୩୨ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶାସ ନକରି ୨୩ ବର୍ଷ ପରେ ୧୯୯୦ ମାର୍ଚ୍ଚ ୫ରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ। ବିଜୁ ପଟ୍ଟନାୟକ ତାଙ୍କ ଜୀବନ କାଳ ମଧ୍ୟରେ ୨୬୬୯ଦିନ ମୁଖ୍ୟମନ୍ତ୍ରୀଭାବେ ଓଡିଶାକୁ ଶାସନ କରିଥିଲେ। ବିଜୁ ପଟ୍ଟନାୟକଙ୍କ ପରେ ଆଉ ଜଣେ ପଟ୍ଟନାୟକ ସାଙ୍ଗିଆଧାରୀ ନେତା ଜାନକୀ ବଲ୍ଳଭ ପଟ୍ଟନାୟକ ୩ଥରରେ ଓଡିଶାକୁ ୪୯୦୬ ଦିନ ଶାସନ କରିଛନ୍ତି। ଜାନକୀ ବଲ୍ଳଭ ପଟ୍ଟନାୟକ ଆଠଗଡ ବିଧାୟକଭାବେ ପ୍ରଥମ ପାଳିରେ ୯ଜୁନ ୧୯୮୦ ଓ ଦ୍ୱିତୀୟ ପାଳିରେ ୧୦ଜୁନ ୧୯୮୫ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତୃତୀୟ ପାଳିରେ ବେଗୁନିଆ ବିଧାୟକଭାବେ ୧୫ମାର୍ଚ୍ଚ ୧୯୯୫ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ତୃତୀୟ ପଟ୍ଟନାୟକ ସାଙ୍ଗିଆଧାରୀ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ସେ ହିଞ୍ଜିଳୀ ବିଧାୟକଭାବେ ୫ମାର୍ଚ୍ଚ ୨୦୦୦ରୁ ୪ଥର ମୁଖ୍ୟମନ୍ତ୍ରୀ ହୋଇ ଆଜି ପର୍ଯ୍ୟନ୍ତ ୬୫୮୩ଦିନ ମୁଖ୍ୟମନ୍ତ୍ରୀ ହେଲେଣି। ଏଥିରୁ ଜଣାପଡୁଛି ଓଡିଶାବାସୀ ପଟ୍ଟନାୟକ ସାଙ୍ଗିଆଧାରୀ ନେତାମାନଙ୍କ ମାୟାଜାଲରୁ ବାହାରି ପାରୁନାହାନ୍ତି। ରାଜ୍ୟରେ କରଣ ଜାତିର ଲୋକସଂଖ୍ୟା ମାତ୍ର ୫ପ୍ରତିଶତ ହୋଇଥିଲେ ହେଁ ସେମାନେ ଅଳସୁଆ ଓଡିଆ ଜାତିକୁ ସାମାନ୍ୟ ଦରରେ ଚାଉଳ ଓ ଭାତ ଡାଲମା ଦେଇ ବଶ କରିବାରେ ସଫଳ ହୋଇଛନ୍ତି।

ତୃତୀୟ କଥାଟି ହେଉଛି ପର୍ଣ୍ଣ ସିନେମା ବା ଅଶ୍ଳୀଳ ସିନେମା। ଅଶ୍ଳୀଳ ଚିତ୍ର ଦେଖିବାରେ ଓଡିଶାବାସୀ ଏବେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ କୌଣସି ପ୍ରକାରରେ ଲାଜ କରିବାର କଥା ନାହିଁ। କାରଣ ଓଡିଆ ଲୋକମାନେ ଅଶ୍ଳୀଳ ଛବି ଦେଖି ସୁଖ ଅନୁଭବ କରନ୍ତି। ଏହାର ପ୍ରମାଣ ହଜାର ବର୍ଷ ପୁରୁଣା ରହିଛି। ଦ୍ୱାଦଶ ଖ୍ରୀଷ୍ଠବ୍ଦରେ ପ୍ରତିଷ୍ଠା କରାଯାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଯେଉଁ ସବୁ ଅଶ୍ଳୀଳ ଛବି ଖୋଦେଇ କରାଯାଇଛି; ତାହା ଆଜିକାଲିର ଅଶ୍ଳୀଳ ସିନେମାଠାରୁ କୌଣସି ଗୁଣରେ କମ‍୍‌ ନୁହେଁ। ତେଣୁ ପର୍ଣ୍ଣ ସିନେମା ଦେଖିବାରେ ଓଡିଶାବାସୀ ଯେଉଁ ଜାତୀୟ ସ୍ତରରେ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ଯାହା କୁହାଯାଉଛି ତାହା ନୂଆ କଥା ନୁହେଁ।

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply