BIGtheme.net http://bigtheme.net/ecommerce/opencart OpenCart Templates

ଶ୍ରୀରାମ ନବମୀ ପୂର୍ବରୁ ଭଦ୍ରକରେ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି

ଭଦ୍ରକ,(ଓଟି):  ଭଦ୍ରକ ଗାନ୍ଧି ପଡ଼ିଆରେ ରାମନବମୀକୁ ଧୂମ୍‌ଧାମରେ ପାଳିତ କରାଯାଏ। ଏଥିରେ ଆଇନଶୃଙ୍ଖଳା ଓ ଶାନ୍ତି ବିଗିଡ଼ିବା ଆଶଙ୍କାକରି ଜିଲ୍ଲାପ୍ରଶାସନ ପକ୍ଷରୁ ସହରରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରଫ୍ୟୁ ବଳବତ୍ତର ରହିବ। ଏହି ସମୟ ଭିତରେ ୧୪୪ ଧାରା ଜାରି କରାଯାଇଥିବା ଅଞ୍ଚଳରେ ସଭା ସମିତି ଓ ଲୋକ ଏକତ୍ର ହୋଇପାରିବେ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସହରର ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସହରରେ ଫୋର୍ସ ଫ୍ଲାଗମାର୍ଚ୍ଚ କରୁଛନ୍ତି।

ଚଳିତ ମାସ ୨୫ ତାରିଖରେ ଶ୍ରୀରାମ ନବମୀ ପାଳନ ହେବାକୁ ଥିବା ବେଳେ ଶନିବାର ଭଦ୍ରକ ସହରରେ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସହରରେ ୨୧ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ଟାରୁ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ରାମନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ସେହିଭଳି ସୋସିଆଲ ମିଡିଆରେ ଧର୍ମିୟ ଭାବନା ପୋଷ୍ଟ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଗତବର୍ଷ ଏପ୍ରିଲରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ଉତ୍ତେଜନା ଦେଖାଦେବା ପରେ ଭଦ୍ରକରେ ପ୍ରଶାସନ ତରଫରୁ କଫ୍ୟୁ ଜାରି କରାଯାଇଥିଲା। ଏହା ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ରହିଥିଲା। ଏହି ସମୟରେ ସହରର ୪୫ ଜଣ ଲୋକ ଗିରଫ ହୋଇଥିଲେ। ଏହା ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶାନ୍ତି ପାଇଁ ଆହ୍ଵାନ ଡକାଯାଇଥିଲା। ଶାନ୍ତି ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଥିଲେ।

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply