କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
dangaria

ରୋଗରେ ଶଢ଼ୁଛନ୍ତି ଡ଼ଙ୍ଗରିଆ

କେବେ ମାସ ମାସ ଧରି ପେଟ ଯନ୍ତ୍ରଣା ତ ଆଉ କେବେ ଚର୍ମରୋଗ। ପୁଣି ମାରାତ୍ମକ ଯକ୍ଷ୍ମାର ଆତଙ୍କ। କଳାହାଣ୍ଡି ରାୟଗଡା ଜିଲ୍ଲାର ସୀମାନ୍ତରେ ନିୟମଗିରି ପାହାଡ଼ ଅଞ୍ଚଳରେ ରହୁଥିବା ଆଦିମ ଅଧିବାସୀ ଡ଼ଙ୍ଗରିଆମାନେ ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ବର୍ଷ ତମାମ ବିଭିନ୍ନ ଦୁରାରୋଗ ବ୍ୟାଧିର ଶୀକାର ହେଉଛନ୍ତି। ସେମାନଙ୍କ ପାଇଁ ଚିକିତ୍ସା ସେବା ଏପରି ଅପହଞ୍ଚ ହୋଇ ରହିଲେ।ଗାମୀ ଦିନରେଏହଆଦିମ ଅଧିବାସୀ ଓଡ଼ିଶାରୁ ବିଲୁପ୍ତ ହୋଇଯିବ।

ଭୁବନେଶ୍ୱର,(ନିପ୍ର): ଅନୁନ୍ନତ କଳାହାଣ୍ଡି ଜିଲ୍ଲାରେ ବିକାଶ ଓ ଶିଳ୍ପାୟନ ନାମରେ ସେଠାକାର ଆଦିମ ଅଧିବାସୀଙ୍କ ଉପରେ କମ୍ପାନୀର ଗୁଣ୍ଡାମାନେ ଅତ୍ୟାଚାର ଚଳାଇଥିବାବେଳେ ପୁଲିସ ମଧ୍ୟ କିଛି କମ ଅତ୍ୟାଚାର କରୁନାହିଁ। ପୁଲିସ ଏହି ନିରୀହ ଆଦିବାସୀମାନଙ୍କ ଉପରେ ନକ୍ସଲ ଆଳରେ ଜୁଲମ ମଧ୍ୟ ଚଳାଉଛନ୍ତି। ଏହି ଅତ୍ୟାଚାର ଓ ଦମନ ଭିତରେ ପେଶି ହେଉଛନ୍ତି ଆଦିମ ଅଧିବାସୀ ଡ଼ଙ୍ଗରିଆ ଓ ଝରଣିଆ ସମ୍ପ୍ରଦାୟ।

ଏହି ଦୁର୍ଗମ ଅଞ୍ଚଳର ଅଧିବାସୀମାନଙ୍କ ପାଇଁ ରାସ୍ତା ଘାଟ ନଥିବାରୁ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ୧ଟଙ୍କିଆ ଚାଉଳ ଯୋଜନା ପାହାଡ଼ିଆ ଅଞ୍ଚଳରେ ପହଞ୍ଚିପାରୁନଥିବାରୁ ଡ଼ଙ୍ଗରିଆ ଓ ଝରଣିଆମାନେ ବର୍ଷ ତମାମ ଜଙ୍ଗଲରୁ ସଂଗୃହୀତ ଅଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଅଖାଦ୍ୟ ସହିତ ଝରଣା ଓ ନାଳ ପାଣି ପିଇ ଡ଼ଙ୍ଗରିଆ ଓ ଝରଣିଆମାନେ ବହୁ ସଂଖ୍ୟାରେ ନିୟମିତଭାବେ ଅନେକ ପ୍ରକାରର ସଂକ୍ରାମକ ରୋଗରେ ସଂକ୍ରମିତ ହେଉଛନ୍ତି।

ନିୟମଗିରିର ଡ଼ଙ୍ଗାମାଟି, ଲମ୍ପା, ଭୂମା, ପାଲବେରୀ, କୁନାକାଡୁ, ତାଡିଝୋଲା, ଖେମନିପଦର, ନାଚନିଗୋଡା, କାଶବଣ୍ଡେଲ, ଲେପଟାଗୁଡା ଓ ଲାଖପଦର ଏଭଳି ୯ଟି ପଞ୍ଚାୟତର ୨୦୦ରୁ ଅଧିକ ଗାଁରେ ଗତ କିଛି ବର୍ଷ ଭିତରେ ବିଭିନ୍ନ ରୋଗରେ ପୀଡିତ ହୋଇ ୧୨ଶହରୁ ଉର୍ଦ୍ଧ୍ୱ ଡ଼ଙ୍ଗରିଆ କନ୍ଧ ସଠିକ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି।

ଅଖାଦ୍ୟ, ବିଷାକ୍ତ ଖାଦ୍ୟ, ନାଳ ଝରଣାର ଦୂଷିତ ପାଣି ପିଇବା ଯୋଗୁଁ ଉପରୋକ୍ତ ଗାଁ ଗୁଡିକରେ ସଂଖ୍ୟାଧିକ ଡ଼ଙ୍ଗରିଆ କନ୍ଧ ପେଟରୋଗ, ଚର୍ମରୋଗ ସହିତ ଯକ୍ଷ୍ମାଭଳି ମାରାତ୍ମକ ରୋଗରେ ବର୍ଷ ତମାମ ଆକ୍ରାନ୍ତ ରହୁଥିବା ଜଣାପଡ଼ିଛି। ପାହାଡ଼ ଉପରେ ରହୁଥିବା ଡ଼ଙ୍ଗରିଆ ଜନବସତିକୁ ରାସ୍ତାନଥିବାରୁ ସରକାରୀ ସ୍ୱାସ୍ଥ୍ୟାସବା ଓ ଆମ୍ୱୁଲାନ୍ସ ପହଞ୍ଚିପାରୁନାହିଁ। ଏହି ଆଦାମ ଅଧିବାସୀମାନେ ମଧ୍ୟ ପାହାଡ଼ ତଳକୁ ଆସି ଠିକଣା ଚିକିତ୍ସା ବ୍ୟବସ୍ଥା ଯୋଗାଡ କରିପାରୁନାହାନ୍ତି।

ଭାଗ୍ୟକୁ ଆଦରି ଜଙ୍ଗଲ ଘେରା ପାହାଡ ଉପରେ ପଡ଼ିରହି ବିଭିନ୍ନ ପ୍ରକାରର ମାରାତ୍ମକ ଓ ଦୁରାରୋଗରେ ପଡ଼ି ଶଢ଼ୁଛନ୍ତି। ନିୟମଗିରି ସୁରକ୍ଷା ସମିତିର ଲଢୁଆ ଡ଼ଙ୍ଗରିଆ ନେତାଭାବେ ପରିଚତ ଲାଖପଦର ଗାଁର ୨୬ବର୍ଷ ବୟସ୍କ ଡେ଼ଣ୍ଢୋସିକୋକା ଦୀର୍ଘ ୩ବର୍ଷ ହେଲା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯକ୍ଷ୍ମା ରୋଗର ନିରାକରଣ ପାଇଁ ସରକାର ମାଗରାରେ ଔଷଧ ବାଣ୍ଟୁଥିବାବେଳେ ଡେ଼ଣ୍ଢୋସିକୋକା ଭଳି ଗରିବଙ୍କ ପାଇଁ ଏହା ସାତସପନ ହୋଇଛି।

ଏହା ପୁର୍ବରୁ ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି ଦଇସିଂ ମାଝୀ ଉପଯୁକ୍ତ ଚିକିତ୍ସା ନପାଇବାରୁ ଯକ୍ଷ୍ମା ରୋଗରେ ମୃତ୍ୟୁମୁଖରେ ପଡିଛନ୍ତି। ରେଙ୍ଗୋପାଲି ଗାଁର ୧୩ ଜଣ ଡ଼ଙ୍ଗରିଆ ଯୁବକ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି। କେବଳ ଯକ୍ଷ୍ମା ନୁହେଁ ପାହାଡ ଉପରେ ଓ ତଳେ ଥିବା ଅଧିକାଂଶ ଗାଁରେ କିଡ଼ନୀ, ଚର୍ମ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପୁଛି।

ଏହି ଆଦିମ ଅଧିବାସୀ ଡ଼ଙ୍ଗରିଆଙ୍କ ପ୍ରତି ସରକାରୀ କଳର ଉଦାସୀନତା ଯୋଗୁଁ ସେମାନେ ନିୟମଗିରି ପାଖରେ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଫଳରେ ଡ଼ଙ୍ଗରିଆମାନେ ବିଭିନ୍ନ ରୋଗରେ ଦୀର୍ଘ ଦିନ ଧରି ଆକ୍ରାନ୍ତ ହେବା ଫଳରେ ଧୀରେ ଧୀରେ ସେମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

Leave a Reply

Your email address will not be published. Required fields are marked *