କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
flood

୨୪ଘଣ୍ଟାରେ ଅଧିକ ଘନୀଭୂତ ହେବ ଲଘୁଚାପ, ଅତ୍ୟଧିକ ବର୍ଷା ଆଶଙ୍କା

ଭବାନୀପାଟଣାରେ ୮୦ ମିଲିମିଟର ଏବଂ ଭୁବନେଶ୍ୱରରେ ୨୦ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର, (ଓଟି): ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ଗାଙ୍ଗେୟ ଉପକୂଳ ପଶ୍ଚିମ ବଙ୍ଗରେ ସୃଷ୍ଟି ହୋଇଥିବା ଳଘୁଚାପ କ୍ରମଶଃ ଅଧିକ ଘନୀଭୂତ ହେ‌ଉଥିବାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା, ଘଡ଼ଘଡ଼ି ଓ ତୋଫାନର ଆଶଙ୍କା କରିଛି ପାଣିପାଗ ବିଭାଗ। ଏହାଦ୍ୱାରା ନଦୀଗୁଡ଼ିକରେ ଜଳପତନ ବୃଦ୍ଧି ପାଇବା ଆାଙ୍କା ରହିଛି। ପୁଣି କଳାହାଣ୍ଡି, ରାୟଗଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହିସବୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ଦେଖା ଦେଇଛି। ଏବେ କଳାହାଣ୍ଡିର ହାତୀ ନଦୀରେ ବନ୍ୟା ଆସିବା ଦ୍ୱାରା ଜୁନାଗଡ଼ କ୍ଷତିଗ୍ରସ୍ତ ହୋଇଛି। ସେହିପରି ରାୟଗଡ଼ାର କଲ୍ୟାଣୀ ଓ ନାଗାବଳୀରେ ବନ୍ୟା ଆସିଥିବାରୁ କଲ୍ୟାଣପୁର ଅଞ୍ଚଳ ଜଳବନ୍ଦରୀ ହୋଇଛି।

ବନ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରଶାସନିକ କଳ ଯଥେଷ୍ଟ ଯତ୍ନବାନ ହୋଇଛି। ଓଡ୍ରାଫ୍ ସମେତ ସିଆର‍୍‌ପିଏଫଙ୍କ ମଧ୍ୟ ଉଦ୍ଧାର ପାର୍ଯ୍ୟ ପାଇଁ ମୁତ୍ତୟନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଭବାନୀପାଟଣାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୭୦ ମିଲିମିଟର, ଭୁବନେଶ୍ୱର, ସମ୍ୱଲପୁର ଏବଂ ଚାନ୍ଦବାଲିରେ ୨୦ ମିଲିମିଟର ବର୍ଷା ଅନୁଭୂତ ହୋଇଛି। ରାତିରେ ଏହି ବର୍ଷା ପରିମାଣ ଆହୁରି ବଢ଼ିପାରେ।

ପାଣିପାଗ ବିଭାଗ ଦ୍ୱାରା ସନ୍ଧ୍ୟା ୮ଟା ବେଳେ ପ୍ରକାଶିତ ବୁଲେଟିନ‍୍‌ରେ କୁହାଯାଇଛି ଯେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ସେହିପରି ପ୍ରଭାବ ବିସ୍ତାର କରିଛି। ଏହା ସମୂଦ୍ର ପତନଠାରୁ ୭.୬ କିଲୋମିଟର ଉପରେ ଘୁର୍ଣ୍ଣାୟମାନ କରୁଛି। ଏହା ଆସନ୍ତା ୨୪ ଘଣ୍ଟା ଭିତରେ ଘନୀଭୂତ ହେବ। ସେହିଭଳି ପଶ୍ଚିମ ରାଜସ୍ଥାନରୁ ଉତ୍ତରପୂର୍ବ ବଙ୍ଗୋପସାଗର, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମ ବଙ୍ଗ ଦେଇ ଏକ ଟ୍ରଫ୍ ଲାଇନ‍୍‌ ସମୁଦ୍ରପତନଠାରୁ ୧.୫ କିଲୋମିଟର ଉପରେ ସ୍ଥିର ରହିଛି। ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସଅଷ୍ଟ ଲଘୁଚାପାର କେନ୍ଦ୍ରସ୍ଥଳକୁ ଛୁଇଁ ପାର‍୍‌ ହୋଇଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ।

ସମୁଦ୍ର ମଧ୍ୟରେ ଭିଜିବିଲିଟି ( ଦୃଶ୍ୟମାନ) ରହିବ ୩-୨ ନଟିକାଲ‍୍‌ ମାଇଲ‍୍‌, ସମୁଦ୍ରର ତରଙ୍ଗ ଦୈର୍ଘ୍ୟ ରହିବ ୨ରୁ ୩ ମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଣୁ ଧୀବରମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *