ହ୍ୱାଟସ୍ଆପର ନୂଆ ଫିଚର୍ କ୍ୱିକ୍‍ ସୁଇଚ୍

0
5

୨୦୧୮ର ଉପହାର ଭାବେ ହ୍ୱାଟସ୍ଆପ୍ ଏକ ନୂଆ ଫିଚର୍ ନେଇଆସିଛି । ଭଏସ୍ ଓ ଭିଡିଓ କଲିଂ କ୍ଷେତ୍ରରେ ଏହି କ୍ୱିକ ସୁଇଚ୍ ବ୍ୟବହାର ହେବ । ଦୀର୍ଘଦିନରୁ ଏହି ଫିଚର୍ ସମ୍ପର୍କରେ ଚର୍ଚ୍ଚାରେ ଥିବା ଭଏସ୍ ଓ ଭିଡିଓ କଲ୍କୁ ସ୍ୱିଚ୍ କରିବା ଫିଚର୍ ଉପଲବ୍ଧ କରାଇଛନ୍ତି । ଏହି ଫିଚର୍ ଦ୍ୱାରା ଏବେ ଏଣ୍ଡ୍ରୋଏଡ୍ ବିଟା ୟୁଜର୍ସ ହ୍ୱାଟସ୍ଅପ୍ର ଭିଡିଓ କିମ୍ବା ଭଏସ୍ କଲ୍ରେ ରହିଥିବା ସମୟରେ ମଧ୍ୟ କଲ୍ ସ୍ୱିଚ୍ କରିପାରିବେ । ଏହି ନୂଆ ଫିଚର୍ ବିଟା ୨.୧୮.୪ ଭର୍ସନ୍ରେ ଉପଲବ୍ଧ । ଏହାକୁ ଧୀରେ ଧୀରେ ବିଟା ପ୍ରୋଗ୍ରାମ୍ ମାଧ୍ୟରେ ୟୁଜର୍ସଙ୍କ ପାଖରେ ପହଞ୍ଚାଇବାର ଯୋଜନା ରହିଛି । ଏହି ଫିଚର୍ ଆଣିବା ପଛରେ ଲକ୍ଷ୍ୟ ହେଉଛି ୟୁଜର୍ସଙ୍କ କଲ୍ ସ୍ୱିଚ୍ ପ୍ରକ୍ର୍ରିୟାକୁ ସହଜ କରିବା । ଏହି କୁଇକ୍ ସୁଇଚ୍ ବଟନ୍ କଲ୍ ସ୍କ୍ରୀନ୍ ଉପରେ ଦେଖାଯିବ । ତାହାକୁ କ୍ଲିକ୍ କରିବା ପରେ ଭଏସ୍ରୁ ଭିଡିଓ କିମ୍ବା ଭିଡିଓରୁ ଭଏସ୍ କଲ୍ ସ୍ୱିଚ୍ ହୋଇପାରିବ ।

କିଭଳି କରିବେ ବ୍ୟବହାର –
ଧରିନିଅନ୍ତୁ ଆପଣ ହ୍ୱାଟସ୍ଅପ୍ରେ ଭଏସ୍ କଲ୍ କରୁଛନ୍ତି ଏବଂ ଆପଣ ଭଏସ୍ରୁ ଭିଡିଓ କଲ୍ କରିବାକୁ ଚାହୁଁଛନ୍ତି । ଯଦି ଆପଣ ଲାଟେଷ୍ଟ୍ ହ୍ୱାଟସ୍ଅପ୍ ବିଟା ଭର୍ସନ୍ ବ୍ୟବହାର କରୁଛନ୍ତି, ତାହେଲେ କଲ୍ ସ୍କ୍ରୀନ୍ରେ ଥିବା କୁଇକ୍ ସୁଇଚ୍ ବଟନ୍ ଉପରେ କ୍ଲିକ୍ କରିପାରନ୍ତି । ଏହା କରିବା ପରେ କଥା ହେଉଥିବା ବ୍ୟକ୍ତିଙ୍କ ପାଖକୁ ଏକ ପପ୍ ଅପ୍ ମେସେଜ୍ ଯିବ, ଯେଉଁଥିରେ ଲେଖାଥିବ ‘ୟୁ ଆର୍ ରିକ୍ୱେଷ୍ଟିଙ୍ଗ୍ ଏ ଭିଡିଓ କଲ୍’ । ଯଦି ଅପର ପକ୍ଷର ସେହି ବ୍ୟକ୍ତି ଜଣକ ଆପଣଙ୍କ ରିକ୍ୱେଷ୍ଟ୍ ଗ୍ରହଣ କରନ୍ତି, ତାହେଲେ ଆପଣଙ୍କ ଭଏସ୍ କଲ୍ ଭିଡିଓ କଲ୍ରେ ପରିବର୍ତ୍ତିତ ହୋଇଯିବ । ଏହି ସମାନ ପ୍ରକ୍ରିୟା ଭିଡିଓରୁ ଭଏସ୍ କଲ୍ ପାଇଁ ମଧ୍ୟ କରାଯାଇପାରିବ । ହ୍ୱାଟସ୍ଅପ୍ର ଫାଇନାଲ୍ ଭର୍ସନ୍ରେ ଏହାକୁ ଉପଲବ୍ଧ କରାଇବା ପୂର୍ବରୁ କମ୍ପାନୀ ତରଫରୁ ପ୍ରଥମେ ବିଟା ଭର୍ସନ୍ରେ ଏହାର ପରୀକ୍ଷଣ କରୁଛନ୍ତି । ଏହି ନୂଆ ଫିଚର୍ ବ୍ୟବହାର କରିବା ପାଇଁ ରିସିଭର୍ ଓ ସେଣ୍ଡର୍ ଦୁଇଜଣକ ମୋବାଇଲ୍ରେ ହ୍ୱାଟସ୍ଅପ୍ର ୨.୧୮.୪ ଭର୍ସନ୍ ଥିବା ଜରୁରୀ ।
ପ୍ରସ୍ତୁତି- ଦିପ୍ତିମୟୀ ମହାପାତ