କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
CM review

ରାଜ୍ୟରେ ଚାଲିଛି ବିପର୍ଯ୍ୟୟ ପରିଚାଳନା, ମନ୍ତ୍ରୀ ମହେଶ୍ୱରଙ୍କୁ ଅଣଦେଖା

ଭୁବନେଶ୍ୱର,(ଓଟି): ଓଡ଼ିଶା ଉପକୂଳରେ ଲଘୁଚାପ ବର୍ଷାର ପ୍ରଥମ ବଡ଼ ମାଡ଼ରେ ବେହାଲ ହୋଇଛି ଦକ୍ଷିଣ ଓଡ଼ିଶା। କଳାହାଣ୍ଡି ଓ ରାୟଗଡ଼ାରେ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ବନ୍ୟା ହେତୁ ୫ଟି ଛୋଟ ବଡ଼ ବ୍ରିଜ୍‌ ଧୋଇ ହୋଇଯାଇଛି। ସଡ଼କ ପରିବହନ ସମେତ ରେଳ ପରିବହନ ବାଧାପ୍ରାପ୍ତ ହୋଇଛି।

ଜଳବନ୍ଦୀରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ମଧ୍ୟ ଆରମ୍ଭ ହୋଇଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ‍୍‌ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ ପରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କେନ୍ଦ୍ରୀୟ ସହାୟତା ମଧ୍ୟ ମାଗିଛନ୍ତି।

କିନ୍ତୁ ଏସବୁ ପ୍ରକ୍ରିୟା ଭିତରେ ସରକାରୀ କଳ ଭୁଲିଯାଇଛି ତାଙ୍କ ବିଭାଗରେ ଜଣେ ମନ୍ତ୍ରୀ ରହିଛନ୍ତି। କ୍ୟାବିନେଟ‍୍‌ ପାହ୍ୟାର ଏ ମନ୍ତ୍ରୀ ବେଶ‍୍‌ ଅଭିଜ୍ଞତା ସମ୍ପନ୍ନ ବୋଲି ମଧ୍ୟ କାହାର ନଜରକୁ ଆସି ନାହିଁ। ଏପରିକି ଖୋଦ‍୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ପରିସ୍ଥିତିର ଅନୁଧ୍ୟାନ କଲାବେଳେ ତାଙ୍କ କଥା ଭୁଲିଯାଇଛନ୍ତି। ଏଣୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟମନ୍ତ୍ରୀ ଗଲାପରେ ପୁଣିଥରେ ମୁଖ୍ୟ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ପରିସ୍ଥିତିର ସମୀକ୍ଷା କରି ନିଜର ଅସ୍ତିତ୍ୱ ଜାହିର କରିଛନ୍ତି।
୧୫ ତାରିଖରେ ବନ୍ୟାଜଳ ଦ୍ୱାରା କଳାହାଣ୍ଡିରେ ହାତୀ ନଦୀ ଓ ରାୟଗଡ଼ାରେ ନାଗାବଳୀ ଓ କଲ୍ୟାଣି ଫୁଲି ଉଠିଥିଲା। ହଠାତ୍ ପରିସ୍ଥିତି ବଦଳିଯିବାରୁ ହଜାର ହଜାର ସଂଖ୍ୟାରେ ଲୋକ ପାଣି ଷଘରକୁ ଚାଲି ଆସିଥିଲେ। ପରିସ୍ଥିତି ଆୟତ୍ତ ବା ଅଣାୟତ୍ତ ହେବ ତାହର ଆକଳନ କରିବା ପୂର୍ବରୁ ରିଲିଫ୍ କମିଶନର ରନ୍ଧା ଖାଦ୍ୟ ବଣ୍ଟନ, ଉଦ୍ଧାର ଏବଂ କେନ୍ଦ୍ରୀୟ ସହାୟତା ପାଇଁ ତତ୍ପରତା ପ୍ରକାଶ କଲେ। ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯୋଗାଯୋଗ କରାଯାଇ ପରିସ୍ଥିତି ଅନୁଧ୍ୟାନ ପାଇଁ ତାଙ୍କୁ ଡକାଗଲା।
ମୁଖ୍ୟମନ୍ତ୍ରୀ ଚିରାଚରିତ ଭାବେ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ଦପ୍ତରକୁ ଆସି ପୂର୍ବ ଲିଖିତ ଚିଠାକୁ ଧରି ଅନୁଧ୍ୟାନ ଆରମ୍ଭ କଲେ। ଏହି ସମୀକ୍ଷା ବୈଠକ ବେଳେ ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଣନ‍୍‌, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ବିଭାଗୀୟ ସଚିବ ଚନ୍ଦ୍ରଶେଖର କୁମାରଙ୍କ ସମେତ ଅନ୍ୟ ଅଧିକାରୀମାନେ ଥିଲେ। ସେମାନଙ୍କ ଭିତରେ ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ଥିଲେ। ହେଲେ ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ନଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଫଟୋରୁ ଏହାସ୍ପଷ୍ଟ ଜଣାପଡ଼ୁଛି। ପରିସ୍ଥିତି ଯାହା ବି ଥାଉନା କାହିଁକି ନୂଆକରି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବରିଷ୍ଠ ବିଜେଡି ନେତା ମହେଶ୍ୱର ମହାନ୍ତିଙ୍କ ଅବସ୍ଥା ଦଳରେ ଯେ, ଛକଡ଼ା ଦି’ଅଣା ହୋଇଛି ତାହା ଏଥିରୁ ସ୍ପଷ୍ଟ ହୋଇଛି। କେହି କେହି ଏବେ କହୁଛନ୍ତି ବିଜୟଶ୍ରୀଙ୍କ ପରେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିବାର ବେଳ ଆସିଯାଇଛି।
ମୁଖ୍ୟମନ୍ତ୍ରୀ ପରିସ୍ଥିତି ଅନୁଧ୍ୟାନ କରି ସିଧା ସିଧା ନିଜ ଦପ୍ତରକୁ ଫେରିଥିଲେ। ହେଲିକ୍ପଟରଠାରୁ ଆରମ୍ଭ କରି ଓଡ୍ରାଫ୍, ସିଆର‍୍‌ପିଏଫ୍ ବ୍ୟବହାର ପାଇଁ ସଚିବଙ୍କ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଥିଲେ।
ମହେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଏପରି ଆଚରଣ ଦେଖି ନା କିଛି କହିପାରୁଥିଲେ ନା ସହିପାରୁଥିଲେ। କିନ୍ତୁ ନିଜର ଉପସ୍ଥିତିକୁ ଜାହିର କରିବା ଲାଗି ସେ ପୁଣିଥରେ ବିଭାଗୀୟ ଅଧିକାରୀଙ୍କ ସମୀକ୍ଷା କରିିଥଲେ। ଅଫିସରମାନଙ୍କ କାର୍ଯ୍ୟକ୍ରମକ ଗୁଡ଼ିକୁ ପଚାରି ବୁଝି ଗଣମାଧ୍ୟମ ଆଗରେ ବୟାନ ଦେବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ଗଣମାଧ୍ୟମ ଏ ବାବଦରେ ଆଉ ପଚାରି ନଥିଲେ। ଶେଷରେ ରାତି ଆଠଟା ପରେ ତାଙ୍କ ସୂଚନା ଅଧିକାରୀ ଏକ ପ୍ରେସ‍୍‌ ରିଲିଜ୍‌ ଜାରି କରି ଏ ବାବଦରେ ଜଣାଇଛନ୍ତି।
ବର୍ଷା ଓ ବନ୍ୟା ବିତ୍ପାତ ଚାଲିଥିବା ବେଳେ ମହେଶ୍ୱର ମଧ୍ୟ ବିତ୍ପାତର ଶିକାର ହେବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ସିଧାସିଧା ମୁଖ୍ୟମନ୍ତ୍ରୀ ଏ ବାବଦରେ ଇଙ୍ଗିତ କରିଥିବାରୁ ମହେଶ୍ୱର ନିଜର ବୟସ ବାବଦରେ ଖୋଦ‍୍‌ ବୁଝି ସାରିବେଣି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବରିଷ୍ଠ ମନ୍ତ୍ରୀ ଭାବେ ଏବେ ରାଜନୀତିରୁ ସନ୍ୟାସ ନେଇ ନିଜ ଭାବମୂର୍ତ୍ତିକୁ ବଞ୍ଚାଇ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଇଙ୍ଗିତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଏହା ପୂର୍ବରୁ ବିଜୟଶ୍ରୀ ରାଉତରାୟ ମନ୍ତ୍ରୀ ଥାଇ ମଧ୍ୟ ଜଙ୍ଗଲ ଓ ପରିବେଶ ସମ୍ୱନ୍ଧୀୟ ଅନେକ ଫାଇଲ‍୍‌କୁ ମୁଖ୍ୟମନ୍ତ୍ରୀ ଖୋଦ‍୍‌ ପରିଚାଳନା କରୁଥିଲେ।
ଅବଶ୍ୟ ମୁଖ୍ୟମନ୍ତ୍ରୀ ଏଥିପାଇଁ କ୍ଷମତାପନ୍ନ କିନ୍ତୁ ମନ୍ତ୍ରୀଙ୍କୁ ଏଡ଼ାଇ କେବଳ ସଚିବଙ୍କ ସହ କଥା ହେବା ଏବଂ ସେମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ପରିଚାଳନା କରିବା ନିହାତି ଭାବେ କିଛି ଅପସୂଚନା ମହେଶ୍ୱରଙ୍କ ପାଇଁ ଆଣିଦେବ ବୋଲି ଆଲୋଚନା ହେଉଛି।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

Leave a Reply

Your email address will not be published. Required fields are marked *