କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
BJD jala satyagraha

ରମଣଙ୍କୁ ବିରୋଧ: ବିଜେଡିର ଜଳ ସତ୍ୟାଗ୍ରହ

ଭୁବନେଶ୍ୱର,(ଓଟି): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଓଡ଼ିଶା ଗସ୍ତକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି । ତାଙ୍କୁ ବିରୋଧ କରି ବିଜେଡି ପକ୍ଷରୁ କଟକ ଓ ସମ୍ବଲପୁରରେ ମହାନଦୀରେ ଜଳ ସତ୍ୟାଗ୍ରହ କରାଯାଉଛି।

କଟକ ମହାନଗର ନିଗମ ମେୟରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା କଟକର ବିଜୁ ପଟ୍ଟନାୟକ ମହାନଦୀ ଘାଟରେ ଜଳ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି। ସେହିପରି ସମ୍ବଲପୁରରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଜଳ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି। ରମଣ ସିଂହଙ୍କୁ ବିରୋଧ କରି ଆଜି ସନ୍ଧ୍ୟାରେ ବିଜେଡି ପକ୍ଷରୁ କଟକରେ ଜଳ ଆଳତି କରାଯିବ।

କଂଗ୍ରେସ ମଧ୍ୟ ରମଣଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛି। ରମଣଙ୍କ ସଭାସ୍ଥଳ ବୁର୍ଡ଼ା ନିକଟ ଲୋଇସିଂହାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଥିରେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାମିଲ ହୋଇଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା ଆସିବା ଦୁର୍ଭାଗ୍ୟଜନକ। ଏହାକୁ ଆମେ ନିନ୍ଦା କରୁଛୁ ଓ ବିରୋଧ କରୁଛୁ।

ପାଟଣାଗଡ଼ ବିଧାୟକ ତଥା ବିଜେପି ନେତା କେ.ଭି ସଂହଦେଓ କହିଛନ୍ତି, ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଛତିଶଗଡ଼ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ କି? ତାଙ୍କୁ ସେଠାରେ ଜ୍ୱାଇଁ ପୁଅ ଭଳି ବ୍ୟବହାର ଦେଖାଯାଇଥିଲା। ନିଜେ ବିରୋଧୀ ଦଳ ନେତା ଛତିଶଗଡ଼ ସରକାରଙ୍କ ବ୍ୟବହାରରେ ସନ୍ତୋଷ ପ୍ରକାଶ କରିଥିଲେ। ସେ ବିଧାନସଭାରେ ଏକଥା କହିଥିଲେ। ବିଧାନସଭା ଭିତରେ ଗୋଟିଏ କଥା କହୁଛନ୍ତି ଓ ବାହାରେ ଆଉ ଗୋଟେ କଥା କହୁଛନ୍ତି। ବିରୋଧୀ ଦଳ ନେତା ବିଜେଡି ସହିତ ହାତ ମିଳାଇ ଏଭଳି କହୁଛନ୍ତି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *