କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
navin

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ୭ କିମି ଚାଲିଲେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ

ଜଟଣୀ,(ଓଟି): ଆଜି ହେଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ଜଟଣୀ ସହରରେ ଥବବା କୌଶଳ ଯୋଜନା ଭିତିକ ଶିକ୍ଷାନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀମାନେ ଏହି ଦିବସ ପାଳନ କରୁଥିବା ସହ ସହର ପରିକ୍ରମା କରିଥାନ୍ତି। ତେବେ ଜଟଣୀସ୍ଥିତ ପାତ୍ରପଡ଼ା, ଖୁଜୁପୁର ବୈଷୟିକ ଶାରୀରିକ ଭିନ୍ନକ୍ଷମ ସ୍ୱତନ୍ତ୍ର ଶିଳ୍ପ ତାଲିମ ଅନୁଷ୍ଠାନର ଆଜି ଉଦ‌୍‍ଘାଟନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ନେଇ ଜଟଣୀ ବ୍ଲକ ଅନ୍ତର୍ଗତ ତଳଖେତାଠାର ଥିବା ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଶିକ୍ଷାରତ ୨୫୦ ଜଣ ଛାତ୍ରଛାତୀମାନେ ତଳଖେତା ଛକଠାରୁ ପାତ୍ରପଡ଼ା ଖୁଦୁପୁର ବୈଷୟିକ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ଚାଲି ଚାଲି ୭ କି.ମି. ବାଟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଛାତ୍ରଛାତ୍ରୀମାନେ ସାହସର ସହ ଏକଧାରରେ ନିର୍ଦ୍ଧାରିତ ସମୟରେ ମଧ୍ୟରେ ପହଂଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ସେହିପରି ଜଟଣୀଠାରେ ଥବବା ସେଞ୍ଚୁରୀଆନ ୟୁନିଭରସିଟି ପକ୍ଷରୁ ଜେୟୁଡ଼ିର ଛାତ୍ରଛାତ୍ରୀମାନେ ବୈଷୟିକ ତାଲିମ ଯୋଜନା ଅନ୍ତଭୁର୍କ୍ତ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ଼, ବ୍ୟାନର ଧରି ସହର ପରିକ୍ରମା କରିଥିଲେ। ଏହି ବିଶ୍ୱ ଯୁବ ଦକ୍ଷତା ଦିବସ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଞ୍ଚୁରିଆନଠାରେ ପାଳିତ ହୋଇଥିବା ସେଞ୍ଚୁରିଆନ ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *