BIGtheme.net http://bigtheme.net/ecommerce/opencart OpenCart Templates

ମହାନଦୀ ବିବାଦ:ଲୋକସଭାରେ ବିଜେଡି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ (ଓଟି): ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନଙ୍କ ବିରୁଦ୍ଧରେ ଲୋକସଭାରେ ବିଜେଡି ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଖାରଜ ହୋଇଯାଇଛି । ବିଜେଡି ସାଂସଦ ଭତ୍ତୃର୍ହରି ମହତାବ, ନଗେନ୍ଦ୍ର ପ୍ରଧାନ ଓ ପ୍ରଭାସ ସିଂ ଏହି ସ୍ୱାଧିକାର ଭଙ୍ଗ ନୋଟିସ ଦେଇଥିଲେ । ନୋଟିସକୁ ବାଚସ୍ପତି ସୁମିତ୍ରା ମହାଜନ ଖାରଜ କରି ଦେଇଛନ୍ତି ।

ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ନେଇ ଓଡିଶା-ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଦେଇଛି । ଏ ପ୍ରସଙ୍ଗରେ ବିଜେଡି ସାଂସଦମାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ କହିଥିଲେ ଯେ, ୨୦୦୬ରେ କେଲୋ ପ୍ରକଳ୍ପର ଡିପିଆର ଛତିଶଗଡ ପକ୍ଷରୁ ଓଡିଶା ସରକାରଙ୍କୁ ପଠାଯାଇଥିଲା । ୨୦୦୯ରେ ଏହି ପ୍ରକଳ୍ପ ଅନୁମୋଦନ ପାଇଥିଲା । ବିଜେଡି ସାଂସଦମାନେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନଙ୍କ ଏହି ମନ୍ତବ୍ୟ ବିରୋଧ କରିଥିଲେ । ପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଛତିଶଗଡ଼ ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ ସେ ଲୋକସଭାରେ ବକ୍ତବ୍ୟ ଦେଇଥିଲେ ।

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply