ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ

ଭୁବନେଶ୍ୱର,(ଓଟି): ବିଶିଷ୍ଟ ଚିତ୍ରଶିଳ୍ପୀ, ଅଭିନେତା , ନିର୍ଦ୍ଦେଶକ ଓ ସାହିତ୍ୟିକ ଅସୀମ ବସୁଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। ଗତ ଏକ ସପ୍ତାହ ତଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୋମବାର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ଅପରାହ୍ନରେ  ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସାହିତ୍ୟରୁ ସିନେମା କଳା ନିର୍ଦ୍ଦେଶନାରୁ ମଂଚ ପେଣ୍ଡାଲ୍ ସୃଜନର ବିଭିନ୍ନ ଦିଗକୁ ଛୁଇଁଥିଲେ ଅସୀମ । ସୃଜନର ପ୍ରତିଟି ବିଭାଗରେ ସେ ଥିଲେ ମାହିର ତାଙ୍କ ସୃଷ୍ଟି ଥିଲା ଭିଡ଼ରୁ ଅଲଗା । ତେବେ ଗତ କିଛି ଦିନ ହେଲା ଗୁରୁତର ହୋଇପଡ଼ିଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଏକାଧାରରେ ଜଣେ ସଫଳ ଚିତ୍ରକର, ଅଭିନେତା, ମଞ୍ଚ କଳାକାର ଓ  ମଞ୍ଚ ନାଟକ ନିର୍ଦ୍ଦେଶକ। ସେ ବହୁ ନାଟକରେ ଅଭିନୟ କରି ନାଟ୍ୟପ୍ରେମୀଙ୍କ ହୃଦୟରେ ରହିଛନ୍ତି।

ସ୍ୱର୍ଗତଃ ବସୁ ଜଣେ ଲବ୍ଧ ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ହୋଇଥିବା ବେଳେ ଜଣେ ସଫଳ ନାଟ୍ୟ ବ୍ୟକ୍ତିତ୍ୱ ଓ ସାହିତ୍ୟିକ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ଥିଲେ। ସେ ବହୁ ଓଡ଼ିଆ ମଞ୍ଚ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। କେବଳ ମଞ୍ଚନାଟକ ନୁହେଁ, ଓଡ଼ିଆ ଚଳଚିତ୍ର ଜଗତସହ ମଧ୍ୟ ଜଡ଼ିତ ଥିଲେ।

ଓଡ଼ିଆ ସିନେମାରେ ଅଭିନୟ ସହ କଳା-ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ତାଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ‘ଇନ୍ଦ୍ରଧନୁର ଛାଇ’ , ‘ଦାଦାଗିରୀ’, ‘ମାଆ ମତେ ଶକ୍ତି ଦେ’ ଓ ‘ସପନ ବଣିକ’। ଓଡିଆ ସିନେମା  ‘ଆମେତ ଟୋକା ଷଣ୍ଢ ମାର୍କା’ରେ ଶଷ ଥର ପାଇଁ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଏଥି ସହ ବହୁ ଟେଲିଫିଲ୍ମ  ଓ ଧାରାବାହିକରେ ସେ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି।

About admin

Check Also

ବର୍ଷା ଆସିଲେ ଡ୍ରେନ୍‍ ଚିନ୍ତା: ବିଡିଏ କହିଲା ତଳିଆ ଅଞ୍ଚଳରେ ଏଣିକି କୋଠା ଅନୁମତିରେ ହେବ କଟକଣା

ଭୁବନେଶ୍ୱର, (ଓଟି): ସହର ଜବର ଦଖଲ ଓ ବିଲ୍‍ଡରଙ୍କ ପ୍ରତି ଗୋଡ଼ାଣିଆ ଥିବା ଭୁବନେଶ୍ୱର ଉନ୍ନୟନ ନିଗମ ( ବିଡିଏ)ର …

Leave a Reply