BIGtheme.net http://bigtheme.net/ecommerce/opencart OpenCart Templates

ଭଗବାନ ଶ୍ରୀଜଗନ୍ନାଥ ଗରିବମାନଙ୍କ ଠାକୁର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କରିବା ସହ ଭଗବାନ ଶ୍ରୀଜଗନ୍ନାଥଙ୍କ ସହିତ ଦେଶର ଗରିବ ଯୋଡ଼ି ହୋଇ ରହିଥିବା କହିଛନ୍ତି। ଭଗବାନ ଶ୍ରୀଜଗନ୍ନାଥ ଗରିବମାନଙ୍କ ଠାକୁର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ ତାଙ୍କର ଉଦବୋଧନରେ କହିଛନ୍ତି ଯେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶର ଅନେକ ଅଞ୍ଚଳରେ ଖୁବ‌୍‍ ଭକ୍ତି ଏବଂ ଉତ୍ସାହର ସହିତ ଦେଶବାସୀ ପାଳନ କରନ୍ତି । ଏବେ ତ ବିଶ୍ୱର ଅନେକ ଅଞ୍ଚଳରେ ମଧ୍ୟ ଭଗବାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ପାଳନ କରାଯାଉଛି । ଭଗବାନ ଶ୍ରୀଜଗନ୍ନାଥଙ୍କ ସହିତ ଦେଶର ଗରିବ ଯୋଡ଼ି ହୋଇ ରହିଛନ୍ତି ।
ଯେଉଁମାନେ ଡା. ବାବା ସାହେବ ଆମ୍ୱେଦକରଙ୍କ ଜୀବନ ସଂପର୍କରେ ଅଧ୍ୟୟନ କରିଥିବେ, ସେମାନେ ଲକ୍ଷ୍ୟ କରିଥିବେ ଯେ ସେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଏବଂ ଏହାର ପରମ୍ପରାଗୁଡ଼ିକୁ ଖୁବ‌୍‍ ପ୍ରଶଂସା କରୁଥିଲେ, କାରଣ ସେଠାରେ ସାମାଜିକ ନ୍ୟାୟ, ସାମାଜିକ ସମାନତା ଅନ୍ତର୍ନିହିତ ।
ଭଗବାନ ଶ୍ରୀଜଗନ୍ନାଥ ଗରିବମାନଙ୍କ ଠାକୁର । ଖୁବ‌୍‍ କମ‌୍‍ ଲୋକ ଜାଣିଥିବେ ଯେ, ଇଂରାଜୀରେ ଗୋଟିଏ ଶବ୍ଦ ରହିଛି, ଜଗର୍ନଟ, ଯାହାର ଅର୍ଥ ହେଉଛି ଏଭଳି ବିଶାଳ ରଥ ଯାହାକୁ କେହି ଅଟକାଇ ପାରିବେ ନାହିଁ । ଶବ୍ଦକୋଷ ଦେଖିଲେ ଏହି ଜଗର୍ନଟ ଶବ୍ଦର ଉତ୍ପତି ଜଗନ୍ନାଥଙ୍କ ରଥରୁ ହିଁ ହୋଇଛି । ଏଥିରୁ ଆମେ ବୁଝିପାରିବା ଯେ ସାରା ବିଶ୍ୱ ନିଜ ନିଜ ଢଙ୍ଗରେ ଜଗନ୍ନାଥଙ୍କ ଏହି ଯାତ୍ରାର ମାହାତ୍ମ୍ୟକୁ ସ୍ୱୀକାର କରିଛି ।

ଭଗବାନ ଜଗନ୍ନାଥଙ୍କ ଏହି ଯାତ୍ରା ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରଣାମ ମଧ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

About admin

Check Also

ଦାମଙ୍କ ନୀରବତା: ସମସ୍ତେ ଚିନ୍ତାରେ

ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ଼ା. ଦାମୋଦର ରାଉତ ମନ୍ତ୍ରୀ ପଦ ସମେତ ଦଳୀୟ ପଦ ପଦବୀରୁ ...

Leave a Reply