କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ବିଶ୍ୱ ସର୍ପ ଦିବସ : ଢେଙ୍କାନାଳରେ ୮ ପ୍ରଜାତିର ବିଷାକ୍ତ ସାପ

ଢେଙ୍କାନାଳ,(ଓଟି): ଢେଙ୍କାନାଳସ୍ଥିତ ଡାହିମାଳ ଗ୍ରାମରେ ଆୱାର୍ଡ ପରିବାରର ବନ୍ୟପ୍ରାଣୀ ଓ ସାପ ଉଦ୍ଧାରକାରୀ ଦଳ ତରଫରୁ ବିଶ୍ୱ ସାପଦିବସ ରବିବାର ଦିନ ପାଳିତ ହୋଇଯାଇଛି। ଆୱାର୍ଡ ପରିବାରର ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, “ସର୍ପାଘାତ ଏକ ଦୁର୍ଘଟଣା, ଚିକିତ୍ସା ଦ୍ୱାରା ପ୍ରାଣରକ୍ଷା ସମ୍ଭବ’। ମା’ ଦକ୍ଷିଣକାଳୀ ବନସୁରକ୍ଷା ସମିତିର ସଭାପତି ବିଭୁଭୂଷଣ ଦାସ ଯୋଗଦେଇ କହିଲେ ଯେ ସାପମାନେ ଜଙ୍ଗଲର ଜଗୁଆଳି ତେଣୁ ସାପମାନେ ବଞ୍ଚି ରହିବା ଆବଶ୍ୟକ। ଡାହିମାଳ ଗ୍ରାମ୍ୟ କମିଟିର ସଭାପତି ମାୟାଧର ମହାନ୍ତି କୃଷକର ବନ୍ଧୁ ସାପମାନଙ୍କର ଜୀବଜଗତରେ ବଞ୍ଚିବାର ସମାନ ଅଧିକାର ଅଛି ବୋଲି ବର୍ଣ୍ଣନା କରିଥିଲେ। ସାପ ଉଦ୍ଧାରକାରୀ ଦଳର ସଦସ୍ୟମାନେ ସାପ କାମୁଡିବାର ପ୍ରଥାମିକ ଚିକିତ୍ସା ଉପରେ ବର୍ଣ୍ଣନା କରିଥିଲେ ଏବଂ ବିଭିନ୍ନ ସାପ ମାନଙ୍କର ଫଟୋଚିତ୍ର ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଏହିପରି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସାପ ମାନଙ୍କୁ ନେଇ କିଛି ଅଜଣା କଥା

-ଭାରତରେ ପ୍ରାୟ ୩୦୦ ପ୍ରଜାତିର ସାପ ଅଛନ୍ତି । ତେବେ ସେଥିମଧ୍ୟରୁ କେବଳ ୫୦ପ୍ରଜାତି ବିଷାକ୍ତ ଥାନ୍ତି ।

-ସାପ ନିଜ ଶିକାରକୁ ଚୋବାଇ ନଥାଏ ବରଂ ଗିଳି ଦେଇଥାଏ ।

-ସାପ ମାନଙ୍କର ବୟସ ୪ ରୁ ୨୫ବର୍ଷ ବୟସ ପର୍ଯ୍ୟନ୍ତ ହୋଇଥାଏ ।

-ବିଷାକ୍ତ ସାପ ମାନଙ୍କ ମଧ୍ୟରେ କିଙ୍ଗ୍ କୋବ୍ରା ସବୁଠାରୁ ଅଧିକ ଲମ୍ବା ।

-ବ୍ରାଜିଲର ସ୍ନେକ୍ ଆଇଲାଣ୍ଡରେ ସାପମାନଙ୍କ ସଂଖ୍ୟା ଅଧିକ ।

-କିଛି ସାପଙ୍କର ଦୁଇଟି ମୁହଁ ଥାଏ । ଏପରି ସାପ ମାନେ ନିଜ ହିସାବରେ ଶରୀରକୁ କଂଟ୍ରୋଲ୍ କରିଥାନ୍ତି । କେବେ କେବେ ନିଜ ଶିକାରକୁ ନେଇ ଏହି ଦୁଇ ମୁହଁ ଭିତରେ ଝଗଡା ମଧ୍ୟ ହୋଇଥାଏ ।

– ରିପୋର୍ଟ ଅନୁସାରେ, ଏମିତି ଏକ ପ୍ରଜାତିର ସାପ ଅଛି ଯିଏ ପୁରୁଷ ସାପ ବିନା ଅଣ୍ଡା ଦେଇପାରେ ।

– ଗ୍ରାସ୍ ସ୍ନେକ୍ ଏବଂ ସ୍ପେଟିଂ କୋବ୍ରାର ଏକ ପ୍ରଜାତିର ସାପ ଅଛି ଯିଏ ବିପଦ ଅନୁଭବ କଲେ ମରିବାର ନାଟକ କରିଥାନ୍ତି । ସେମାନଙ୍କ ଶରୀର ସଙ୍କୁଚିତ ହୋଇଯିବା ସହ ଜିଭ ବାହାରକୁ ବାହରି ଆସେ । ଏମିତି ଅବସ୍ଥା ଦେଖି ଲୋକେ ମୃତ ଭାବି ଚାଲିଯିବା ପରେ ସେମାନେ ପ୍ରାକୃତିକ ଅବସ୍ଥାକୁ ଚାଲିଆସିଥାନ୍ତି ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :