କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
cm

ଶୋଇଛି ଜଳସମ୍ପଦ ବିଭାଗ, ୱେବ‍୍‌ସାଇଟ‍୍‌ରେ ରହିଛି ପୁରୁଣା ତଥ୍ୟ

ବନ୍ୟାମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ  

ଭୁବନେଶ୍ୱର,(ଓଟି): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଳଘୁଚାପ ହେତୁ ଏବର୍ଷର ପ୍ରଥମ ବଡ଼ ବର୍ଷା ଶନିବାରଠୁ ଲାଗି ରହିଛି। ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଓ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ନାଳ ସଫା ନହେବା ଯୋଗୁ ରାଜରାସ୍ତା ସମେତ ଯୋଜନାବଦ୍ଧ ଆବାସିକ କଲୋନୀଗୁଡ଼ିକରେ ଲୋକଙ୍କୁ ବନ୍ୟା ପରିସ୍ଥିତି ଭୋଗିବାକୁ ପଡ଼ିଛି। ଅପର ପକ୍ଷେ ହାତୀ ନଦୀରେ ବନ୍ୟା ଆସିବା ହେତୁ କଳାହାଣ୍ଡିର ଜୁନାଗଡ଼ ଓ ଥୁଆମୁଳ ରାମପୁର ଅଞ୍ଚଳ ବ୍ୟାପକ ପ୍ରଭାବିତ ହୋଇଛି। ସେହିପରି ରାୟଗଡ଼ା ଜିଲ୍ଲାରେ ପ୍ରବାହିତ ନାଗାବଳୀ ଓ କଲ୍ୟାଣି ନଦୀରେ ବନ୍ୟା ଆସିବା ଯୋଗୁ କଲ୍ୟାଣସିଂହପୁର ଅଞ୍ଚଳ ପାଣି ଷଘରକୁ ଚାଲି ଆସିଛି। ଏଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଜରୁକାଳୀନ ବୈଠକ ଡାକି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଆବଶ୍ୟକ ନିଦ୍ଦେର୍ଶ ଦେଇଛନ୍ତି। ଯେମିତି ଧନଜୀବନ କ୍ଷତିକୁ କମାଯାଇପାରିବ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଅଧିନରେ ଥିବା ଜଳସମ୍ପଦ ବିଭାଗର ଅିଧକାରୀମାନେ କିନ୍ତୁ ସୂଚନା ପ୍ରଦାନରେ ସୁପ୍ତ ରହିଛନ୍ତି।

ଜଳସମ୍ପଦ ବିଭାଗ ବିଭିନ୍ନ ନଦୀ ଅବବାହିକାରେ ବର୍ଷା ପରିମାଣ ଏବଂ ନଦୀରେ ପ୍ରବାହିତ ଜଳ ପରିମାଣ ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରିଥାଏ। ବନ୍ୟା ସମୟରେ ଏହି ସେଲ‍୍‌ର ଦାୟିତ୍ୱ ଯଥେଷ୍ଟ ବୃଦ୍ଧି ପାଉଥିବାରୁ ସେମାନେ ପ୍ରତି ସମୟରେ ନିଜର ତଥ୍ୟକୁ ଅପ‍୍‌ଟେଟ‍୍‌ କରିଥାଆନ୍ତି। କିନ୍ତୁ ୧୬ ତାରିଖ ରବିବାରଦିନ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇ ନଦୀ ପତନ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ୧୫ ତାରିଖର ବର୍ଷା ରିପୋର୍ଟକୁ ଧରି ପ୍ରଦର୍ଶନ କରୁଛନ୍ତି। ଯେଉଁଥିରେ ବର୍ଷା ପରିମାଣ ସ୍ୱଳ୍ପ ଦର୍ଶାଯାଇଛି।
ଇତିମଧ୍ୟରେ ପାଣିପାଗ ବିଭାଗ ୪ଥର ଅପ‍୍‌ଡେଟ‍୍‌ କରି ନିଜର ୱେବ‍୍‌ସାଇଟ‍୍‌ରେ ଯୋଡ଼ି ସାରିଛନ୍ତି। ଏହି ତଥ୍ୟକୁ ଆଧାର କରିବା ସହ ରାଜ୍ୟ ସରକାର ନଦୀ ଅବବାହିକା ଓ ବିଭିନ୍ନ ଜଳ ପ୍ରକଳ୍ପ ଦେଇ ଘଣ୍ଟା ପ୍ରତି ପାଣି ପ୍ରବାହର ହିସାବ ଅପ‍୍‌ଡେଟ‍୍‌ କରିବା ଅବାଶ୍ୟକ ରହିଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ପାଖରେ ତଥ୍ୟ ପହଞ୍ଚିବା ସହଜ ହୋଇଥାଏ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ରବିବାର ଛୁଟି ଶେଷ ହୋଇ ନଥିବାରୁ ତଥ୍ୟ ଅପ‍୍‌ଡେଟ‍୍‌ ହୋଇ ନଥିବା ଜଣାପଡ଼ିଛି। ଅର୍ଥାତ୍ ଅଫିସରଙ୍କୁ ଛୁଟି ବାତିଲ‍୍‌ ପାଇଁ ମୁଖ୍ୟମନ୍ତ୍ରୀ ଯାହା ନିଦ୍ଦେର୍ଶ ଦେଇଛନ୍ତି ତାହା କେବଳ ଜିଲ୍ଲାସ୍ତରର ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ଓ ନିଜ ନାକତଳେ ଭୁବନେଶ୍ୱରରେ କାମ କରୁିଥବା ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି।

ହୀରାକୁଦ ଜଳ ସ୍ତର ୬୦୨.୧୨ଫୁଟରେ ପହଞ୍ଚିଲା

ହୀରାକୁଦ ନଦୀବନ୍ଧ ଜଳ ସ୍ତର ରବିବାର ସନ୍ଧ୍ୟା ସୁଦ୍ଧା ୬୦୨.୧୨ ଫୁଟରେ ପହଞ୍ଚିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ହାରାହାରି ୨୩ ହଜାର ୬୬୩ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ହାରାହାରି ୨୩ ହଜାର ୬୬୩ ଘନଫୁଟ ଜଳ ନିଷ୍କାସିତ ହେଉଥିବା ହୀରାକୁଦ ନଦୀବନ୍ଧ ନିୟନ୍ତ୍ରଣ ବିଭାଗ ପକ୍ଷରୁ କୁହାଯାଇଛି। ନଦୀବନ୍ଧର ଉପରମୁଣ୍ଡରେ ୬.୪ ମିଲିମିଟର ଏବଂ ତଳ ମୁଣ୍ଡରେ ୭.୪୭ ମିଲିମିଟର ବର୍ଷାର ରେକର୍ଡ ହୋଇଛି। ଉପରମୁଣ୍ଡରେ ବର୍ଷା ହୋଇ ନଥିବାରୁ ବର୍ତ୍ତମାନ ନଦୀବନ୍ଧରେ ବନ୍ୟା ଆଶଙ୍କା ନଥିବା ନଦୀବନ୍ଧର ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ହୀରାକୁଦ ନଦୀବନ୍ଧର ଜଳ ଧାରଣ କ୍ଷମତା ୬୩୦ ଫୁଟ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *