ଫେସବୁକ‌୍‍ରେ ଭିଡ଼ିଓ ଅପଲୋଡ଼ କରି ଟଙ୍କା ରେଜଗାରର ସୁଯୋଗ

0
10

ଭୁବନେଶ୍ୱର, (ଓଟି): ସୋଶାଲ‍୍‌ ମିଡିଆ ଖାଲି ସମ୍ପର୍କ ରକ୍ଷା ପାଇଁ ନୁହେଁ ବରଂ ରୋଜଗାରର ମାଧ୍ୟମ ପାଲଟିପାରେ। ପୁଣି ତାହା ଆପଣ ପୋଷ୍ଟ କରୁଥିବା ଭିଡିଓ ଦ୍ୱାରା ସମ୍ଭବ। ଏହା ବିଶ୍ୱାସ କରିପାରୁଛନ୍ତି? ଯଦି ନୁହେଁ ତେବେ ବିଶ୍ୱାସ କରିବା ଆରମ୍ଭ କରନ୍ତୁ, କାରଣ ଫେସବୁକ୍ ଏମିତି ଏକ ସୁଯୋଗ ଆଣିବାକୁ ଯାଉଛି।
ନିକଟରେ ସୋଶାଲ‍୍‌ ମିଡିଅରା ସାଇଟ‍୍‌;ର ପ୍ରକାଶ ପାଇଥିବା ଖବର ଅନୁସାରେ ଫେସବୁକ‌୍‍ ରେ ନିଜର ପ୍ରିୟଜନଙ୍କ ସହ ଫଟୋ ଓ ଭିଡ଼ିଓ ସେୟାର କଲେ ଏଥର ଆପଣ ଟଙ୍କା ପାଇବେ। ଫେସବୁକର ବହୁଳ ପରିମାଣରେ ବ୍ୟବହାରକୁ ନେଇ ଏପରି ଏକ ଖବର ଆସିଛି ଯାହାକି ଆପଣ ଘରେ ବସି ଫେସବୁକ‌୍‍ ମାଧ୍ୟମରେ ରୋଜଗାର କରିପାରିବେ।
ଫେସବୁକ‌୍‍ ରେ ଖୁବ‌୍‍ ଶିଘ୍ର ଏପରି ଏକ ଫିଚର ଆଡ଼ ହେବାକୁ ଯାଉଛି ଯାହା ସାହାଯ୍ୟରେ ଆପଣ ନିଜର ଭିଡିଓକୁ ୟୁଟ୍ୟୁବ‌୍‍ ଭଳି ଫେସବୁକ‌୍‍ରେ ମଧ୍ୟ ଅପଲୋଡ଼ କରିପାରିବେ ଏବଂ ସେଥିରେ ଦେଖାଯାଉଥିବା ବିଜ୍ଞାପନ ଓ ପେଜ୍‌ ହିଟ‍୍‌କୁ ନେଇ ଆପଣଙ୍କୁ ଟଙ୍କା ମିଳିବ।
ଫେସବୁକ‌୍‍ରେ ଆରମ୍ଭ ହେବାକୁ ଥିବା ଏପରି ବ୍ୟବସ୍ଥା ର ବିଶେଷତ୍ୱ ହେଉଛି ଆପଣ ଯେଉଁ ଭିଡ଼ିଓଟି ଅପଲୋଡ଼ କରିବେ ସେହି ଭିଡ଼ିଓ ପାଇଁ ଏକ ବିଜ୍ଞାପନ ଆସିବ। ଏହି ବିଜ୍ଞାପନ ( ଆଡ୍)କୁ ଆପଣଙ୍କୁ ସେୟାର କରିବାକୁ ହେବନାହିଁ। ଯେମିତି ୟୁଟ୍ୟୁବ‌୍‍ରେ ହୋଇଥାଏ। ଯେଉଁ ଦର୍ଶକ ଏହାକୁ କ୍ଲିକ୍ କରିବେ ସେହି ଅନୁସାରେ ଟଙ୍କା ଆପଣଙ୍କୁ ମିଳିବ। ପୁଣଶି କେତେ ଯଙ୍କା ମିଳିବ ତାହା ମଧ୍ୟ ସୂଚନା ଦ୍ଭିଆଯାଇଛି। ପ୍ରତ୍ୟକ ଆଡ୍ ପାଇଁ ଆସୁଥିବା ଟଙ୍କାର ୫୫ଞ୍ଝ ଭିଡ଼ିଓ ଅପଲୋଡ଼ କରିଥିବା ବ୍ୟକ୍ତିଙ୍କୁ ମିଳିବ।
ଫେସବୁକ‌୍‍ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ପତ୍ୟେକଦିନ ପ୍ରାୟ ୧ ଶହ ମିଲିୟନ ୟୁଜର୍ସ ଫେସବୁକ‌୍‍ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଏଥିରେ ଭିଡ଼ିଓ ଦେଖିଥାନ୍ତି। ଏହାକୁ ଆକଳନ କରି ଫେସବୁକ‌୍‍ ଗ୍ରୁପ‌୍‍ ଏପରି ଏକ ଫିଚର ଆଡ଼ କରିବା ପାଇଁ ସ୍ଥିର କରିଛନ୍ତି। ଖୁବ‌୍‍ ଶଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଇଛି।