ପୁରୁଣା ଅପରେଟିଂ ସିଷ୍ଟମ‍୍‌ରେ ବନ୍ଦ ହେବ ଗୁଗୁଲ‍୍‌ର ଜି-ମେଲ‌୍‍ ସେବା

0
6

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ୨୦୧୭ ର ଶେଷ ପର୍ଯନ୍ତ ଆପଣ ବ୍ୟବହାର କରିପାରିବେ ଜି-ମେଲ‌୍‍। ପୁରୁଣା ଅପରେଟିଂ ସିଷ୍ଟମ‌୍‍(ଓଏସ‍୍‌) ରେ ଆଉ ବ୍ୟବହାରକାରୀ ବା ଉପଭୋକ୍ତା ମାନେ ଜି-ମେଲ‌୍‍ ଖୋଲିପାରିବେ ନାହିଁ ଏପରି ଏକ ଘୋଷଣା କରିଛି ଗୁଗୁଲ। ଆଗରୁ ବ୍ୟବହାର ହେଉଥିବା ୱିଣ୍ଡୋ ୯୮, ୱିଣ୍ଡୋ ୨୦୦୩, ୱିଣ୍ଡୋ ଏକ୍ସପି, ୱିଣ୍ଡୋ ଭିଷ୍ଟା ରେ ଜିମେଲ‍୍‌ ୨୦୧୭ ମସିହା ଶେଷ ଯାଏଁ ଖୋଲିବ। ଏହା ପରେ ଆଉ ଇମେଲ‍୍‌ ପାଇଁ ବହୁ ପରିଚିତ ଜିମେଲ‍୍‌ ଆପଣଙ୍କ ପୁରୁଣା କମ୍ପ୍ୟୁଟର‍୍‌ରେ ଖୋଲିବ ନାହିଁ। କିନ୍ତୁ ସେ ପର୍ଯ୍ୟନ୍ତ ଆପଣ ଆଗଭଳି ଜି-ମେଲ‌୍‍ ବ୍ୟବହାର କରିପାରିବେ ବୋଲି ଗୁଗୁଲ ତରଫରୁ କୁହାଯାଇଛି।
ପୁରୁଣା ଭର୍ସନ ଅପରେଟଂି ସିଷ୍ଟମ ଏବଂ ପୁରୁଣା ଇଂଟରନେଟ ବ୍ରାଉଜର ବ୍ୟବହାର କରିବା ଦ୍ୱାରା ଗୁଗୁଲ ତରଫରୁ କୌଣସି ନୁଆ ଅପଡେ଼ଟ କରାଯାଇ ପାରୁନାହିଁ ଏବଂ ବ୍ୟବହାରକାରୀମାନଙ୍କ ପାଇଁ କୌଣସି ପ୍ରକାରର ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରି ହେଉନାହିଁ। ଫଳରେ ହ୍ୟାକରମାନେ ଅତି ସହଜରେ ଜି-ମେଲ‌୍‍ ଆକାଉଣ୍ଟ୍କୁ ହ୍ୟାକ୍ କରିନେଇ ଆପଣଙ୍କର ସିକ୍ରେଟ ଜାଣିପାରୁଛନ୍ତି। ଆହୁରି ମଧ୍ୟ ପୁରୁଣା ଅପରେଟିଂ ସିଷ୍ଟମ ରେ ଇଂଟରନେଟ ଓପନର ପ୍ରୋସେସ‌୍‍ ମଧ୍ୟ ଧୀରେ ଧୀରେ ବହୁତ ଧୀମା(ସ୍ଲୋ) ହୋଇଯାଉଛି। ଆଜିର ସମୟକୁ ଏବଂ ଇଣ୍ଟରନେଟର ଚାହିଦାକୁ ନଜରରେ ରଖି ଗୁଗୁଲ ଏଭଳି ଏକ ନିଷ୍ପତ୍ତି ନେଇଥିବା କହିଛି।
ଏ ନେଇ ଆସନ୍ତା ଫେବୃୟାରୀ ମାସର ୮ ତାରିଖ ରେ ଗୁଗୁଲ ପକ୍ଷରୁ ସମସ୍ତ ଜି-ମେଲ‌୍‍ ବ୍ୟବହାରକାରୀଙ୍କ ନିକଟକୁ ଏକ ନୋଟିଫିକେସନ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥିରେ ଉପଭୋକ୍ତାମାନେ ନିଜର ମେଲ‌୍‍ ଆଇଡ଼ି ରେ ଥିବା ସମସ୍ତ ଡ଼ାଟାକୁ ବ୍ୟାକ୍ଅପ‌୍‍ ନେବାପାଇଁ କୁହାଯିବା ସଙ୍ଗେ ସଙ୍ଗେ ନିଜ ନିଜ କମ୍ପୁଟରର (ଓ.ଏସ‌୍‍) କୁ ବଦଳାଇବାକୁ ଅନୁରୋଧ କରାଯିବ ବୋଲି ଆଶା କରାଯାଇଛି।
ସମସ୍ତ କମ୍ପୁଟରରେ ନୁଆ (ଓ.ଏସ‌୍‍) ଓ ନୁଆ ଇଣ୍ଟରନେଟ ବ୍ରାଉଜର ଇନ‍୍‌ଷ୍ଟଲ ହେବାପରେ ନିଶ୍ଚିତ ଇଣ୍ଟରନେଟର ସ୍ପିଡ୍ ବଢିଯିବ। ଏଥିପାଇଁ ଆପଣଙ୍କୁ ପସନ୍ଦ ଲାଗୁଥିବା – ୱିଣ୍ଡୋ ୭, ୱିଣ୍ଡୋ ୮, ୱିଣ୍ଡୋ ୮.୧, ୱିଣ୍ଡୋ ୧୦ ମଧ୍ୟରୁ ଗୋଟିଏ ଇନ‍୍‌ଷ୍ଟଲ କରିବାକୁ ପଡ଼ିବ। ଯେଉଁଥିରେ ଆପଣ ଗୁଗୁଲ ର ସମସ୍ତ ଅପଡେ଼ଟ ପାଇପାରିବେ। କେବଳ ଆପଣଙ୍କୁ ଇଂଟରନେଟ ର ଆବଶ୍ୟକତା ଦରକାର। ନୁଆ (ଓ.ଏସ‌୍‍) ରେ ମଧ୍ୟ ବହୁତ ପ୍ରକାର ସିକ୍ୟୁରିଟୀ ମ୍ୟନେଜମେଣ୍ଟ ସିଷ୍ଟମ‌୍‍ ରହିବ ଯାହାଫଳରେ ସହଜରେ ଜଣେ ହ୍ୟାକର‍୍‌ ଆପଣଙ୍କ କମ୍ପ୍ୟୁଟର ମଧ୍ୟକୁ ଯାଇ ଆପଣଙ୍କ ମେଲ‌୍‍ ଆଇଡିକୁ ହ୍ୟାକ୍ କରିବା ସହଜ ହେବନାହିଁ। ଆପଣ ନିଦ୍ର୍ୱନ୍ଦରେ ଆପଣଙ୍କ କମ୍ପୁଟରକୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଇଣ୍ଟରନେଟ ମଧ୍ୟ ବ୍ୟବହାର କରିପାରିବେ।