କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ପିସିସି ମୁଖ୍ୟ ପରିବର୍ତ୍ତନ ନେଇ ପୁଣି ବିଧାୟକଙ୍କ ମେଳି

– ନରସିଂହ ମିଶ୍ରଙ୍କ ଘରେ ବସିଲା ବୈଠକ

ଭୁବନେଶ୍ୱର,(ଓଟି): ରାଜ୍ୟ କଂଗ୍ରେସର ସଭାପତି ପରିବର୍ତ୍ତନ କରିବା ନେଇ କିଛି ଦଳୀୟ ନେତା ଓ ବିଧାୟକ ଉଦ୍ୟମ ଚଳାଇଛନ୍ତି । ଏଥିପାଇଁ ବିଧାୟକମାନେ ବାରମ୍ୱାର ଦିଲ୍ଲୀ ଯାଇ ପାର୍ଟି ହାଇକମାଣ୍ଡମାନଙ୍କୁ ଭେଟିଥିଲେ । ଇତିମଧ୍ୟରେ ଉପସଭାପତି ଶ୍ରୀ ରାହୁଲ ଗାନ୍ଧି ପିସିସି ମୁଖ୍ୟ ପରିବର୍ତ୍ତନ ନେଇ ପ୍ରାୟତଃ ନିଷ୍ପତ୍ତି ନେଇଥିଲେ ମଧ୍ୟ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି ।
ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତଚରଣ ଦାସ କଂଗ୍ରେସ ଦଳର ଦାୟିତ୍ୱ ନେଇ ପାରନ୍ତି ବୋଲି ପ୍ରଚାର ହେବାରେ ଲାଗିଛି। ୨/୪ ଦିନ ମଧ୍ୟରେ ନୂତନ ପିସିସି ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ପ୍ରଚାର ଆରମ୍ଭ ହୋଇଯାଇଛି । ଏହାକୁ ନେଇ ବିରୋଧୀ ଦଳ ନେତା , ବିଧାୟକ ଓ ଦଳର ବରିଷ୍ଠ ନେତା ମାନଙ୍କ ମଧ୍ୟରେ ଭାଳେଣି ପଡିଥିବାର ପରିଲକ୍ଷିତ ହେଉଛି। ଶନିବାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଏକ ବୈଠକ ବସିଥିଲା । ଏଥିରେ ସମସ୍ତ ବିଧାୟକ ଉପସ୍ଥିତ ନଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି , ବିଧାୟକ ଦେବେନ୍ଦ୍ର ଶର୍ମା , ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ହାତଗଣତି ନେତା ଏହି ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ପିସିସି ପରିବର୍ତ୍ତନ ନେଇ ପ୍ରାଥମିକ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଆସନ୍ତାକାଲି ପୁଣି ଥରେ ବୈଠକ ବସିବ । ତେବେ ଏହି ବୈଠକରେ ଦଳର ସବୁ ବିଧାୟକ ଉପସ୍ଥିତ ରହିବା ପାଇଁ ଚିଠି ଲେଖି ଜଣାଇ ଦିଆଯାଇଛି ।
ଏହି ବୈଠକରେ ଆଲୋଚନା କରାଯୋଇ କିଛି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ସଚେତକ ଶ୍ରୀ ବାହିନୀପତି ପ୍ରକାଶ କରିଛନ୍ତି । ପିସିସି ସଭାପତି ପାଇଁ ଭକ୍ତ ଦାସଙ୍କ ନାମ ଉଠିଥିବା ବେଳେ ବର୍ତ୍ତମାନର ସଭାପତି ପ୍ରସାଦ ହରିଚନ୍ଦନ ପରୋକ୍ଷରେ ତାଙ୍କୁ ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସଭାପତି ଶ୍ରୀ ହରିଚନ୍ଦନଙ୍କୁ ହଟାଇବା ପାଇଁ ଉଦ୍ୟମ ଚଳାଇଥିବା ଗୋଷ୍ଠୀ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ କରୁଥିବା ଆଲୋଚନା କରାଯାଉଛି ।
ଖବର ନେବାରେ ଜଣାପଡିଛି ଯେ ରାହୁଲ ଗାନ୍ଧି ରାଜ୍ୟ କଂଗ୍ରେସ ସଂଗଠନରେ କିଛି ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛନ୍ତି । ଏହା ବ୍ୟତୀତ ଦଳୀୟ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନୂତନ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବା ପାଇଁ ଚିନ୍ତା କରୁଥିବା ଜଣାଯାଇଛି ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :