କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
pc_04-11-2016

ନିଜର ଅପାରଗତା ପାଇଁ ୟୁସି ଦେବାରେ ବିଳମ୍ୱ କରି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଛି ରାଜ୍ୟ ସରକାର : ଅନନ୍ତ ନାୟକ

ଭୂବନେଶ୍ୱର,(ଓଟି): ବିଭିନ୍ନ ସମୟରେ ବିଭାନ୍ତକାରୀ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସର୍ବଦା ଭୁଆଁ ବୁଲାଉଛନ୍ତି। ଗତକାଲି ଶାସକ ବିଜେଡି ଦଳ ଏହିଭଳି ବିଭ୍ରାନ୍ତକାରୀ ବକ୍ତବ୍ୟ ଦେଇ ରାଜ୍ୟ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ଅନ୍ଧକାର ଭିତରେ ରଖିବାକୁ ହୀନ ପ୍ରୟାସ କରିଛନ୍ତି। ନିଜର ଅପାରଗତା ପାଇଁ ୟୁସି ଦେଇ ନ ପାରିବା କାରଣରୁ କେନ୍ଦ୍ର ଅର୍ଥ ରାଜ୍ୟ ରାଜକୋଷକୁ ଆସିବାରେ ବିଳମ୍ୱ ହେଉଛି ବୋଲି ପୂର୍ବତନ ସାଂସଦ ଓ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ ଅଭିଯୋଗ କରିଛନ୍ତି।

ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି ଯେ, ଆଦିବାସୀଙ୍କ କଲ୍ୟାଣ ପାଇଁ ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଆସିଥିବା କେନ୍ଦ୍ରୀୟ ଅଂଶ ଅର୍ଥର ଆଂଶିକ ୟୁଟିଲାଇଜେସନ ସାର୍ଟିଫିକେଟ(ୟୁସି) ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଦେଇଛନ୍ତି। ୨୦୧୪-୧୫ ଆର୍ଥକ ବର୍ଷ ପାଇଁ ପିଭିଟିଜି ଯୋଜନା ପାଇଁ ୨୫ କୋଟି ଟଙ୍କାରୁ ୧୮.୦୯ କୋଟି ଟଙ୍କାର ୟୁସି, ୨୦୧୫-୧୬ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ବାବଦରେ ଟିଏସପି ପାଇଁ ଆସିଥିବା ୧୪୭.୨୮ କୋଟି ଟଙ୍କାରୁ ୧୦୦.୧୧ କୋଟି ଟଙ୍କାର ୟୁସି, ସମ୍ୱିଧାନର ୨୭୫(୧) ଧାରା ଅନୁଯାୟୀ ୧୫୨ କୋଟି ଟଙ୍କାର ଅନୁଦାନରୁ ୧୨୫.୮୬ କୋଟି ଟଙ୍କାର ୟୁସି, ପିଭିଟିଜିରେ ୩୩.୭୩ କୋଟି ଟଙ୍କାର ସଂପୂର୍ଣ୍ଣ ୟୁସି ରାଜ୍ୟ ସରକାର କେନ୍ଦ୍ରକୁ ଦେଇ ନାହାନ୍ତି।

ଅନ୍ୟପଟେ ରାଜ୍ୟ ଆଦିବାସିଙ୍କ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ୨୦୧୬-୧୭ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ବାବଦରେ ଟିଏସପି ପାଇଁ ୯୮.୦୯ କୋଟି ଟଙ୍କା, ସମ୍ୱିଧାନର ୨୭୫(୧) ଧାରା ଅନୁଯାୟୀ ୯୬.୮୬ କୋଟି ଟଙ୍କା, ପିଭିଟିଜିରେ ୩.୭୯କୋଟି ଟଙ୍କା ବିଭିନ୍ନ ଯୋଜନା ପାଇଁ ଅର୍ଥ ଯୋଗାଇ ସାରିଛନ୍ତି। କେବଳ ହୀନ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ଶାସକ ବିଜେଡି ଦଳ ବାରମ୍ୱାର ମିଛ କହି ରାଜ୍ୟବାସୀଙ୍କୁ ବିଭାନ୍ତ କରୁଛି। କେନ୍ଦ୍ରୀୟ ଅବହେଳା କହି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବା, ରାଜ୍ୟର ସମସ୍ତ ଆଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ନିଷ୍ପତ୍ତିକୁ ଶ୍ରୀ ନାୟକ ଘୋର ନିନ୍ଦା କରିଛନ୍ତି। ଏଭଳି ବିଭାନ୍ତକାରୀ ବକ୍ତବ୍ୟ ଦେବାରୁ ରାଜ୍ୟ ସରକାର ନିବୃତ ରହିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *