କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଦେବୀ ସୁଭଦ୍ରାଙ୍କୁ ଛୁଇଁବା ଅଭିଯୋଗରେ ଇନ୍ସପେକ୍ଟର ଅମୂଲ୍ୟ କୁମାର ଧର ନିଲମ୍ୱିତ

ଭୁବନେଶ୍ୱର,(ଓଟି): ପୁରୀରେ ନିଳାଦ୍ରୀବିଜେ ପହଣ୍ଡି ସମୟରେ ଦେବୀ ସୁଭଦ୍ରାଙ୍କୁ ସ୍ପର୍ଶ ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ବୌଦ୍ଧ ଥାନା ଅଧିକାରୀ ଅମୂଲ୍ୟ କୁମାର ଧରଙ୍କୁ ନିଲମ୍ୱନ କରାଯାଇଛି । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଆଦେଶକୁ ଅବମାନନା କରି ରାଜ୍ୟ ଆରକ୍ଷୀ ମହାନିଦ୍ଦେର୍ଶକ କେ.ବି. ସିଂହ ତାଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି। ପୁରୀ ଏସ‌୍‍.ପି.ଙ୍କ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ୱନ କରାଯାଇଛି। ଏହି ନିଲମ୍ୱନ ସମୟରେ ଶ୍ରୀ ଧର‌୍‍ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ। ତାଙ୍କ ବିରୁଦ୍ଧରେ ବିଧିବଦ୍ଧ ଡ୍ରାଫ‌୍‍ ଚାର୍ଜ ଏବଂ ଆବଶ୍ୟକ ପ୍ରାମାଣିକ ତଥ୍ୟ ପ୍ରସ୍ତୁତ କରି ଦାଖଲ କରିବାକୁ ପୁରୀ ଏସ‌୍‍.ପି.ଙ୍କୁ ଡି.ଜି. ଶ୍ରୀ ସିଂହ ନିର୍ଦେଶ ଦେଇଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :