କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଦଳ ଗଠନ ପୂର୍ବରୁ ଲୋକଙ୍କ ମତ ନେବେ ରଜନୀକାନ୍ତ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତ ଖୁବ‍୍‌ଶୀଘ୍ର ନିଜର ଏକ ନୂଆ ଦଳ ଗଠନ କରିପାରନ୍ତି। ନିଜର ରାଜନୈତିକ ଇନିଂସ ଆରମ୍ଭ କରିବା ପୂର୍ବରୁ ସେ ବାଙ୍ଗାଲୋରର ଏକ ଏଜେନ୍ସୀର ସହଯୋଗ ନେଇଛନ୍ତି। ଏହି ଏଜେନ୍ସୀ ତାମିଲନାଡୁ ଲୋକଙ୍କର ମନକଥାକୁ ବୁଝିବାକୁ ଚେଷ୍ଟା କରିବ। ରିପୋର୍ଟ ଆଧାରରେ ରଜନୀକାନ୍ତ ଆଗାମୀ ପଦକ୍ଷେପ ନେବେ।

ଗତ କିଛିଦିନ ଧରି ରଜନୀକାନ୍ତକୁ ନେଇ ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା ଦେଖିବାକୁ ମିଳୁଛି। କୁହାଯାଉଛି ଯେ ସେ ବିଜେପିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ତେବେ ରଜନୀକାନ୍ତ ନିଜର ଏକ ନୂଆ ଦଳ ଗଢିବା ଉପରେ ମଧ୍ୟ ଜୋର ଦେଉଥିବା ଦେଖିବାକୁ ମିଳୁଛି। କୁହାଯାଉଛି ଯେ ରଜନୀକାନ୍ତ ୨୦୧୯ ଲୋକସଭା ନିର୍ବାଚନ ବିଜେପି ସହ ମିଶି ଲଢିପାରନ୍ତି। ଏହାର ସଗ୍ଧେତ ନିକଟରେ ଦେଖିବାକୁ ମିଳିଥିଲା। କାରଣ ଦୀର୍ଘ ୮ବର୍ଷ ପରେ ସେ ନିଜର କିଛି ସମର୍ଥକଙ୍କୁ ନିୟମିତ ଭେଟିଥିଲେ।

ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରେ ନିଜ ସ୍ଥିତିକୁ ମଜବୁତ୍ କରିବା ପାଇଁ ବିଜେପି ଦୀର୍ଘ ସମୟ ଧରି ରଜନୀକାନ୍ତଙ୍କ ଉପରେ ନଜର ପକାଇ ବସିଛି। ବିଜେପି ମଧ୍ୟ ରଜନୀକାନ୍ତଙ୍କୁ ନୂଆ ଦଳ ଗଠନରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛି। ରଜନୀକାନ୍ତ ତାଙ୍କ ନୂଆ ଦଳରେ ଅନ୍ୟ ଦଳର ଉପେକ୍ଷିତ ନେତାମାନଙ୍କୁ ସାମିଲ କରିବାର ବିଚାର କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ତାମିଲନାଡୁର ପୂର୍ବଶିକ୍ଷାମନ୍ତ୍ରୀ ପଣ୍ଡିରାଜନ, ଡିଏମ‍୍‌କେ ନେତା ଏସ‍୍‌ ଜଗତ୍ ରକ୍ଷନ, ବରିଷ୍ଠ କଂଗ୍ରେସ ନେତା ତ୍ୟାଗରାଜନ ପ୍ରମୁଖ।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :