କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
rail

ଦକ୍ଷିଣ ଓଡ଼ିଶାରେ ବନ୍ୟା: ୧୧ଟ୍ରେନ‍୍‌ ବାତିଲ, ୫ଟ୍ରେନର ଦିଗ ପରିବର୍ତ୍ତନ

ଭୁବନେଶ୍ୱର,(ଓଟି): ପ୍ରବଳ ବର୍ଷା ହେତୁ ସୃଷ୍ଟ ବନ୍ୟାରେ ରେଳ ଚଳାଚଳ ବ୍ୟାହତ ହୋଇଛି। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ୱଲପୁର ଡିଭିଜନର ଟିଟିଲାଗଡ଼ ସେକ୍ସନ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାର ଥେରୁବାଲି-ସିଙ୍ଗାପୁର ରୋଡ଼ ମଧ୍ୟରେ ଥିବା ପୋଲ ଧୋଇ ହୋଇଯାଇଛି। ଅନେକ ସ୍ଥାନରେ ରେଳଟ୍ରାକ୍ ଉପରେ ପାଣି ପ୍ରବାହିତ ହେଉଛି। ଏହି କାରଣରୁ ୧୧ଟି ଟ୍ରେନ‍୍‌ ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଥିବା ବେଳେ ୫ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି। ରେଳ ବିଭାଗ ପକ୍ଷରୁ ବ୍ରିଜ୍‌ ମରାମତି ଏବଂ ଚଳାଚଳ ସ୍ୱାଭାବିକ କରିବା ଲାଗି ଉଦ୍ୟମ ହେଉଥିଲେ ମଧ୍ୟ ପାଣି ବଢ଼ୁଥିବାରୁ ମରାମତି କାର୍ଯ୍ୟ ବ୍ୟାହତ ହୋଇଛି।

ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ‍୍‌ ହୋଇଥିବା ଟ୍ରେନ‍୍‌ଗୁଡ଼ିକ ହେଉଛି

୧) ରାୟପୁର-ବିଶାଖାପାଟଣାମ-ରାୟପୁର ପାସେଞ୍ଜର, ୨) ଦୁର୍ଗ-ବିଶାଖାପାଟଣାମ-ଦୁର୍ଗ ପାସେଞ୍ଜର, ୩)ସମ୍ୱଲପଚୁର-କୋରାପୁଟ-ସମ୍ୱଲପୁର ପାସେଞ୍ଜର, ୪)ସମ୍ୱଲପୁର-ରାୟଗଡ଼ା-ସମ୍ୱଲପୁର ଏକ୍ସପ୍ରେସ‍୍‌,୫) ରାଉରକେଲା-କୋରାପୁଟ-ରାଉରକେଲା ଏକ୍ସପ୍ରେସ‍୍‌, ୬) ଦୁର୍ଗ-ଜଗଦଲପୁର ଏକ୍ସପ୍ରେସ‍୍‌, ୭) ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ‍୍‌, ୮) ସମ୍ୱଲପୁର-ନାନ୍ଦେଡ଼ ଏକ୍ସପ୍ରେସ‍୍‌, ୯) ନାନ୍ଦେଡ଼-ସମ୍ୱଲପୁର ଏକ୍ସପ୍ରେସ‍୍‌,୧୦) ବିଳାସପୁର-ତିରୁପତି ଏକ୍ସପ୍ରେସ, ଏବଂ ୧୧) ତିରୁପତି- ବିଳାସପୁର ଏକ୍ସପ୍ରେସ‍୍‌

ଏହି ରୁଟ‍୍‌ ଦେଇ ଯାଉଥିବା ଆଲିପେ-ଧାନବାଦ ଏକ୍ସପ୍ରେସ‍୍‌ ପରିସ୍ଥିତି ସ୍ୱାଭାବିକ ନହେବା ଯାଏଁ ବିଜୟନଗରମ‍୍‌,-ଖୋର୍ଦ୍ଦାରେଡ୍, ଅନୁଗୁଲ-ସମ୍ୱଲପୁର-ଝାରସୁଗୁଡ଼ା ଦେଇ ଯିବ। ସେହିପରି ନିଜାମୁଦ୍ଦିନ‍୍‌ ବିଶାଖାପାଟଣାମ‍୍‌ ଏକ୍ସପ୍ରେସ‍୍‌ର ଟତିଟିଲାଗଡ଼ଠାରେ ଦିଗ ବଦଳାଯାଇ ସମ୍ୱଲପୁର-ଅନୁଗୁଳ-ଖୋର୍ଦ୍ଧାରୋଡ ଦେଶ ବିଶାଖାପାଟଣାମ‍୍‌ ଯିବ।
ନାନ୍ଦେଡ଼- ସମ୍ୱଲପୁର ଏକ୍ସପ୍ରେସ‍୍‌କୁ ବିଜୟନଗମ‍୍‌ଠାରେ ଗତିପଥ ବଦଳାଯିବ, ବିଶାଖାପାଟଣାମ‍୍‌-ଲୋକମାନ୍ୟତିଲକ୍ ଏକ୍ସପ୍ରେସ‍୍‌ର କତିପଥକୁ ବିଜୟନଗରମ‍୍‌ ଠାରେ ପବଦଳାଯିବ ଏବଂ ତାହା ବିଜୟୱାଡ଼ା ହୋଇ ଯିବ।

ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସ‍୍‌ ଲାଞ୍ଜିଗଡ଼-ଟିଟିଲାଗଡ଼-ସମ୍ୱଲପୁର-ଅନୁଗୁଳ ହୋଇ ଭୁବନେଶ୍ୱର ଯିବ।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

Leave a Reply

Your email address will not be published. Required fields are marked *