ଟଙ୍କିକିଆ ଚାଉଳ: ୫ବର୍ଷରେ ୨୦୫୩୪କୋଟି ୮୭ଲକ୍ଷ ଟଙ୍କାର ରିହାତି

-: ରାଜ୍ୟ ସରକାରଙ୍କ ଅଂଶ ୫୫୭୩ କୋଟି ୭୩ଲକ୍ଷ
-: କେନ୍ଦ୍ର ସରକାରଙ୍କ ଅଂଶ ୧୫୯୬୦ କୋଟି ୧୪ ଲକ୍ଷ

ଭୁବନେଶ୍ୱର,(ଓଟି): ଓଡିଆ ଲୋକମାନଙ୍କୁ କର୍ମ ବିମୁଖ କରିବା ପାଇଁ ରାଜ୍ୟ ସରକାର ଗତ ୫ବର୍ଷ ମଧ୍ୟରେ ପ୍ରାୟ ୧କୋଟି ଟନରୁ ଅଧିକ ଚାଉଳ ଲୋକପ୍ରିୟ ସରକାରୀ ଯୋଜନା ଆଳରେ ୧ଟଙ୍କା ଦରରେ ବାଣ୍ଟିଛନ୍ତି । ୨୨୭୭୪ କୋଟି ୧୦ଲକ୍ଷ ଟଙ୍କାର ଚାଉଳକୁ ଲୋକମାନେ ମାତ୍ର ୨୨୪୦ କୋଟି ଟଙ୍କାରେ କିଣିଛନ୍ତି । ଯାହାଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତହବିଲରୁ ୨୦୫୩୪ କୋଟି ୮୭ ଲକ୍ଷ ଟଙ୍କା ରିହାତି ବାବଦକୁ ଖର୍ଚ୍ଚ ହୋଇଛି ।

ସରକାରଙ୍କଠାରୁ ମିଳିଥିବା ହିସାବ ଅନୁସାରେ ୨୦୧୦-୧୧ରୁ ୨୦୧୪-୧୫ ଆଥିର୍କ ବର୍ଷ ମଧ୍ୟରେ ଓଡିଶା ସରକାର ନିଜର ଲୋକପ୍ରିୟ ଟଙ୍କିକିଆ ଚାଉଳ ଯୋଜନାରେ ୧,୦୨,୧୩,୨୪୩ ମେଟ୍ରକ ଟନ ଚାଉଳ ଉଠାଇଛନ୍ତି । ଏହି ଚାଉଳର ସରକାରୀ ମୂଲ୍ୟ ୨୨୭୭୪ କୋଟି ୧୦ଲକ୍ଷ ଟଙ୍କା । ୨୦୧୦-୧୧ରେ ୩୭୭୩ କୋଟି ୫୪ ଲକ୍ଷ ଟଙ୍କାର ଚାଉଳ ଉଠାଯାଇଥିବାବେଳେ ୨୦୧୩-୧୪ରେ ଏହି ପରିମାଣ ୫୦୮୨ କୋଟି ୬୦ଲକ୍ଷ ଟଙ୍କା ଥିଲା । ୨୦୧୪-୧୫ରେ ୧ଟଙ୍କାରେ ବଣ୍ଟନ କରାଯାଇଥିବା ଚାଉଳର ମୂଲ୍ୟ ୫୧୪୪ କୋଟି ୧୮ ଲକ୍ଷ ଟଙ୍କା ।

ଏହି ଚାଉଳର ରିହାତି ବାବଦକୁ ରାଜ୍ୟ ସରକାର ୫୫୭୩ କୋଟି ୭୩ଲକ୍ଷ ଟଙ୍କା ଦେଇଛନ୍ତି । ଅପର ପକ୍ଷରେ କେନ୍ଦ୍ର ସରକାର ନିଜ ଅଂଶ ବାବଦକୁ ଦେଇଛନ୍ତି ୧୫୯୬୦ କୋଟି ୧୪ ଲକ୍ଷ ଟଙ୍କା । ଏହି ଚାଉଳର ରିହାତି ବାବଦରେ ୨୦୧୦-୧୧ରେ ରାଜ୍ୟ ସରକାର ୯୨୪ କୋଟି ୪୪ ଲକ୍ଷ ଟଙ୍କା ବହନ କରିଥିବାବେଳେ କେନ୍ଦ୍ର ସରକାର ୨୪୬୭ କୋଟି ୮୯ଲକ୍ଷ ଟଙ୍କା ବହନ କରିଥିଲେ । ୨୦୧୧-୧୨ରେ ରାଜ୍ୟ ସରକାର ୯୭୧ କୋଟି ୧୪ ଲକ୍ଷ ଟଙ୍କା ବହନ କରିଥିବାବେଳେ କେନ୍ଦ୍ର ସରକାର ୨୬୩୫ କୋଟି ୮୫ଲକ୍ଷ ଟଙ୍କା ବହନ କରିଥିଲେ । ୨୦୧୨-୧୩ରେ ରାଜ୍ୟ ସରକାର ୧୧୮୨ କୋଟି ୬୬ ଲକ୍ଷ ଟଙ୍କା ବହନ କରିଥିବାବେଳେ କେନ୍ଦ୍ର ସରକାର ୩୦୩୦ କୋଟି ୩୬ଲକ୍ଷ ଟଙ୍କା ବହନ କରିଥିଲେ । ୨୦୧୩-୧୪ରେ ରାଜ୍ୟ ସରକାର ୧୨୪୩ କୋଟି ୪୧ ଲକ୍ଷ ଟଙ୍କା ବହନ କରିଥିବାବେଳେ କେନ୍ଦ୍ର ସରକାର ୩୦୪୧ କୋଟି ୧୧ଲକ୍ଷ ଟଙ୍କା ବହନ କରିଥିଲେ ।
୨୦୧୪-୧୫ରେ ରାଜ୍ୟ ସରକାର ୧୨୧୨ କୋଟି ୮ ଲକ୍ଷ ଟଙ୍କା ବହନ କରିଥିବାବେଳେ କେନ୍ଦ୍ର ସରକାର ୩୭୮୪ କୋଟି ୯୩ ଲକ୍ଷ ଟଙ୍କା ବହନ କରିଥିଲେ । ଏହି ଶସ୍ତା ଚାଉଳ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ ୫୦୦୦କୋଟି ରାଜକୋଷରୁ ବହନ କରୁଛନ୍ତି । ସରକାର କ୍ଷମତାରେ ରହିବା ପାଇଁ ଗରି ଲୋକମାନଙ୍କୁ ସ୍ୱରୋଜଗାର କରିବା ପାଇଁ କୌଣସି ଯୋଜନା ନ କରି ୧ଟଙ୍କିଆ ଚାଉଳ ବାଣ୍ଟିବା ପ୍ରଗତିର ପରିପନ୍ଥୀ ବୋଲି ଆଲୋଚନା ହେଉଛି ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply