ଜୀ କଳିଙ୍ଗର ନୂଆ ରୂପ: ସଂସ୍କାର ସାଙ୍ଗକୁ ନୂଆ କାର୍ଯ୍ୟକ୍ରମ, “ବାପା’ ବିରୋଧରେ କାର୍ଯ୍ୟାନୁଷ୍ଠାନ

0
3

ଭୁବନେଶ୍ୱର, (ଓଟି): ଜୀ-ନ୍ୟୁଜ୍‌ ନେଟ‍୍‌ୱର୍କର ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲ‍୍‌ ଜୀ-କଳିଙ୍ଗ ନିଜର କଳେବର ପରିବର୍ତ୍ତନ ପାଇଁ ଚେଷ୍ଟା କରିଛି। ଇତିମଧ୍ୟରେ କିଛି ଅଣଦ୪ କର୍ମଚାରୀଙ୍କୁ ଦାୟିତ୍ୱରୁୂ ଅବ୍ୟାହତି ଦିଆଯାଇଥିବା ସୂଚନା ମିଳିଛି। ତା’ଛଡ଼ା ଚ୍ୟାନେଲ‍୍‌କୁ ଲୋକଙ୍କ ପାଖରେ ଆଦ୍ରୁତ କରିବା ଲାଗି କର୍ତ୍ତୃପକ୍ଷ ନୂଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ୬ଟି ନୂଆ କାର୍ଯ୍ୟକ୍ରମ ଜୀ-କଳିଙ୍ଗ କାର୍ଯ୍ୟକ୍ରମସୂଚୀରେ ଯୋଡ଼ାଯାଇଛି। ଏହା ସହ ଦୀର୍ଘଦିନ ଧରି ଚଳିଆସୁଥିବା ସବୁଦିନିଆ ନ୍ୟୁଜ୍‌ ଆଲୋଚନାଭିତ୍ତିକ କାର୍ଯ୍ୟକ୍ରମ ସତ୍ୟର ସାମ୍ନାକୁ ବନ୍ଦ କରିଦିଆଯାଇଛି। ପ୍ରଥମ ଏଡିଟର‍୍‌ ସତ୍ୟପ୍ରକାଶ ନାୟକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କେହି କେହି ଏହାକୁ ତାଙ୍କ ନାଁରେ ନାମିତ କାର୍ଯ୍ୟକ୍ରମ ବୋଲି ମତ ଦେଇଥିଲେ। କିନ୍ତୁ ଏହା କାହା ନାମରେ ନୁହେଁ ବରଂ ସତ କଥାକୁ ସାମ୍ନାକରୁଛି ବୋଲି ଅଣ ଓଡ଼ିଆ ପରିଚାଳନା ମୁଖ୍ୟଙ୍କୁ ବୁଝାଇ ଦେଇଥିଲେ। ଏହାଦ୍ୱାରା ଦର୍ଶକଙ୍କ ଏହି କାର୍ଯ୍ୟକ୍ରମର ଉପସ୍ଥାପନକୁ ନେଇ ପୂର୍ବ ଉପସ୍ଥାପନ ସହ ତୁଳନା କରିବାକୁ ସୁଯୋଗ ପାଉଥିଲେ। କାରଣ ସତ୍ୟ ପ୍ରକାଶଙ୍କ ସମୟରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବେଶ‍୍‌ ରହିଥିଲା ଏବଂ ତାହା ତଥ୍ୟଭିତ୍ତିକ ନିର୍ଭୀକ କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ହେଉଥିଲା। ଡେରିରେ ହେଲେବି ଜୀ କର୍ତ୍ତୃପକ୍ଷ ଏହାକୁ ଅନୁଭବ କରିଥିବା ଚର୍ଚ୍ଚା ହେଉଛି।

ଡେସ୍କରେ ୪ ଜଣ କର୍ମଚାରୀଙ୍କ  ବିରୋଧରେ ସେମାନେ ସ୍ୱର ଉେତ୍ତାଳନ କରିଥିଲେ। ସେମାନଙ୍କ “ବାପା’ ବୋଲି ମଧ୍ୟ ଅଭିହିତ କରିଥିଲେ। ଇଂରାଜୀର ୪ ଅକ୍ଷର ବି, ଏ, ପି, ଏ କୁ ନେଇ ଏହି ଶବ୍ଦକୁ ତିଆରି କରାଯାଇଛି। ଏହି ଅକ୍ଷରଗୁଡ଼ିକ ୪ଜଣ କର୍ମଚାରୀଙ୍କୁ ଚିହ୍ନିତ କରୁଛି। ସେମାନଙ୍କ ଭିତରୁ ଦୁଇଜଣଙ୍କ ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। 

ନୂଆ କାର୍ଯ୍ୟକ୍ରମଗୁଡ଼ିକରେ ସ୍କୁଲ‍୍‌, କଲେଜ ପିଲାଙ୍କଠାରୁ ଆରମ୍ଭ କରି ଗାଁ ଗହଳର ଲୋକଙ୍କୁ ଟେଲିଭିଜନ‍୍‌ ସହ ସଂଯୋଗ କରିବାକୁ ଚେଷ୍ଟା କରାଯାଇଛି। ଏଥିରୁ କିଛି କାର୍ଯ୍ୟକ୍ରମକୁ ଏବେ କାର୍ଯ୍ୟକ୍ରମ ସୂଚୀରେ ପ୍ରସାରଣ କରାଯାଉଛି। ଆହୁରି ଅନେକ କିଛି ପାଇଁ ଅବସ୍ଥାପିତ ସାମ୍ୱାଦିକଙ୍କୁ ନିଦ୍ଦେର୍ଶ ଦିଆଯାଇଛି।
ପ୍ରସାରିତ ନୂଆ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ରହିଛି, “ବ୍ୟାଙ୍ଗ ବ୍ୟାଙ୍ଗ’, “ଇଟ୍ସ ମାଇ ସ୍କୁଲ‍୍‌’, ଅଫ୍ବିଟ‍୍‌, “ନ୍ୟୁଜ୍‌ ଭ୍ୟୁଜ୍‌’ ଏବଂ “ଏକ୍ସକ୍ୟୁଜ୍‌ମି’ । ବ୍ୟାଙ୍ଗ୍ବ୍ୟାଙ୍ଗ କ୍ୟାମ୍ପସ ଭିତ୍ତିକ କାର୍ଯ୍ୟକ୍ରମ। ଜଣେ ନ୍ୟୁଜ୍‌ ଆଙ୍କର ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନ କ୍ୟାମ୍ପସ‍୍‌ ଯାଇ ଟିନ‍୍‌-ଏଜର ବା କିଶୋରମାନଙ୍କୁ ଟେଲିଭିଜନ‍୍‌ ସହ ସଂଯୋଗ କରୁଛନ୍ତି। ଅବଶ୍ୟ ଓଡ଼ିଶା ଟେଲିଭିଜନ‍୍‌ରେ ଏପରି କାର୍ଯ୍ୟକମ ଅନେକଥର ପ୍ରସାରଣ ହୋଇଛି କିନ୍ତୁ ଜୀ-କଳିଙ୍ଗ ପାଇଁ ଏହା ନୂଆ। ଦ୍ୱିତୀୟରେ ଇଟ୍ସ ମାଇ ସ୍କୁଲ‍୍‌ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ସ୍କୁଲ‍୍‌ଗୁଡ଼ିକ ସମ୍ପର୍କରେ ସ୍କୁଳ୍ ପିଲାଙ୍କ ଦ୍ୱାରା ରିପୋର୍ଟ ସଂଗ୍ରହ କରାଯିବ ବୋଲି ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରସାରଣ ହୋଇ ନାହିଁ। ଅଫ୍ ବିଟ‍୍‌ ଏକ କମେଡ଼ି କାର୍ଯ୍ୟକ୍ରମ ହେବ। ଏହାଛଡ଼ା ନୂଆ ପୁରୁଣା ଗୀତକୁ ନେଇ ଦୁଇଟି ନୂଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି।
ନ୍ୟୁଜ୍‌-ଭ୍ୟୁଜ୍‌ କାର୍ଯ୍ୟକ୍ରମ ସତ୍ୟର ସାମ୍ନାର ବିକଳ୍ପ ହେବ। ପ୍ରସ୍ତାବିତ ନୂଆ କାର୍ଯ୍ୟକ୍ରମ ଭିତରୁ ଏହା ଏକମାତ୍ର ନ୍ୟୁଜ୍‌ ଭିତ୍ତିକ କାର୍ଯ୍ୟକ୍ରମ। ଅର୍ଥାତ୍ ସେମି ଏଣ୍ଟର‍୍‌ଟେନ‍୍‌ମେଣ୍ଟ କାର୍ଯ୍ୟକ୍ରମ ଜରିଆରେ କର୍ତ୍ତୃପକ୍ଷ ଟିଆର‍୍‌ପି ଆସଲ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଗତ ସପ୍ତାହରେ ଜୀ କଳିଙ୍ଗ ମାତ୍ର ୧୬ ବାର୍କ ରେଟିଂ ହାସଲ‍୍‌ କରିଥିଲା।
ଦୀର୍ଘଦିନ ହେଲା ଓଡ଼ିଶାରେ ଜୀ କଳିଙ୍ଗ ପରିଚାଳିତ ହେଉଥିଲେ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ବିଫଳ ହେଉଥିଲା। ଏହାର ନେତୃତ୍ୱକୁ ନେଇ ଅନେକ ଅଭିଯୋଗ ପରିଚାଳନା କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିଥିଲା। ଏ ବାବଦରେ ତର୍ଜମା କରିବା ପରେ କର୍ତ୍ତୃପକ୍ଷ ଶକ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଚ୍ୟାନେଲ‍୍‌ର ମୂଳ ଡେସ୍କକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ନୂଆ ନିଯୁକ୍ତି ମଧ୍ୟ କରାଯାଉଛି। ଯେଉଁ କର୍ମଚାରୀମାନେ ଚ୍ୟାନେଲ‍୍‌ ବିରୋଧି କାର୍ଯ୍ୟକ୍ରମ କରନିଜ ସ୍ୱାର୍ଥ ହାସଲ ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ସେମାନଙ୍କୁ ଚ୍ୟାନେଲ‍୍‌ରୁ ବହିଷ୍କାର ପାଇଁ ମଧ୍ୟ ଧମକ ଦିଆଯାଇଛି।
କିଛିଦିନ ତଳେ କମ୍ପାନୀର ରିପୋର୍ଟର ଓ ଡେସ୍କ ସାମ୍ୱାଦିକମାନଙ୍କୁ ନେଇ ପରିଚାଳିତ ଏକ ହ୍ୱାଟ‍୍‌ସଆପ‍୍‌ ଗ୍ରୁପ‍୍‌ରେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା।

ଡେସ୍କରେ ୪ ଜଣ କର୍ମଚାରୀଙ୍କ  ବିରୋଧରେ ସେମାନେ ସ୍ୱର ଉେତ୍ତାଳନ କରିଥିଲେ। ସେମାନଙ୍କ “ବାପା’ ବୋଲି ମଧ୍ୟ ଅଭିହିତ କରିଥିଲେ। ଇଂରାଜୀର ୪ ଅକ୍ଷର ବି, ଏ, ପି, ଏ କୁ ନେଇ ଏହି ଶବ୍ଦକୁ ତିଆରି କରାଯାଇଛି। ଏହି ଅକ୍ଷରଗୁଡ଼ିକ ୪ଜଣ କର୍ମଚାରୀଙ୍କୁ ଚିହ୍ନିତ କରୁଛି। ସେମାନଙ୍କ ଭିତରୁ ଦୁଇଜଣଙ୍କ ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି।