କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
sarda and JC

ଜୀ କଳିଙ୍ଗରେ ହଲଚଲ‍୍‌: ଡେପୁଟୀ ଏଡିଟର‍୍‌ ସାରଦା ଲାହଙ୍ଗୀରଙ୍କ ଇସ୍ତଫା-ଓଡ଼ିଶା ପରିଚାଳନାରୁ ଜେସିଙ୍କୁ ଅବ୍ୟାହତି

ଭୁବନେଶ୍ୱର,(ଓଟି): ଜୀ ନେଟ‍୍‌ୱର୍କ ଦ୍ୱାରା ପରିଚାଳିତ ଓଡ଼ିଶା ଭିତ୍ତିକ ନ୍ୟୁଜ୍‌ ଚ୍ୟାନେଲ‍୍‌ ଜୀ କଳିଙ୍ଗରେ ପୁଣିଥରେ ହଲଚଲ ଦେଖାଦେଇଛି। ତଳଠାରୁ ଆରମ୍ଭ କରି ଉପର ମୁଣ୍ଡର କର୍ମଚାରୀଙ୍କ ଯାଏ ଅଧିକାଂଶ କ୍ଷେତ୍ରରେ ବର୍ତ୍ତମାନର ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି।  ଚ୍ୟାନେଲର ଦ୍ୱିତୀୟ ଶକ୍ତିଶାଳୀ ସମ୍ପାଦକୀୟ ମୁଖ୍ୟ ଭାବେ ଜଣାଯାଉଥିବା ଏକମାତ୍ର ଡେପୁଟୀ ଏଡିଟର‍୍‌ ନିକଟରେ ନିଜ ପଦବୀରୁ ଇସ୍ତଫା ଦେବା ଦ୍ବାରା ଏହି ଅଭିଯୋଗ ଅଧିକ ସ୍ପଷ୍ଟ ହୋଇଛି। ଅପରପକ୍ଷେ ଜୀ’ ଗ୍ରୁପ‍୍‌ର ପରିଚାଳନା ଗୋଷ୍ଠୀଙ୍କ ପକ୍ଷରୁ ନିଯୁକ୍ତ ପୂର୍ବତନ ପ୍ରଶାସନିକ ଅଧିକାରୀ ଜଗଦୀଶ ଚନ୍ଦ୍ରା(ଜେସି)ଙ୍କୁ ମଧ୍ୟ ଓଡ଼ିଶା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି।

ଇସ୍ତଫା ଦେଇଥିବା ଏହି ଡେପୁଟୀ ଏଡିଟର‍୍‌ ହେଉଛନ୍ତି ସାରଦା ଲାହାଙ୍ଗୀର। ସେ ଓଡ଼ିଶାର ଜଣେ ପ୍ରତିଷ୍ଠିତ ମହିଳା ସାମ୍ୱାଦିକ। ଅଳ୍ପ କିଛି ମାସ ହେଲା ସେ କଳିଙ୍ଗ ଟିଭିରୁ ଇସ୍ତଫା ଦେଇ ସେଠାରେ ଯୋଗ ଦେଇଥିଲେ। କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ସହ ତାଙ୍କର ପେସାଗତ ବିବାଦ ହେବାରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏ ବିଷୟକୁ ସାରଦା ମଧ୍ୟ ସ୍ୱୀକାର କରିଛନ୍ତି।

ଏବେ ଜୀ କଳିଙ୍ଗର ମୁଖ୍ୟ ସମ୍ପାଦକ ଭାବରେ ସାମ୍ୱାଦିକ ବିଭୁ ପଟ୍ଟନାୟକ କାର୍ଯ୍ୟରତ। ସେ ଓଡ଼ିଶା ବାହାରେ ତାଙ୍କ ସାମ୍ୱାଦିକତା କ୍ୟାରିୟରକୁ ଉତ୍କର୍ଷରେ ପହଞ୍ଚାଇ ଜୀ ପରିଚାଳନା ଗୋଷ୍ଠୀଙ୍କ ଆଦରଣୀୟ ହୋଇଥିଲେ। ସେହି କାରଣରୁ ସତ୍ୟ ପ୍ରକାଶ ନାୟକଙ୍କ ଇସ୍ତଫା ପରେ ତାଙ୍କୁ ଏହି ପଦବୀରେ ଅଧିଷ୍ଠିତ କରାଯାଇଥିଲା। ସେ ଏବେ ମଧ୍ୟ ସମ୍ପୃକ୍ତ ପଦବୀରେ ରହିଛନ୍ତି। ନିକଟରେ ତାଙ୍କ ଦ୍ୱାରା ଉପସ୍ଥାପନ ହେବାକୁ ଥିବା ପ୍ରଥମ ଶୋ ଜୀ କଳିଙ୍ଗରେ ଆସିବ ବୋଲି ଚ୍ୟାନେଲ‍୍‌ ପ୍ରମୋରେ ପ୍ରଦର୍ଶନ କରାଯାଉଛି।

କିଛିଦିନ ହେଲା କୌଣସି କାରଣରୁ ବିଭୁଙ୍କ ସହ ଶାରଦାଙ୍କ ଅପଡ଼ ହୋଇଥିଲା। ଏହି କାରଣ ହେତୁ ସେ ଚ୍ୟାନେଲ‍୍‌ ଛାଡ଼ିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏ ବିଷୟରେ ପଚାରିବାରୁ ଶାରଦା ନିରବ ରହିଛନ୍ତି।

କିଛିଦିନ ତଳେ ଶାରଦା ଇସ୍ତଫା ଦେଇଥିଲେ। ଏହି ଇସ୍ତଫା ନୋଟିସକୁ ସଙ୍ଗେ ସଙ୍ଗେ ଗ୍ରହଣ କରାଯାଇଥିଲା। ପରେ ତାଙ୍କ ଇସ୍ତଫାକୁ ବରିଷ୍ଠ ପରିଚାଳନା ଗୋଷ୍ଠୀ ସ୍ୱୀକାର କରି ନଥିଲେ। ପରେ ବିଭୁ ଏନେଇ ପରିଚାଳନା ଗୋଷ୍ଠୀଙ୍କୁ ନିଜ ପକ୍ଷ ବୁଝାଇବାରେ ସକ୍ଷମ ହୋଇଥିଲେ ଏବଂ ତାଙ୍କ ଇସ୍ତଫା ଗୃହୀତ ହୋଇଥିଲା।

ମିଡିଆ ମହଲରେ ଚାଲିଥିବା ଚର୍ଚ୍ଚା ମୁତାବକ ସାରଦା ଚ୍ୟାନେଲ୍ ଭିତରେ କିଛି ଡେସ୍କ କର୍ମଚାରୀଙ୍କ ଉପରେ ଖପ୍ପାଥିଲେ। ସେମାନଙ୍କ ନାଁରେ ପୂର୍ବରୁ ଆସିଥିବା ଅଭିଯୋଗର ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏଥିରେ ଚ୍ୟାନେଲର ଦାୟୀତ୍ୱରେ ଥିବା ଅଧିକାରୀ

ମିଡିଆରେ ହେଉଥିବା ଚର୍ଚ୍ଚା ମୁତାବକ କିଛିଦିନ ହେଲା ସାରଦା ଏବଂ ଚ୍ୟାନେଲ‍୍‌ ମୁଖ୍ୟ ବିଭୁଙ୍କ ଭିତରେ କିଛି ପେସାଗତ ବିବାଦ ଉପୁଜିଥିଲା। ଚ୍ୟାନେଲ‍୍‌ ଭିତରେ କାମ କରୁଥିବା କିଛି କର୍ମଚାରୀ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ଷ୍ଟ୍ରିଙ୍ଗର‍୍‌ (ଚୁକ୍ତିଭିତ୍ତିକ ସାମ୍ୱାଦିକ)ଙ୍କଠାରୁ ଅନୈତିକ ଉପାୟରେ ନିୟମିତ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ଏହାର କାରଣ ଥିଲା। ବିଭିନ୍ନ କାରଣ ଦର୍ଶାଇ ଏହି ଟଙ୍କା ଆଦାୟ କରାଯାଉଥିଲା। ସେମାନେ ଏନେଇ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ ତାହାର କୌଣସି ଉତ୍ତର ମିଳୁନଥିଲା। ଏ ପ୍ରସଙ୍ଗରେ ସାରଦା ସବୁ ଜିନିଷ ତଥ୍ୟ ସହ ବିଭୁଙ୍କ ନଜରକୁ ଆଣିଥିଲେ ମଧ୍ୟ ତାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଏଥିରେ ଅତିଷ୍ଠ ହୋଇ ସାରଦା ମାସିକିଆ ଇସ୍ତଫା ନୋଟିସ‍୍‌ ଦେଇଥିଲେ। ସାଧାରଣତଃ ଏହି ନୋଟିସ‍୍‌ର ଏକମାସ ପରେ ଇସ୍ତଫା ଗ୍ରହଣ କରାଯାଇଥାଏ। କିନ୍ତୁ ବିଭୁ ପଟ୍ଟନାୟକଙ୍କ ପକ୍ଷରୁ ଏହାକୁ ସମ୍ପୃକ୍ତ ଦିନରେ ଗ୍ରହଣ କରାଯାଇ ତାଙ୍କୁ ଚାକିରିରୁ ରିଲିଭ୍ କରାଯିବାକୁ ପ୍ରସ୍ତୁତି ହୋଇଥିଲା। ହେଲେ ସେତେବେଳେ ଓଡ଼ିଶା ଚ୍ୟାନେଲ‍୍‌ର ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀର ବରିଷ୍ଠ କର୍ମକର୍ତ୍ତା ଜଗଦୀଶ ଚନ୍ଦ୍ରା ସାରଦାଙ୍କ ଇସ୍ତଫାକୁ ଗ୍ରହଣ କରି ନଥିଲେ। ବିଭୁ ଦେଇଥିବା ଇସ୍ତଫା ଗ୍ରହଣ ଆଦେଶକୁ ମଧ୍ୟ ଫେରାଇ ଦେଇଥିଲେ। କିଛିଦିନ ପରେ ଜେସି ଓଡ଼ିଶା ଚ୍ୟାନେଲ‍୍‌ ଦୟିତ୍ୱରୁ ଅପସରି ଯିବା ପରେ ସାରଦାଙ୍କ ବିଷୟରେ ଆଉ କୌଣସି ଚର୍ଚ୍ଚା ହୋଇ ନାହିଁ। ତାଙ୍କୁ ଅଫିସ ତରଫରୁ କୌଣସି ଯୋଗାଯୋଗ କରାଯାଇ ନଥିବା ଜଣାପଡ଼ିଛି। ତାଙ୍କ ଇସ୍ତଫା ଗ୍ରହଣ ହୋଇ ବିଭୁଙ୍କ ଆଦେଶ ପୁଣି ବଳବତ୍ତର ହୋଇଥିବା ଆଲୋଚନା ହେଉଛି। ସାରଦା ଏବେ ଆଉ କାର୍ଯ୍ୟାଳୟ ଯାଉ ନଥିବା କହିଛନ୍ତି। କିନ୍ତୁ ମାମଲା ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

Leave a Reply

Your email address will not be published. Required fields are marked *