ଜାଣନ୍ତୁ କେତେ କ୍ଷତିକାରକ ସ୍ମାର୍ଟଫୋନ ଏବଂ ଟ୍ୟାବଲେଟ

0
7

ଭୁବନେଶ୍ୱର, ( ହିମାଂଶୁ ଭୂଷଣ ପଣ୍ଡା): ସ୍ମାର୍ଟଫୋନ ଓ ଟ୍ୟାବଲେଟ‌୍‍ ବର୍ତମାନର ଏକ ନିତ୍ୟାନ୍ତ ଆବଶ୍ୟକିୟ ଜିନିଷ ପାଲଟି ଯାଇଛି। ଏମିତି ହୋଇଛି ଯେ ଆମେ ଗୋଟିଏ ମୁହୁର୍ତ ବି ଏହାକୁ ଏଡ଼ାଇ ଦେଇ ପାରୁନାହାଁନ୍ତି। ହେଲେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏହିସବୁ ଉପକରଣରେ ବ୍ୟବହାର ହେଉଥିବା ଲିଥିୟମ ଆୟନ ବ୍ୟାଟେରୀରୁ ବିଭିନ୍ନ ପ୍ରକାରର ବିଷାକ୍ତ ଗ୍ୟାସସବୁ ବାହାରିଥାଏ ଯାହାକି ବ୍ୟବହାରକାରୀ ମାନଙ୍କପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହାକୁ ନେଇ କିଛି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।
ଚୀନର ଇନଷ୍ଟିଚ୍ୟୁଟ ଅଫ‌୍‍ ଏନବିସି ଡ଼ିଫେନ୍ସର ପ୍ରଫେସର ଜି.ସନ‌୍‍ ଙ୍କ କହିବା ଅନୁସାରେ ବିଶ୍ୱସାରା ଲୋକେ ଲିଥିୟମ ଆୟନ ବ୍ୟାଟେରୀର ବ୍ୟବହାର କରୁଛନ୍ତି। ତେଣୁ ଏହି ବ୍ୟଟେରୀ ବିଷୟରେ ମଧ୍ୟ ସେମାନେ ଜାଣିରଖିବା ଜରୁରୀ। ବୈଜ୍ଞାନିକ ମାନଙ୍କର ଏକ ଦଳ ଲିଥିୟମ ଆୟନ ଏହି ବ୍ୟାଟେରୀରୁ ପାଖାପାଖି ୧୦୦ ପ୍ରକାରର ବିଷାକ୍ତ ଗ୍ୟାସ ବାହାରୁଥିବାର କହିଛନ୍ତି। ଏବଂ ଏହି ଗ୍ୟାସ ମଧ୍ୟରେ କାର୍ବନ ମନୋଅକ୍ସାଇଡ଼ ଅଧିକ ପରିମାଣରେ ରହିଛି ଜାହାକି ଆମର ଆଖି, ନାକ ଓ ଚର୍ମ ଜନିତ ରୋଗର କାରଣ ହୋଇଥାଏ। ଏବଂ ଏହି ଗ୍ୟାସ ମଧ୍ୟ ଆମ ପରିବେଶ ଉପରେ ଖରାପ ପ୍ରଭାବ ପକାଇଥାଏ।
ଆହୁରି ମଧ୍ୟ ସମୟ ସମୟରେ ଏହି ଲିଥିୟମ ଆୟନ ବ୍ୟାଟେରୀ ଗୁଡ଼ିକ ବିଲ୍ଫୋରଣ ହୋଇ ଧନ ଜିବନ କ୍ଷୟ କ୍ଷତି କରିବାର ନଜିର ମଧ୍ୟ ରହିଛି। ଯେଉଁଥିପାଇଁ ବିଭିନ୍ନ କମ୍ପାନି ଗୁଡ଼ିକ ତାଙ୍କ ପ୍ରସ୍ତୁତ ଉପକରଣ ଗୁଡ଼ିକୁ ଫେରାଇ ନେବାପାଇଁ ବାଧ୍ୟ ହୋଇଛନ୍ତି। ଯେମିତି ୨୦୦୬ ମସିହାରେ ପ୍ରମୁଖ ଲାପଟପ‌୍‍ ନିର୍ମାତା କମ୍ପାନୀ ଡେଲ‌୍‍ (ଊରକ୍ଷକ୍ଷ) ଲକ୍ଷାଧିକ ଲାପଟପ‌୍‍ ଓ ବ୍ୟାଟେରୀରେ ନିଆଁ ଲଗାଇ ପୋଡ଼ିଥିଲେ ଠିକ‌୍‍ ସେହିପରି ୨୦୧୬ ମସିହାରେ ପ୍ରମୁଖ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ‌୍‍ ମଧ୍ୟ ତାର ନିର୍ମିତ ଗ୍ୟାଲାକ୍ସି ନୋଟ‌୍‍ ୭ କୁ ବଜାରରୁ ଫେରାଇ ନେଇଥିଲା। ଏତେ ସବୁ ହେବାପରେ ମଧ୍ୟ ଏହି ବିଷାକ୍ତ ଗ୍ୟାସ ବାହାରୁଥିବାର ମୁଳ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି