କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
rath-yatra

ଚଳିତ ରଥଯାତ୍ରାରେ ସର୍ବାଧିକ ବିଶୃଙ୍ଖଳିତ ପୁଲିସ

ଭୁବନେଶ୍ୱର,(ଓଟି): ଚଳିତବର୍ଷ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ସଂଧ୍ୟାଦର୍ଶନ, ବାହୁଡା, ସୁନାବେଶ, ଅଧର ଓ ନିଳାଦ୍ରୀ ବିଜେ ଆଦି ଶୃଙ୍ଖଳାର ସହିତ ଶେଷ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ବିଶେଷକରି ସେବାୟତମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଯୋଗୁ ଏହା ସମ୍ଭବପର ହୋଇପାରିଛି । ତେବେ ଏଥର ଯାତ୍ରାରେ ପୁଲିସ ପ୍ରଶାସନ ମଧ୍ୟରେ ରହିଥିବା ବିଶୃଙ୍ଖଳତା ପଦାରେ ପଡିଛି ।

ଯାହାକି ରାଜ୍ୟ ପୁଲିସ ଡିଜି ଓ ରଥଯାତ୍ରାର ସାମଗ୍ରୀକ ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ ଡିଜି ବିନୟାନନ୍ଦ ଝାଙ୍କର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ରଥଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁଲିସର କାର୍ଯ୍ୟ ବିଭିନ୍ନ ସମୟରେ ଏଭଳି ବିଶୃଙ୍ଖଳିତ ହୋଇପଡିଥିଲା, ଯାହାକୁ ଦେଖିଲେ ସତେ ଯେପରି ପୁଲିସ ଅମୃତହାଣ୍ଡିରେ ଟୋପାଏ ବିଷ ମିଶାଇବାକୁ ଉଦ୍ୟମ କରିଚାଲିଛି ବୋଲି ମନେହେଉଥିଲା । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପରିବର୍ତେ ଏ ଦିଗରେ ପୁଲିସ ବିଭାଗର ବଡପଣ୍ଡାମାନଙ୍କର ପକ୍ଷପାତମୂଳକ ଭୂମିକା ମଧ୍ୟ ବେଶ‍୍‌ ବାରି ହୋଇପଡିଥିଲା ।

ପୁଲିସର ବିଶୃଙ୍ଖଳା ଆରମ୍ଭ ହୋଇଥିଲା ସ୍ନାନଯାତ୍ରା ଠାରୁ । କେତେକ କର୍ତ୍ତବ୍ୟରତ ସାମ୍ୱାଦିକଙ୍କୁ ନଛାଡି, ସେମାନଙ୍କୁ ପୁଲିସ ବଡଦାଣ୍ଡରେ ବଳପୂର୍ବକ ଅଟକାଇବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କଲା । ପ୍ରତିବାଦରେ ସାମ୍ୱାଦିକମାନେ ବଡଦାଣ୍ଡରେ ଧାରଣାରେ ବସିରହିଲେ । ଦାୟିତ୍ୱରେ ଥିବା ନିମାପଡା ଥାନା ଇନ୍ସପେକ୍ଟର ଓଲଟି ଏନେଇ ସମ୍ୱାଦିକଙ୍କ ବିରୋଧରେ ଏତଲା ଦେଇ କେଶ‍୍‌ କରାଇଲେ । ସାମ୍ୱାଦିକମାନଙ୍କ ନାମରେ କେଶ‍୍‌ ହୋଇଗଲେ ସେମାନଙ୍କର ଚୁଟି ପୁଲିସ ହାତରେ ରହିବ ଓ କୌଣସି ପ୍ରକାର ରଥଯାତ୍ରାରେ ବିଭ୍ରାଟ ଖବର ବାହାରି ପାରିବ ନାହିଁ ବୋଲି ଚିନ୍ତାକରି ପୁରୀର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପ୍ରରୋଚନାରେ ଉକ୍ତ ମାମଲା ରୁଜୁ ହୋଇଥିବା ଆଲୋଚନା ହୋଇଥିଲା । ପରେ ସାମ୍ୱାଦିକମାନେ ପୁଲିସ ବିରୋଧରେ ପାଲଟା ଏତଲା ଦେଇଥିଲେ । ଏକଥା ତୃତୀୟ ମହଲା ପର୍ଯ୍ୟନ୍ତ ପହଞ୍ଚିଥିଲା । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ କରାଗଲା ।

ସେହିପରି ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରାଇବାକୁ ନିଜର ବାପାଙ୍କୁ ସାଙ୍ଗରେ ଧରି ଆସିଥିବା ଜଣେ ଡାକ୍ତରୀ ଛାତ୍ରୀ ଧାଡିରେ ଠିଆ ହୋଇଥିବା ବେଳେ ତାଙ୍କ ପ୍ରତି ଜଣେ ପୁଲିସ କର୍ମଚାରୀ ଅସଦାଚରଣ କରିଥିଲେ । ଛାତ୍ରୀ ଜଣକ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଭିଡିଆଣି ୩ ଚାପୁଡା ମାରିଲେ । ଏ ଖବର ଏସପିଙ୍କ ଏସପିଙ୍କ କାନକୁ ଯିବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ହେଲାନି । ଗଣମାଧ୍ୟମରେ ଏହା ପ୍ରକାଶିତ ହେବା ପରେ ଡିଜିଙ୍କ ନିର୍ଦେଶରେ କୁମ୍ଭାରପଡା ଥାନାରେ ମାମଲା ରୁଜୁ ହେଲା । ମାତ୍ର ଯେହେତୁ ଅଭିଯୋଗକାରିଣୀ ଛାତ୍ରୀ ଜଣକ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ନାମକୁ ଠିକ୍ ଭାବେ କହିପାରିଲେନି, ତେଣୁ ଅଭିଯୋଗକୁ ମିଛ କହି ଚପାଇଦେବାକୁ ଉଦ୍ୟମ ହୋଇଛି ।

ଏହାପରେ ସୁନାବେଶ ଦିନ ପୁରୀର ଉପଜିଲ୍ଲାପାଳ ଜଣେ ପୁଲିସ ଅଧିକାରୀଙ୍କ ଦୁର୍ବ୍ୟବହାରର ଶିକାର ହେଲେ । ସେହିପରି ଅଧରପଣା ଭୋଗ ଦିନ ଡ୍ୟୁଟିରେ ଥିବା ୩ ଜଣ ମାଜିଷ୍ଟ୍ରେଟ‍୍‌ଙ୍କ ପ୍ରତି କିଛି ପୁଲିସ କର୍ମଚାରୀ ଅସଦବ୍ୟବହାର ପ୍ରଦର୍ଶନ କଲେ। ପୁଲିସ ଅସଦବ୍ୟବହାରର ଶିକାର ହୋଇଥିବା ଉପଜିଲ୍ଲାପାଳଙ୍କ ସମେତ ପଦ୍ମପୁର, ବେଗୁନିଆ ଓ ନୟାଗଡର ତହସିଲଦାର କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କୁ ଗୁହାରି କଲେ । ଅଥଚ ଫଳ ଶୂନ । ତେବେ ସବୁଠାରୁ ବଳି ପଡିଲା ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ଶ୍ରୀମନ୍ଦିର ପରିସରରେ ମା’ସୁଭଦ୍ରା ପହଣ୍ଡିରେ ଆସୁଥିବା ବେଳେ ନିଳାଦ୍ରୀ ବିଜେରେ ପୁରୀର ଜଣେ ପୂର୍ବତନ ପୁଲିସ ଇନ୍ସପେକ୍ଟର ଅମୂଲ୍ୟ ଧର ସୁଭଦ୍ରାଙ୍କୁ ସ୍ପର୍ଶ କରିବା ଘଟଣା ।

ସମ୍ପୃକ୍ତ ପୁଲିସ ଅଧିକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ପୁଲିସର ବଡପଣ୍ଡାମାନେ ତାଙ୍କୁ ଘଟଣାସ୍ଥଳରୁ ଖସାଇଦେବା ଓ ଅଭିଯୋଗକୁ ଅତ୍ୟନ୍ତ ହାଲୁକା ଭାବେ ନେବା ପୁଲିସର ଅସଲ ଚେହେରାକୁ ପଦାରେ ପକାଇଛି । ନିଜ ବେଳକୁ ପୁଲିସ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛି। ବିଶୃଙ୍ଖଳିତ ପୁଲିସ ଅଧିକାରୀଙ୍କ ପ୍ରତି ଆଦୌ କୋହଳ ମନୋବୃତ୍ତି କରାଯିବା ଉଚିତ୍ ନୁହେଁ ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *