କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
president election

କେମିତି ହୁଏ ଭାରତରେ ରାଷ୍ଟ୍ରପତି ନିର୍ବାଚନ ଓ ଓଡ଼ିଶାର ସ୍ଥିତି 

ଭୁବନେଶ୍ୱର,(ଓଟି): ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ କର୍ତ୍ତା ରାଷ୍ଟ୍ରପତି ସିଧାସଳଖ ବା ନାଗରିକଙ୍କ ପ୍ରତ୍ୟକ୍ଷ ଭୋଟ‌୍‍ ଦ୍ୱାରା ନିର୍ବାଚିତ ହୋଇ ନଥାଆନ୍ତି। ପ୍ରତି ୫ ବର୍ଷରେ ଥରେ ଏହି ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଭାରତର ନିର୍ବାଚନ କମିଶନର‌୍‍ ଏହି ନିର୍ବାଚନକୁ ନିରପେକ୍ଷ, ସ୍ୱଚ୍ଛ ଓ ବିଧି ମୁତାବକ ଅନୁଷ୍ଠିତ କରାଇବାର ଦାୟିତ୍ୱ ନେଇଥାଆନ୍ତି।
ନିକଟରେ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୦ ଜୁଲାଇ ୨୦୧୭ରେ ଭାରତର ୧୪ତମ ରାଷ୍ଟ୍ରପତିଙ୍କ ଲାଗି ଭୋଟ‌୍‍ ଗ୍ରହଣ କରାଯିବ। ଏଥିପାଇଁ ଜୁନ‌୍‍ ୨୮ ସୁଦ୍ଧା ଯୋଗ୍ୟ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ଯେଉଁମାନେ ବିଧି ଅନୁସାରେ ଅଯୋଗ୍ୟ ସେମାନଙ୍କୁ କମିଶନ ଆବଶ୍ୟକ ଯାଞ୍ଚ ପରେ ୩୦ ଜୁନ‌୍‍ ତାରିଖରେ ଅଯୋଗ୍ୟ ଘୋଷଣା କରି ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଦେଇପାରିବେ। ଯେଉଁ ପ୍ରାର୍ଥୀମାନେ ଯୋଗ୍ୟ ତାଲିକାରେ ରହିବେ ସେମାନେ ଚାହିଁଲେ ସେମାନଙ୍କ ପ୍ରାର୍ଥୀପତ୍ରକୁ ୧ ତାରିଖ ଭିତରେ ପ୍ରତ୍ୟାହାର କରିନେବେ ନହେଲେ ସେମାନଙ୍କ ନାମ ବ୍ୟାଲଟ‌୍‍ ପେପରରେ ପ୍ରକାଶ ପାଇବ। ଯାହାଙ୍କ ମଧ୍ୟରୁ ଜଣଙ୍କୁ ସମ୍ପୃକ୍ତ ନିର୍ବାଚନ କଲିଜିୟମର ସଦସ୍ୟମାନେ ଭୋଟ‌୍‍ ଦେଇପାରିବେ।

ଏହି ସମୟରେ ସମସ୍ତ ପ୍ରକାର ଭୁଲ‌୍‍ ଭଟକାକୁ ଏଡ଼ାଇବା ପାଇଁ ନିର୍ବାଚନ କମିଶନ ନିଜ କ୍ଷମତାକୁ ପ୍ରୟୋଗ କରି ଆବଶ୍ୟକୀୟ ଟେକ୍ନୋଲୋଜି ବ୍ୟବହାର କରିପାରିବେ। ଏହିକ୍ରମରେ ସ୍ୱତନ୍ତ୍ର କଲମ ଓ ବ୍ୟାଲଟ ପେପର‌୍‍ ପ୍ରତି ସଦସ୍ୟଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ବାଚନ କାଳରେ ଦଳମତ ନିର୍ବିଶେଷରେ ସବୁ ସଦସ୍ୟ ସ୍ୱାଧୀନ ଭାବେ ନିଜର ମତ ସାବ୍ୟସ୍ତ କରିପାରିବେ। ଅର୍ଥାତ‌୍‍ କୌଣସି ରାଜନୀତିକ ଦଳ ସେମାନଙ୍କ ନିର୍ବାଚିତ ପ୍ରତିନିଧି ବା ଇେºଟୋରାଲ‌୍‍ କଲେଜ‌୍‍ର ସଦସ୍ୟଙ୍କ ଉପରେ ଅଙ୍କୁଶ ବା ହ୍ୱିପ‌୍‍ ଜାରି କରିପାରିବେ ନାହିଁ।

ଏହି କଲିଜିୟମ‌୍‍ କ’ଣ?

ଭାରତର ରାଷ୍ଟ୍ରପତି ସ୍ୱତନ୍ତ୍ର ଭାବେ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ହେଉଥିବାରୁ ଏହି ପ୍ରଥାକୁ କଲିଜିୟମ‌୍‍ ପ୍ରଥା ବା ବ୍ୟବସ୍ଥା ବୋଲି କୁହାଯାଏ। ଏହି କଲିଜିୟମ‌୍‍ରେ ସଂସଦର ଉଭୟ ଗୃହ ଅର୍ଥାତ‌୍‍ ରାଜ୍ୟସଭା ଓ ଲୋକସଭାର ସଦସ୍ୟ ମାନଙ୍କୁ ସଭ୍ୟଭାବେ ଗ୍ରହଣ କରାଯାଏ। ସେହିପରି ଭାରତର କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ୩୦ଟି ରାଜ୍ୟର ନିର୍ବାଚିତ ବିଧାୟକମାନଙ୍କୁ ଏହି କଲେଜିଏଟ‌୍‍ର ସଦସ୍ୟଭାବେ ଗ୍ରହଣ କରାଯାଏ।

କେବଳ ନିର୍ବାଚିତ ସଦସ୍ୟ ଅର୍ଥାତ‌୍‍ ଯେଉଁ ରାଜ୍ୟଗୁଡ଼ିକରେ ବିଧାନ ପରିଷଦ ରହିଛି ସେମାନଙ୍କ ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠିତ କଲେଜର ସଦସ୍ୟ ହୋଇପାରିବେ ନାହିଁ କି ଭୋଟ‌୍‍ ଦେଇପାରିବେ ନାହିଁ। ସେହିପରି ଯେଉଁ ସଦସ୍ୟମାନେ ରାଜ୍ୟସଭାକୁ ବା ଲୋକସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ସଦସ୍ୟଭାବେ ପ୍ରବେଶ କରିଥାଆନ୍ତି ସେମାନେ ମଧ୍ୟ ରାଷ୍ଟ୍ରପତିଙ୍କ ନିର୍ବାଚନ ସମୟରେ ନିଜର ଭୋଟ‌୍‍ ଦେଇ ପାରିବେ ନାହିଁ। ଲୋକସଭାର ବାଚସ୍ପତି ନିଜ ଇଚ୍ଛା ଅନୁସାରେ ଭୋଟ‌୍‍ ଦେଇପାରିବେ। କିନ୍ତୁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ନୁହନ୍ତି।

ଅର୍ଥାତ‌୍‍ ସମୁଦାୟ ୭୯୦ ସାଂସଦଙ୍କ ଭିତରୁ ୭୭୬ ଜଣ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ଭୋଟ‌୍‍ ଦେବା ଲାଗି ଯୋଗ୍ୟ।

ରାଷ୍ଟ୍ରପତିଙ୍କ ନିର୍ବାଚନ ଲାଗି ଗଠିତ କଲେଜରେ ନିର୍ବାଚିତ ବିଧାୟକ ଓ ସାଂସଦମାନେ ସିନା ସଦ୍ୟ ରହିଥାଆନ୍ତି କିନ୍ତୁ ସେମାନଙ୍କ ଭୋଟ‌୍‍ ପରିମାଣ ସମାନ ନହୋଇ ଅଲଗା ଅଲଗା ହୋଇଥାଏ। ତାହା ପୁଣି ପୂର୍ବ ନିର୍ଦ୍ଧାରିତ ଅଙ୍କ ଅନୁସାରେ ଗଣନା କରାଯାଏ।

କାହାର ଭୋଟ‌୍‍ କେତେ ମୂଲ୍ୟ?

ରାଷ୍ଟ୍ରପତି ନିର୍ବାଚନ କଲେଜରେ ସାଂସଦଙ୍କ ଭୋଟର ମୂଲ୍ୟ ଯେତିକି ସାଂସଦଙ୍କ ଭୋଟ‌୍‍ର ମୂଲ୍ୟ ସେତିକି। ସମ୍ୱିଧାନର ଧାରା ୫୫ ଅନୁସାରେ ଉଭୟ ସାଂସଦ ଓ ବିଧାୟକଙ୍କୁ ନିର୍ବାଚନ କଲେଜ‌୍‍ରେ ସମାନ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଦେଶର ସମୁଦାୟ ବିଧାୟକଙ୍କ ସଂଖ୍ୟା ସାଂସଦଙ୍କ ସଂଖ୍ୟାଠାରୁ ଢେର ଅଧିକ ହୋଇଥିବାରୁ ସାଂସଦ ଓ ବିଧାୟକଙ୍କ ଭୋଟ‌୍‍ର ମୂଲ୍ୟରେ ଆକାଶ ପାତାଳ ତଫାତ ଥାଏ।

ରାଜ୍ୟର ବିଧାୟକଙ୍କ ମୂଲ୍ୟ ଲୋକସଂଖ୍ୟା ଆଧାରରେ ସ୍ଥିର କରାଯାଏ। ସମ୍ୱିଧାନିକ ନିୟମ ଅନୁସାରେ ୧୯୭୧ର ଜନସଂଖ୍ୟାକୁ ଏହି ଆଧାର ଭାବେ ସ୍ଥିର କରାଯାଇଛି। ୨୦୨୬ ମସିହା ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି ସଂସଦରେ ସଂଶୋଧନ ଆଇନ ପାରିତ ହୋଇଛି। ଏହାଦ୍ୱାରା ପରିବାର ନିୟୋଜନ କାର୍ଯ୍ୟକ୍ରମ ଠିକଣା ଭାବେ ପରିଚାଳିତ ହୋଇପାରିବ ବୋଲି ଆଶା କରାଯାଇଛି।

ସ୍ଥିରୀକୃତ ଗଣିତ ଅନୁସାରେ ସମୁଦାୟ ୭୭୬ ଜଣ ସାଂସଦଙ୍କ ଭୋଟ‌୍‍ ଭୂଲ୍ୟ ହେଉଛି ୫ ଲକ୍ଷ ୪୯ହଜାର ୪୭୪। ସେହିପରି ଦେଶର ନିର୍ବାଚିତ ୪୧୧୪ଜଣ ବିଧାୟକଙ୍କ ଭୋଟ‌୍‍ର ମୂଲ୍ୟ ମଧ୍ୟ ୫ଲକ୍ଷ ୫୯ ହଜାର ୪୭୪। ଅର୍ଥାତ‌୍‍ ଇଲେକ୍ଟୋରାଲ‌୍‍ କଲେଜରେ ସମୁଦାୟ ଭୋଟ‌୍‍ ମୂଲ୍ୟ ହେଉଛି ୧୧ଲକ୍ଷ ୪ ହଜାର ୫୪୬ ଏବଂ ସଦସ୍ୟ ବା ଭୋଟର‌୍‍ଙ୍କ ସଂଖ୍ୟା ହେଉଛି ୪୮୯୦।

ବିଧାୟକଙ୍କ ଭୋଟ‌୍‍ ପରିମାଣ କିପରି ସ୍ଥିର ହୁଏ?

ରାଜ୍ୟର ଲୋକସଂଖ୍ୟା ଭିତ୍ତିରେ ବିଧାୟକଙ୍କ ଭୋଟ‌୍‍ ପରିମାଣ ସ୍ଥିର କରାଯାଉଥିବାରୁ ପ୍ରତି ରାଜ୍ୟର ବିଧାୟକ ଅଲଗା ଅଲଗା ମୂଲ୍ୟର ଭୋଟ‌୍‍ ଧାରଣ କରିଥାଆନ୍ତି। ଏଥିପାଇଁ ଏକ ସରଳ ଗଣିତର ଆଶ୍ରୟ ନେବାକୁ ହୁଏ ତାହା ହେଲା ୧୯୭୧ ଅନୁସାରେ ସମୁଦାୟ ଲୋକସଂଖ୍ୟା କୁ ପ୍ରଥମେ ୧୦୦୦ରେ ହରିଦିଆଯାଏ ଏବଂ ଯାହା ଫଳ ହେଲା ତାହାକୁ ସମୁଦାୟ ବିଧାୟକ ସଂଖ୍ୟାରେ ହରଣ କରାଯାଏ। ଫଳାଫଳ ଯାହା ହେଲା ତାହା ହୁଏ ଜଣେ ବିଧାୟକଙ୍କ ଗୋଟିଏ ଭୋଟ‌୍‍ର ମୂଲ୍ୟ।

ଓଡ଼ିଶା ବିଧାୟକଙ୍କ ଭୋଟ‌୍‍ ମୂଲ୍ୟ କେତେ?

ଓଡ଼ିଶା ବିଧାନସଭାରେ ୧୪୭ଜଣ ବିଧାୟକ ରହିଛନ୍ତି। ସେମାନଙ୍କ ଭୋଟ‌୍‍ ପରିମାଣ ମଧ୍ୟ ସେହିଭଳି ଧାର୍ଯ୍ୟ କରାଯାଇଛି। ୧୯୭୧ ମସିହାରେ ରାଜ୍ୟର ଜନସଂଖ୍ୟା କୁ ୧୦୦୦ରେ ହରଣ କଲାପରେ ମୋଟ‌୍‍ ବିଧାୟକ ସଂଖ୍ୟାରେ ହରଣ କରାଯାଇ ଏହି ଭୂଲ୍ୟ ସ୍ଥିର କରାଯାଇଛି।

୧୯୭୧ରେ ଓଡ଼ିଶାରେ ସମୁଦାୟ ଲୋକସଂଖ୍ୟା ଥିଲା: ୨କୋଟି୧୯ଲକ୍ଷ ୪୪ହଜାର ୬୧୬। ଏବେ ସମୁଦାୟ ବିଧାୟକଙ୍କ ସଂଖ୍ୟା ହେଉଛି ୧୪୭। ଅର୍ଥାତ‌୍‍ ଜଣେ ବିଧାୟକଙ୍କ ଭୋଟ‌୍‍ ମୂଲ୍ୟ ହେଉଛି ୧୪୯। ଓଡ଼ିଶାର ସମସ୍ତ ବିଧାୟକଙ୍କ ଭୋଟ‌୍‍ ମୂଲ୍ୟ ହେଉଛି ୨୧୯୦୩।

ଓଡ଼ିଶା ବିଧାନସଭାରେ ଏବେ ସମୁଦାୟ ୧୧୭ଜଣ ବିଜେଡି ବିଧାୟକ ରହିଥିବାରୁ ସେମାନଙ୍କ ସମୁଦାୟ ଭୋଟ‌୍‍ ମୂଲ୍ୟ ହେୁଛି ୧୭୪୩୩, ବିଜେପିର ୧୦ ଜଣ ବିଧାୟକଙ୍କ ସମୁଦାୟ ଭୋଟ‌୍‍ ମୂଲ୍ୟ ହେଉଛି ୧୪୯୦, କଂଗ୍ରେସର୧୬ ଜଣ ବିଧରୟକଙ୍କ ସମୁଦାୟ ଭୋଟ‌୍‍ ମୂଲ୍ୟ ହେୁଛି ୨୩୮୪ ଏବଂ ଅନ୍ୟାନ୍ୟ ଯଥା ସମତା କ୍ରାନ୍ତି, ସ୍ୱାଧୀନ ଏବଂ ବାମପନ୍ଥୀ ବିଧାୟକଙ୍କ ଭୋଟ‌୍‍ ମୂଲ୍ୟ ହେଉଛି ୫୯୬।

ରାଷ୍ଟ୍ରପତି ନିର୍ବାଚନ ଗୁପ୍ତ ବ୍ୟାଲଟ‌୍‍ ଏବଂ ବିନା କୌଣସି ଦଳୀୟ ହ୍ୱିପ‌୍‍ରେ ହେଉଥିବାରୁ ପ୍ରତି ସଦସ୍ୟ ତାଙ୍କ ମନପସନ୍ଦର ପ୍ରାର୍ଥୀ ବାଛିବାକୁ ହକ‌୍‍ଦାର। କିନ୍ତୁ ସାଧାରଣତଃ ଏହି ଭୋଟ ପ୍ରକ୍ରିୟା ଦଳୀୟ ଭିତ୍ତିରେ ହେଉଥିବା ନିର୍ବାଚନ ପ୍ରଥାରୁ ସ୍ପଷ୍ଟ ହୋଇଛି।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

Leave a Reply

Your email address will not be published. Required fields are marked *