କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
transgender

କିନ୍ନରଙ୍କୁ ତୃତୀୟ ଲିଙ୍ଗ ମାନ୍ୟତା ଦେଲା ରେଳବାଇ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଓ ଏହାର ଅନୁବନ୍ଧିତ ନିଗମ ଆଇଆରସିଟିସି କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଛି। ରେଳବାଇର ଟିକଟ ବୁକିଂ ଓ ଟିକଟ ବାତିଲ ଫର୍ମରେ ଏଣିକି ପୁରୁଷ ଓ ମହିଳା ଲିଙ୍ଗ ସହିତ ତୃତୀୟ ଲିଙ୍ଗର ଅନ୍ୟ ଏକ ସ୍ତମ୍ଭ ରହିବ। ଉଭୟ ଅନଲାଇନ ଓ ଅଫଲାଇନ ଟିକଟ ବୁକିଂ ଓ ବାତିଲରେ ଏହା ଉପଲବ୍ଧ ହେବ।

୨୦୧୪ ଏପ୍ରିଲରେ ସୁପ୍ରିମକୋର୍ଟ ଏକ ଏ୍ୟ୍ଭତିହାସିକ ରାୟରେ କିନ୍ନର, ନପୁଂସକ ଆଦିଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଥିଲେ। ଏପରିକି ସେମାନଙ୍କ ଅଧିକାର ସୁରକ୍ଷା ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ନିର୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ପରେ ରେଳବାଇ କିନ୍ନରଙ୍କ ଆବଶ୍ୟକ ମାନ୍ୟତା ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ୱନ କରିବାକୁ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ପରେ ହାଇକୋର୍ଟ ଏ ସମ୍ପର୍କରେ ରେଳବାଇକୁ ଗତ ଫେବୃଆରୀରେ ଆବଶ୍ୟକ ନିର୍ଦେଶ ଦେଇଥିଲେ।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

Leave a Reply

Your email address will not be published. Required fields are marked *