BIGtheme.net http://bigtheme.net/ecommerce/opencart OpenCart Templates

କିଟ‌୍‍ କୁଳପତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର,(କିଟ‍୍‌): ଇଣ୍ଡିଆନ‌୍‍ ସୋସାଇଟି ଫର‌୍‍ ଦି ଷ୍ଟଡି ଅଫ‌୍‍ ରିପ୍ରଡକ୍ସନ‌୍‍ ଆଣ୍ଡ ଫର୍ଟିଲିଟି (ଆଇଏସ‌୍‍ଏସ‌୍‍ଆର‌୍‍ଏଫ‌୍‍) ପକ୍ଷରୁ କିଟ‌୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି. ପି. ମାଥୁରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ଆଇଏସ‌୍‍ଏସ‌୍‍ଆର‌୍‍ଏଫ‌୍‍ ଦ୍ୱାରା ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଜାନୁଆରୀ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଫେସର ମାଥୁରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମହାନିଦ୍ଦେର୍ଶକ ଡ. ସୌମ୍ୟା ସ୍ୱାମୀନାଥନ‌୍‍ ଏବଂ ଏମ‌୍‍ସ ନୂଆଦିଲ୍ଲୀର ନିଦ୍ଦେର୍ଶକ ପ୍ରଫେସର ଏମ‌୍‍. ସି. ମିଶ୍ର, ପ୍ରଫେସର ମାଥୁରଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ରିପ୍ରଡକ୍ଟିଭ୍ ଏଣ୍ଡୋକ୍ରାଇନୋଲୋଜି, ଟକ୍ସିକୋଲୋଜି ଏବଂ ବାୟୋ-ଇନ‌୍‍ଫରମେଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଫେସର ମାଥୁରଙ୍କ ଦ୍ୱାରା ଲିଖିତ ୧୬୦ରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ସନ୍ଧର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଏହାଛଡା ସେ ବିଭିନ୍ନ ଦେଶରେ ବକ୍ତୃତା ପ୍ରଦାନ କରିବା ସହ ଅନେକଗୁଡିଏ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ପ୍ରଫେସର ମାଥୁର ଅନେକ ଆନ୍ତର୍ଜାତିକ ଜର୍ଣ୍ଣାଲ‌୍‍ର ସମ୍ପାଦକୀୟ ବୋର୍ଡରେ ରହିଥିବା ବେଳେ ୧୦୦ରୁ ଅଧିକ ଆନ୍ତର୍ଜାତିକ ଜର୍ଣ୍ଣାଲର ସମୀକ୍ଷକଭାବେ କାର୍ଯ୍ୟକରିଛନ୍ତି।

About admin

Check Also

ଦାମଙ୍କ ନୀରବତା: ସମସ୍ତେ ଚିନ୍ତାରେ

ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ଼ା. ଦାମୋଦର ରାଉତ ମନ୍ତ୍ରୀ ପଦ ସମେତ ଦଳୀୟ ପଦ ପଦବୀରୁ ...

Leave a Reply