କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
kld_dist

କଳାହାଣ୍ଡିରେ ପୁଣି ଏକ ମେଡିକାଲ‍୍‌ କଲେଜର ସ୍ୱପ୍ନ

ଭୁବନେଶ୍ୱର (ଓଟି): ରାଜ୍ୟ ସରକାର ପୁଣି ଏକ ମେଡିକାଲ କଲେଜର ଆଶା କଳାହାଣ୍ଡିବାସୀଙ୍କ ଆଗରେ ସୃଷ୍ଟି କରିଛନ୍ତି। ସର୍ଦ୍ଦାର ରାଜାସ‍୍‌ ପରେ ଏହା ସରକାରଙ୍କ ଦ୍ୱାରା ଏ ଅଞ୍ଚଳରେ ପ୍ରସ୍ତାବିତ ଦ୍ୱିତୀୟ ମେଡିକାଲ କଲେଜ୍‌। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ମେଡିକାଲ‍୍‌ କଲେଜର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କା ବେଦାନ୍ତ ଦେବ ବୋଲି ଘୋଷଣା କରିଛି। ତେବେ ସମୁଦାୟ ପ୍ରକଳ୍ପର ଖର୍ଚ୍ଚ କେତେ ହେବ, ଏଥିରେ କେତୋଟି ସିଟ‍୍‌ ରହିବ, କେତେ ବେଡ୍ ବିଶିଷ୍ଟ ହସ‍୍‌ପିଟାଲ‍୍‌ ତିଆରି ହେବ ଏବଂ ସେ ଟଙ୍କା କେଉଁଠୁ ଆସିବ ସେ ନେଇ କୌଣସି ଜିନିଷ ସରକାର ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷରେ ସରକାର ଚାହିଁଥିଲେ ବନ୍ଦ ହୋଇ ପଡ଼ିଥିବା ସର୍ଦ୍ଦାର‍୍‌ ରାଜାସ‍୍‌ ମେଡିକାଲ‍୍‌ କଲେଜକୁ ନିଜ ଦଖଲରେ ନେଇ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିପାରି ଥାଆନ୍ତେ, ନୂଆ ଏକ ମେଡିକାଲ‍୍‌ କଲେଜ୍‌ ଖୋଲିବାର ଆବଶ୍ୟକତା କ’ଣ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି।

୨୦୦୪ ମସିହାରେ କେସିଙ୍ଗାଠାରୁ ୩୫ କିଲୋମିଟର ଦୂର କଳାହାଣ୍ଡିର ଜରାଙ୍ଗଠାରେ ସର୍ଦ୍ଦାର‍୍‌ ରାଜାସ‍୍‌ ମେଡିକାଲ‍୍‌ କଲେଜ୍‌ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଏକର ଜାଗା ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା। ଅନେକ ବିଳମ୍ୱ ପରେ ଚୁକ୍ତିଭୁତ ହୋଇଥିବା ସେଲ‍୍‌ଭମ‍୍‌ ଏଜୁକେସନାଲ‍୍‌ ଆଣ୍ଡ ଚ୍ୟାରିଟେବଲ‍୍‌ ଟ୍ରଷ୍ଟ ୨୦୧୩-୧୪ ମସିହାରେ ଏମ‍୍‌ସିଆଇ ଅନୁମତି ପ୍ରାପ୍ତ ହୋଇ ପାଠପଢ଼ା ଆରମ୍ଭ କରିଥିଲେ। କିନ୍ତୁ ଏମ‍୍‌ସିଆଇ ନିୟମାବଳୀ ଅନୁସାରେ ତାହା ଭିତ୍ତିଭୂମି ତଥା ଷ୍ଟାଫ୍ ପରିଚାଳନା କରିପାରି ନଥିଲେ। ସେଥିଲାଗି ଅନୁମତି ପ୍ରତ୍ୟାହାର କରାଯାଇଥିଲ। ଏହିକ୍ରମରେ ରାଜ୍ୟ ସରକାର ଅନେକଥାର କୋର୍ଟଙ୍କ ଦ୍ୱାରସ୍ଥ ହେଲାପରେ ସେ ୧୨୪ ପିଲାଙ୍କୁ ବିଭନ୍ନ ଘରୋଇ ମେଡିକାଲ‍୍‌ କଲେଜ୍‌ରେ ଜାଗା ଦେଇଥିଲେ। ସମ୍ପୃକ୍ତ ଟ୍ରଷ୍ଟ ବିରୋଧରେ ଥାନାରେ ଏତଲା ହୋଇ ଚୁକ୍ତି ବାତିଲ‍୍‌ ହୋିଥିଲେ ମଧ୍ୟ ସରକାର ଏଯାଏଁ ସମ୍ପୃକ୍ତ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ଆଣି ନାହାନ୍ତି। ଏହି ସମ୍ପତ୍ତିରେ ୭ଟି ଲେକ୍ଚରର‍୍‌ ଥିଏଟର‍୍‌ ସହ ୨୦୦୦ ବର୍ଗମିଟର ଆଉଟ‍୍‌ଡୋର‍୍‌, ୪୨୦୦ ବର୍ଗମିଟର‍୍‌ ଇନ‍୍‌ଡୋର‍୍‌ ହସ‍୍‌ପିଟାଲ‍୍‌, ୬୦୦୦ ବର୍ଗମିଟର କଲେଜ୍‌ ଅନ୍ତଭୁର୍କ୍ତ। ନିୟମ ଅନୁସାରେ ଏହି ସମ୍ପତ୍ତି ରାଜ୍ୟ ସରକାରଙ୍କ ହୋଇଥିଲେ ମଧ୍ୟ ସରକାର ତାହାର ବିକାଶ କରିବାକୁ ତପିର ହେଉନାହାନ୍ତି। ଅନ୍ୟପକ୍ଷରେ ବିପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଉ ଏକ ମେଡିକାଲ‍୍‌ କଲେଜ୍‌ ପାଇଁ ଘୋଷଣା କରିବା ରାଜନୀତିକ ଉଦ୍ଦେଶ୍ୟ ସମ୍ୱଳିତ ବୋଲି ଆଲୋଚନା ହେଉଛି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *