କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
msid-55336627width-400resizemode-4note

କଳାଧନ, ଭ୍ରଷ୍ଟାଚାର, ଆତଙ୍କବାଦ ପ୍ରସଙ୍ଗ: କେତେକ ଜାଣିବା କଥା

 

ବିଗତ ଦଶନ୍ଧିମାନଙ୍କରେ ଦୁର୍ନୀତି ଓ କଳା ଟଙ୍କାର ପରିସର ବୃଦ୍ଧିପାଇଛି । ଏହା ଦାରିଦ୍ର୍ୟ ଦୂରୀକରଣ ପ୍ରୟାସକୁ ଦୁର୍ବଳ କରିଛି । ଗୋଟିଏ ପଟେ, ଆର୍ଥିକ ବିକାଶରେ ଆମେ ଏକ ନମ୍ବର ସ୍ଥାନରେ ରହିଛେ । କିନ୍ତୁ ଅନ୍ୟପକ୍ଷେ ଦୁଇ ବର୍ଷ ତଳେ ବିଶ୍ଵ ଦୁର୍ନୀତି ଆଭିମୁଖ୍ୟ ତାଲିକାରେ ଆମେ ପାଖାପାଖି ଶହେତମ ସ୍ଥାନରେ ରହିଛେ । ଅନେକ ଗୁଡିଏ ପଦକ୍ଷେପ ସତ୍ତ୍ୱେ, ଆମେ ଏବେ ଏ ତାଲିକାରେ ୭୬ତମ ସ୍ଥାନରେ ପହଂଚିପାରିଛେ । ଅବଶ୍ୟ, ଏ ଦିଗରେ ଉନ୍ନତି ଘଟିଛି । ଏଥିରୁ ସ୍ପଷ୍ଟ ଯେ ଦୁର୍ନୀତି ଓ କଳା ଟଙ୍କା ତାର ଚେର କେତେଦୂର ପ୍ରସାର ଘଟାଇସାରିଛି ।

ଦୁର୍ନୀତି ଭଳି ଅସତ କାର୍ଯ୍ୟ ସମାଜର କେତେକ ନିର୍ଦ୍ଦିଷ୍ଟ ବର୍ଗ ସେମାନଙ୍କ ସ୍ଵାର୍ଥ ସାଧନ ପାଇଁ ପ୍ରସାର କରିଥାନ୍ତି । ସେମାନେ ଗରିବଙ୍କ କଥା ଭୁଲିଯାଇଛନ୍ତି ଓ କେବଳ ଲାଭ ସଂଗ୍ରହରେ ବ୍ୟସ୍ତ । ପୁଣି କିଛି ଲୋକ ସ୍ଵାର୍ଥ ପାଇଁ ପଦପଦବୀର ଅପବ୍ୟବହାର କରିଆସୁଛନ୍ତି । ଅପରପକ୍ଷରେ ଏଭଳି ଅନ୍ୟାୟ ବିରୁଦ୍ଧରେ ସାଧୁ ଲୋକମାନେ ସଂଗ୍ରାମ କରିଚାଲିଛନ୍ତି । ଦେଶର କୋଟି କୋଟି ସାଧାରଣ ନରନାରୀ ନିଷ୍ଠାପର ଜୀବନ ଜୀଇଁ ଆସୁଛନ୍ତି । ଆମେ ଶୁଣିବାକୁ ପାଉ ଯେ ଗରିବ ଅଟୋ ରିକ୍ସାଚାଳକ ଗାଡିରେ ସୁନାଗହଣା ଛାଡିଯାଇଥିବା ଯାତ୍ରୀଙ୍କୁ ତାଙ୍କ ଅଳଙ୍କାର ଫେରାଇ ଦେଉଛନ୍ତି । ଆମେ ଶୁଣୁ ଯେ ଟ୍ୟାକ୍ସିରେ ମୋବାଇଲ ଛାଡିଯାଇଥିବା ମହିଳାଙ୍କୁ ଠାବ କରି ଡ୍ରାଇଭର ତାଙ୍କ ମୋବାଇଲଟି ଫେରାଉଛି । ଆମେ ଶୁଣୁ ଯେ କୌଣସି କ୍ରେତାଙ୍କୁ ପନିପରିବା ବିକାଳୀ ଅଧିକ ଟଙ୍କା ଦେଇଥିବା ଅର୍ଥକୁ ଫେରସ୍ତ କରୁଛି ।

ଦେଶର ବିକାଶ ଇତିହାସରେ ଏପରି ଏକ ସମୟ ଆସେ, ଯେତେବେଳେ ଦୃଢ଼ ଏବଂ ନିର୍ଣ୍ଣାୟକ ପଦପକ୍ଷେ ଗ୍ରହଣ କରିବାର ଆବଶ୍ୟକତା ଅନୁଭୂତ ହୋଇଥାଏ । ବହୁ ବର୍ଷ ଧରି ରାଷ୍ଟ୍ର ଦୁର୍ନୀତି, କଳାଟଙ୍କା ଏବଂ ଆତଙ୍କବାଦର ଘାଆକୁ ଅନୁଭବ କରିଆସିଛି, ଯାହା ଆମ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିଛି ।

ଆତଙ୍କବାଦ ଏକ ଭୟସୃଷ୍ଟିକାରୀ ବିପଦ । ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି ଯେ ଏଇ ଆତଙ୍କବାଦୀମାନେ କେଉଁଠୁ ଟଙ୍କା ପାଆନ୍ତି ? ସୀମା ଆରପଟୁ ଶତ୍ରୁମାନେ ଜାଲ ନୋଟ କାରବାର ଚଳାଇ ଆସୁଛନ୍ତି । ବର୍ଷ ବର୍ଷ ଧରି ଏଇ କାରବାର ଚାଲି ଆସୁଛି । ସେମାନେ ପାଂଚ ଶହ ଟଙ୍କିଆ ଓ ହଜାରେ ଟଙ୍କିଆ ଜାଲ ନୋଟ କାରବାର କରୁଥିବା ଅନେକ ଥର ଧରାପଡିଛି ଏବଂ ସେମାନଙ୍କ ଠାରୁ ବିପୁଳ ଜାଲ ନୋଟ ଜବତ କରାଯାଇଛି ।
1. ଯେଉଁ ଲୋକଙ୍କ ନିକଟରେ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ ଅଛି, ସେମାନେ ସେସବୁ ନୋଟକୁ ସେମାନଙ୍କ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଜମାଖାତାରେ ନଭେମ୍ବର ୧୦ କାର୍ଯ୍ୟଦିବସଠାରୁ ଡିସେମ୍ବର ୩୦, ୨୦୧୬ ମଧ୍ୟରେ ଜମା ଦେଇପାରିବେ ଓ ଏଥିରେ କୌଣସି ସୀମାନାହିଁ।
2. ଆଗାମୀ ୫୦ ଦିନ ମଧ୍ୟରେ ଆପଣ ତାହା କରିପାରିବେ ଓ ଏଥିପାଇଁ ତରବର ହେବା ଦରକାର ନାହିଁ ।
3. ଆପଣଙ୍କ ଟଙ୍କା ଆପଣଙ୍କର ହୋଇରହିବ । ଏଥିପାଇଁ ଆପଣଙ୍କୁ ଆଦୌ ବ୍ୟସ୍ତ ବିବ୍ରତ ହେବାକୁ ପଡିବ ନାହିଁ ।
4. ଆପଣଙ୍କ ଜମା ଖାତାରେ ଆପଣ ଏଭଳି ଟଙ୍କା ପୈଠ କରିବା ପରେ, ଯେତେବେଳେ ଚାହିଁବେ ଆପଣ ତାହା ଉଠାଇପାରିବେ ।
5. ନୂଆ ନୋଟର ଯୋଗାଣକୁ ଦୃଷ୍ଟିରେ ରଖି ପ୍ରଥମ କିଛିଦିନ ଲାଗି ଦିନକୁ ୧୦ ହଜାର ଏବଂ ସପ୍ତାହକୁ ୨୦ ହଜାର ଟଙ୍କାର କାରବାର କରାଯିବ । ଆଗାମୀ ଦିନରେ ଏହି ସୀମାକୁ ବୃଦ୍ଧି କରାଯିବ ।
6. ଆପଣଙ୍କ ଟଙ୍କାକୁ ନିଜ ଜମାଖାତାରେ ପୈଠ କରିବା ବ୍ୟତୀତ, ଆପଣଙ୍କ ନିକଟରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି ।
7. ଆପଣଙ୍କ ତତ୍କାଳିକ ଆବଶ୍ୟକତା ଲାଗି, ଆପଣ ଯେ କୌଣସି ବ୍ୟାଙ୍କ, ମୁଖ୍ୟ ଡାକ ଘର, ଅଥବା ଉପ ଡାକଘରକୁ ଯାଇ ନିଜର ପରିଚୟପତ୍ର ଯଥା ଆଧାର କାର୍ଡ, ଭୋଟର ପରିଚୟପତ୍ର, ପଡିକାର୍ଡ, ପାସପୋର୍ଟ, ପାନ କାର୍ଡ ଅଥବା ସ୍ଵୀକୃତ ପ୍ରମାଣପତ୍ର ଦେଖାଇ ଆପଣଙ୍କ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟକୁ ନୂଆ ନୋଟରେ ବଦଳାଇ ପାରିବେ ।
8. ୧୦ ନଭେମ୍ବରଠାରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଏପରି ଅଦଳବଦଳର ସୀମା ୪୦୦୦ ଟଙ୍କା ରହିବ । ୨୫ ନଭେମ୍ବରଠାରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଏହି ସୀମା ବଢ଼ାଯିବ ।
9. ଏପରି କେହିଥାଇପାରନ୍ତି, ଯେଉଁମାନେ କୌଣସି କାରଣରୁ ସେମାନଙ୍କ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଡିସେମ୍ବର ୩୦, ୨୦୧୬ ସୁଦ୍ଧା ବଦଳାଇ ନପାରନ୍ତି ।
10. ଏପରି ସ୍ଥଳେ ସେମାନେ ମାର୍ଚ୍ଚ ୩୧, ୨୦୧୭ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟାଳୟକୁ ଯିବେ ଏବଂ ଏକ ଘୋଷଣାପତ୍ର ପ୍ରଦାନ ପୂର୍ବକ ସେମାନଙ୍କ ପୁରୁଣା ଟଙ୍କା ପୈଠ କରିପାରିବେ ।
11. ନଭେମ୍ବର ୯ ତାରିଖ ଦିନ ଏବଂ କେତେକ ସ୍ଥାନରେ ନଭେମ୍ବର ୧୦ ତାରିଖ ଦିନ ଏଟିଏମ କାର୍ଯ୍ୟ କରିବ ନାହିଁ । ପ୍ରଥମ କିଛିଦିନ କାର୍ଡ ପିଛା ମାତ୍ର ୨୦୦୦ ଟଙ୍କାର ଏଟିଏମ ଉଠାଣ କରିହେବ ।
12. ପରେ ଏହି ସୀମାକୁ ଦୈନିକ ୪୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।
13. ଆଜି ମଧ୍ୟରାତ୍ରଠାରୁ ପାଂଚଶହ ଓ ଏକ ହଜାର ଟଙ୍କିଆ ନୋଟ “ଲିଗାଲ ଟେଣ୍ଡର” (ଆଇନଗତ ବୈଧତା)ରୁ ବଂଚିତ ହେବ । ତେବେ, ମାନବୀୟ ଦୃଷ୍ଟିକୋଣରୁ ଲୋକମାନଙ୍କ ସମସ୍ୟା ହ୍ରାସ ନିମନ୍ତେ, ପରବର୍ତ୍ତୀ ୭୨ ଘଂଟା ଲାଗି କେତେକ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ଅର୍ଥାତ ତାହା ନଭେମ୍ବର ୧୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ।14. ଏହି ସମୟ ମଧ୍ୟରେ ସରକାରୀ ହସ୍ପିଟାଲମାନେ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ ପାଉଣା ସକାଶେ ଗ୍ରହଣ କରିବେ ।
15. ଏହା ସେଇ ପରିବାରମାନଙ୍କ ସୁବିଧା ପାଇଁ ଉଦ୍ଧିଷ୍ଟ ଯେଉଁ ପରିବାରର କୌଣସି ସଦସ୍ୟ ଅସୁସ୍ଥ ଥିବେ ।
16. ସରକାରୀ ହସ୍ପିଟାଲର ଔଷଧାଳୟ ମଧ୍ୟ ଏପରି ନୋଟ ଔଷଧ କ୍ରୟ ସକାଶେ ଗ୍ରହଣ କରିବେ ଯାହା ଡାକ୍ତରଙ୍କ ପରିପତ୍ର (ପ୍ରେସକ୍ରିପସନ) ସହ ଗ୍ରହଣୀୟ ହେବ ।
17. ଆଗାମୀ ୭୨ ଘଂଟା ପର୍ଯ୍ୟନ୍ତ ଅର୍ଥାତ ନଭେମ୍ବର ୧୧ ମଧ୍ୟରାତ୍ର ସୁଦ୍ଧା, ରେଳ ଟିକେଟ ବୁକିଂ, ସରକାରୀ ବସ ଟିକେଟ କାଉଣ୍ଟର, ବିମାନବନ୍ଦର ଏୟାର ଲାଇନ ଟିକେଟ କାଉଣ୍ଟର ଟିକଟ କିଣାବିକା ଲାଗି ପୁରୁଣା ନୋଟ ଗ୍ରହଣ କରିବେ । ଏହି ସମୟରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ସୁବିଧା ପାଇଁ ଏହା ଉଦ୍ଧିଷ୍ଟ ।
18. ତିନିଦିନ ଅର୍ଥାତ ୭୨ ଘଣ୍ଟା ପାଇଁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ମଧ୍ୟ ନିମ୍ନଲିଖିତ ସ୍ଥାନରେ ଗ୍ରହଣୀୟ ହେବ ।
• ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଗ୍ୟାସ ଷ୍ଟେସନ ଯାହାକି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଦ୍ୱାରା ସ୍ଵୀକୃତ
• ଖାଉଟୀ ସମବାୟ ଭଣ୍ଡାର ଯାହାକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଵୀକୃତ
• ରାଜ୍ୟ ସରକାରଙ୍କ ସ୍ଵୀକୃତ କ୍ଷୀର ବିକ୍ରୀ ବୁଥମାନଙ୍କରେ
• ଶ୍ମଶାନ ଓ କବର ସ୍ଥାନରେ ଏହି ସବୁ ସ୍ଥଳୀମାନେ ସେମାନଙ୍କ ଟଙ୍କା ଜମା ଓ ସଂଗ୍ରହର ଉପଯୁକ୍ତ ରେକର୍ଡ ରଖିବେ ।19. ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରଗୁଡିକରେ ଯାତ୍ରୀମାନଙ୍କ ଆଗମନ ଓ ପ୍ରସ୍ଥାନ ସକାଶେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ, ଯେଉଁମାନଙ୍କ ନିକଟରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଯାହାର ମୋଟ ପରିମାଣ ପାଂଚହଜାର ଟଙ୍କାରୁ ଅଧିକ ହୋଇନଥିବ, ସେମାନେ ତାହା ବଦଳାଇ ନୂଆ ନୋଟ ଏବଂ ଅନ୍ୟ ମୁଦ୍ରାର ନୋଟ ନେଇପାରିବେ ।
20. ବିଦେଶୀ ପର୍ଯ୍ୟଟକମାନେ ବିଦେଶୀ ମୁଦ୍ରା ଅଥବା ପୁରୁଣା ନୋଟ ଯାହାର ପରିମାଣ ୫୦୦୦ ଟଙ୍କାରୁ ଅଧିକ ହୋଇନଥିବ ବଦଳାଇ ସମପରିମାଣର ଅନ୍ୟ ମୁଦ୍ରା ନେଇପାରିବେ ।
21. ଚେକ, ଡିମାଣ୍ଡ ଡ୍ରାଫ୍ଟ , ଡେବିଟ ବା କ୍ରେଡିଟ କାର୍ଡ ଓ ଇଲେକ୍ଟ୍ରୋନିକ ଅର୍ଥ ପ୍ରେରଣରେ କୌଣସି ପ୍ରକାର ନିୟନ୍ତ୍ରଣ ନାହିଁ ।

 

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *