କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
nagabali flood

କଲ୍ୟାଣସିଂପୁର ବ୍ଲକ୍  ସଂପୂର୍ଣ୍ଣ ଜଳବନ୍ଦୀ: ପାଣିରେ ଘେରରେ ୨୦ଟି ଗାଁ

ଭୁବନେଶ୍ୱର,(ଓଟି):  ନିଦ ହଜାଇ ଦେଇଛି ନାଗାବଳୀ । ଆଉ କଲବଲ କରୁଛି କଲ୍ୟାଣୀ ନଦୀ । ଲଗାଣବର୍ଷା ଯୋଗୁଁ ପାଣି ଘେରରେ ରହିଛି କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୨୦ଟି ଗାଁ । ଜଳବନ୍ଦୀ ହୋଇରହିଛନ୍ତି ପ୍ରାୟ ୧୦ ହଜାର ଲୋକ । ନିୟମଗିରି ପାହାଡରୁ ବାହାରିଥିବା ନାଗାବଳୀ ଏବଂ କଲ୍ୟାଣ ନଦୀର ଉପରମୁଣ୍ଡରେ ଏବେ ବି ଲଗାଣ ବର୍ଷା ଜାରି ରହିଛି । ଆଉ ଏଥିପାଇଁ କଲ୍ୟାଣସିଂପୁର ବ୍ଲକ୍ ଏବେ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି । ଚାରିଆଡୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଜୋରଦାର କରିଛି ପ୍ରୟାସ । ଆଉ ଏହାରି ଭିତରେ କନକ ନ୍ୟୁଜ୍ କଏଦ୍ କରିଥିଲା କଲ୍ୟାଣସିଂହପୁର ବନ୍ୟାର କିଛି କରୁଣ ଚିତ୍ର ।
ବନ୍ୟା ଧୋଇ ନେଇଛି ପୋଲ । କେଉଁଠି ପୋଲ ଭାଙ୍ଗି ଯାଇଛି, ତ ଆଉ କେଉଁଠି ପୋଲ ସଂପୂର୍ଣ୍ଣ ଭାସି ଯାଇଛି । କଲ୍ୟାଣୀ ବ୍ରିଜ୍, କୁମାରଗୁଡ଼ା ପୋଲ, ଗୁଣ୍ଡିଗୁଡ଼ା ବ୍ରିଜ୍, ନାଗାବଳୀ ବ୍ରିଜ୍ ଏବଂ ବିନିସପୁର ଝୁଲା ପୋଲ, ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି । କ୍ରମାଗତ ଭାବରେ ନଦୀରେ ବଢୁଛି ଜଳ ପତନ । ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପତସଂକୁଳ ଉଦ୍ଧ୍ୱର୍ରେ ପ୍ରବାହିତ ହେଉଛି ନାଗାବଳୀ ଏବଂ କଲ୍ୟାଣୀ ନଦୀ । ଏମିତିକି ବିଦ୍ୟୁତ ସରବରାହ ଏବଂ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ରାୟଗଡ଼ା-ଭବାନୀପାଟଣାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ପାଣି ଘେରରେ ଫଶି ରହିଛି ଜୀବନ ।
ଜନବସତି ଆଡକୁ ମୁହଁଇଛି ବନ୍ୟାଜଳ । ଗାଁ ମଝିରେ ପ୍ରବାହିତ ହେଉଛି ୧୦ରୁ ୧୨ ଫୁଟ୍ ଉଚ୍ଚର ପାଣି । କଲ୍ୟାଣସିଂହପୁର ସହର ଉପକଣ୍ଠରେ ବଡ ବ୍ରାହ୍ମଣସାହି, ସାନବ୍ରାହ୍ମଣ ସାହି, କାମ୍ପସାହି ଅଂଚଳ ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇରହିଛି । କଲ୍ୟାଣସିଂହପୁର ବ୍ଲକର ୬ଟି ଗାଁ ବନ୍ୟାରେ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିବା ବେଳେ ୨୦ରୁ ଅଧିକ ଗାଁ ଆଂଶିକ ଭାବରେ ପ୍ରଭାବିତ ହୋଇଛି । ପାଣି ଘେରରେ ଥିବା ଲୋକଙ୍କୁ ଉଚ୍ଚାସ୍ଥାନକୁ ଅଣାଯାଇ ଏବେ ସେମାନଙ୍କ ଥଇଥାନର ବ୍ୟବସ୍ଥା କରାଯାଉଛି । ପ୍ରାୟ ୧୦ ହଜାର ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।
କଲ୍ୟାଣସିଂପୁରର ବନ୍ୟା ଯୋଗୁଁ ଲୋକେ ପାଣି ଘେରରେ ଥିବା ବେଳେ ଚିନ୍ତା ବଢ଼ାଇ ଦେଇଛି ପାଣିପାଗ ବିଭାଗର ଆକଳନ । କାଲିଠୁ ୧୮ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏମିତିକି ୨୦ ତାରିଖ ଯାଏଁ ବର୍ଷା ଲାଗି ରହିବାର ସଂଭାବନା ରହିଛି । ଯାହା ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଂଚଳର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ମେଘ ବୁଡାଇଲା ମନ୍ଦିର

 

Zù

ମନ୍ଦିର ଭିତରେ ବନ୍ୟାଜଳର ତାଣ୍ଡବ । ବନ୍ୟାପାଣିର ସ୍ରୋତରେ ଉବୁଡୁବୁ ହେଲା ମନ୍ଦିର । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବଢ଼ିଥିବା ବେଳେ ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ଭିତରେ ପଶିଛି ବନ୍ୟାପାଣି । ପାଣି ଏତେ ଜୋରରେ ମାଡ଼ି ଆସିଛି ଯେ, ମନ୍ଦିର ସଂପୂର୍ଣ୍ଣ ବୁଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ସହରର କନ୍ଧପଡ଼ା ଅଂଚଳରେ ଥିବା ଜଳେଶ୍ୱର ମନ୍ଦିରକୁ ଅଚାନକ୍ ମାଡ଼ି ଆସିଥିଲା ପାଣି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ପିପଲ ନାଳରେ ଧିରେ ଧିରେ ପାଣି ବଢ଼ିବାରେ ଲାଗିଥିଲା । ଆଉ ଦେଖୁ ଦେଖୁ ବନ୍ୟାଜଳର ସ୍ରୋତ ବଢ଼ିବାରୁ ମନ୍ଦିର ବୁଡିବାରେ ଲାଗିଲା ।

ବନ୍ୟାଜଳର ସ୍ରୋତ ବଢୁଥିବାରୁ ଜଳେଶ୍ୱର ବାବାଙ୍କ ମନ୍ଦିର ସଂପୂର୍ଣ୍ଣ ବୁଡି ଯିବାର ଆଶଙ୍କା କରାଯାଉଛି । କଳାହାଣ୍ଡି ଜିଲ୍ଲାରେ ଲଗାଣବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ଆସିଥିବା ବେଳେ ଭବାନୀପାଟଣା ସହର ନିକଟରେ ଥିବା ପ୍ରାୟ ସବୁ ନଦୀ ନାଳ ଫୁଲିବାରେ ଲାଗିଛି । ଆଉ ଏଥିରୁ ବାଦ୍ ପଡ଼ିନି ଜଳେଶ୍ୱର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ପିପଲ ନାଳ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତିବର୍ଷ ବନ୍ୟା ସମୟରେ ମନ୍ଦିର ନିକଟକୁ ପାଣି ଚାଲି ଆସୁଥିଲେ ବି ଏଭଳି ସ୍ଥିତି ପ୍ରାୟ ଦେଖିବାକୁ ମିଳୁନଥିଲା । କିନ୍ତୁ ଚଳିତବର୍ଷ ବନ୍ୟାରେ ମନ୍ଦିରଟି ସଂପୂର୍ଣ୍ଣ ବୁଡ଼ି ଯିବାର ଆଶଙ୍କା କରାଯାଉଛି ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *