କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଓଡିଶା ବିଧାନସଭାରେ ଭୋଟ ଦେବେ ରାଜ୍ୟସଭା ସାଂସଦ ଏ .ଭି. ସ୍ୱାମୀ

ଅ।ସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ

ଭୁବନେଶ୍ୱର,(ଓଟି): ଅ।ସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶା ବିଧାନସଭାରେ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ ଭୋଟ ଦେବେ। ଓଡିଶାରେ ଭୋଟ ଦେବାକୁ ତାଙ୍କୁ ନିର୍ବାଚନ କମିଶନଙ୍କ ଠାରୁ ଅନୁମତି ମିଳିଛି ।

ସୂଚନା ଅନୁଯାୟୀ ବିଧାନସଭାର ୫୩ ନମ୍ୱର ପ୍ରକୋଷ୍ଠକୁ ବିଧାୟକ ଓ ସାଂସଦମାନଙ୍କର ପ୍ରତୀକ୍ଷାଳୟ ଭାବରେ ପ୍ରସ୍ତୁତ କରାଯାଇଥିବାବେଳେ ୫୪ ନମ୍ୱର ପ୍ରକୋଷ୍ଠରେ ଭୋଟ ଗ୍ରହଣ କରାଯିବାର ସ୍ଥିର ହୋଇଛି । ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ଓଡିଶା ପାଇଁ ମାନବସମ୍ଭଳ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ଅଜୟ ର୍ତିକି ଓ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଏନ.ଏନ. ବୁଟୋଲିଅ। ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଛନ୍ତି ।
ଭୋଟ ଗ୍ରହଣ କେନ୍ଦ୍ରକୁ କଲମ ଓ ମୋବାଇଲ ନେବାକୁ ବାରଣ କରାଯାଇଥିବାବେଳେ କେବଳ ନିର୍ବାଚନ କମିଶନଙ୍କ ସ୍ୱୀକୃତି ପାଇଥିବା ଫଟୋ ସାମ୍ୱାଦିକମାନେ ଷ୍ଟିଲ ଫଟୋ ପାଇଁ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇପାରିବା ନେଇ ସୂଚନା ଦିଅ।ଯାଇଛି । ଭୋଟ ଗ୍ରହଣ ପାଇଁ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :